Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା

1 hour ago 1
ARTICLE AD BOX

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ଲଗାଣ ବର୍ଷାରେ ପ୍ରଭାବିତ କଳିଙ୍ଗା ଘାଟି ଦୁଃଖ ଦେଇଗଲା ସମସ୍ତ ଅଞ୍ଚଳବାସୀଙ୍କୁ। ଗତବର୍ଷ ଏହିଭଳି ଗୋଟିଏ ଦିନ ବର୍ଷାରେ ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିଲା କଳିଙ୍ଗା ଘାଟି ରାସ୍ତାର। ରାସ୍ତା ଧୋଇ ହୋଇଯିବା ସହ ଦୀର୍ଘ ଦେଢ଼ ମାସ ରାସ୍ତାରେ ଯାତାୟତ ବନ୍ଦ ରହିଥିଲା।

ଭୂସ୍ଖଳନ ଆଶଙ୍କା କରି କନ୍ଧମାଳଜିଲ୍ଲା ପ୍ରଶାସନ ସେପ୍ଟେମ୍ବର ୨୩ ଏବଂ ୨୪ରେ କଳିଙ୍ଗା ଘାଟିରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରଖିଥିଲେ। ହେଲେ ଘାଟିର ଅନ୍ଧାରକୋଟ ନିକଟରେ ଚାଲିଥିବା ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବାର କିଛି ସମୟପରେ ଭୂସ୍ଖଳନ ସ୍ଥଳରେ ଏକ ବିରାଟ ପଥର ତଳକୁ ଖସି ପଡ଼ିଥିଲା। ଏହା ପରେ କନ୍ଧମାଳ ଜିଲ୍ଲାପାଳ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ରାସ୍ତାରେ ଯାନବାହନ ଯାତାୟତ ପାଇଁ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରିଛନ୍ତି।ଏହି ନିର୍ଦେଶନାମା ଜାରି ପରେ କନ୍ଧମାଳ ଏବଂ ଗଞ୍ଜାମ ସୀମାନ୍ତ ବର୍ତ୍ତି ଅଞ୍ଚଳବାସୀଙ୍କ ସମସ୍ୟା ବଢିଯାଉଛି।

NH 16: ବଡ଼ଘାଟିରେ ଖସିଲା ବିରାଟ ପଥର: ଭୂସ୍ଖଳନ ଆଶଙ୍କା, ଏନ୍‌ଏଚ୍‌-୧୬ରେ ଯାତାୟାତ ପ୍ରଭାବିତ

ବିଶେଷ କରି କଳିଙ୍ଗା ଘାଟିକୁ ଲାଗି ରହିଥିବା କଳିଙ୍ଗା ଏବଂ ଦୁର୍ଗାପ୍ରସାଦ ବ୍ୟବସାୟୀ ଚିନ୍ତାରେ ପଡିଯାଇଛନ୍ତି। ଆଶା ଆଶଙ୍କା ରେ ଅଛନ୍ତି ନିଜ ନିଜ ବ୍ୟବସାୟ କୁ ନେଇ।କାରଣ ଏହି କଳିଙ୍ଗା ଘାଟି ରାସ୍ତା ତାଙ୍କୁ ଜୀବିକା ଯୋଗାଉଛି। କିଏ ଢ଼ାବା ଖୋଲିଛି ତ କିଏ ପାନ ଚା ଦୋକାନ କିଏ ହୋଟେଲ ତ କିଏ ରେସ୍ତୋରାଁ ଖୋଲି ନିଜ ପରିବାର ପ୍ରତିପୋଷଣ କରିବା ସହ ଅନୁଷ୍ଠାନରେ ଅନେକ ଲୋକ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି।

IMG-20260924-WA0567

ଘାଟି ରାସ୍ତା ବନ୍ଦ ହୋଇଗଲେ ଜୀବିକା ଉଜାଡ଼ି ଯାଉଛି। ଅନ୍ୟପକ୍ଷରେ କଳିଙ୍ଗା ଘାଟି ରାସ୍ତା ବନ୍ଦ ଯୋଗୁଁ ବର୍ତମାନ ଚକପାଦ ହୋଇ ବ୍ରହ୍ମପୁରରୁ ଯିବାକୁ ପଡୁଛି। କଳିଙ୍ଗା ଠାରୁ ଭଞ୍ଜନଗର ୩୫କିମି ରାସ୍ତା ହିଇଥିବା ବେଳେ ଯିବାକୁ ଏକ ଘଣ୍ଟା ଲାଗୁଛି କିନ୍ତୁ ଚକପାଦ ଦେଇ ଗଲେ ଅଧିକ ୫୦କିମି ରାସ୍ତା ଅର୍ଥାତ ଭଞ୍ଜନଗରକୁ ୮୫କିମି ରାସ୍ତା ସମୟ ଅଢ଼େଇ ଘଣ୍ଟା ସହ ଗାଡ଼ି ଭଡା ଅଧିକ ଦେବାକୁ ପଡୁଛି। ଅଧିକ ଖର୍ଚ୍ଚ ସମୟ ବ୍ୟୟ ଲୋକଙ୍କୁ ଚିନ୍ତାରେ ପକେଇ ଦେଇଛି।

ପ୍ରଶ୍ନ ଉଠୁଛି ଗତ ବର୍ଷ କଳିଙ୍ଗା ଘାଟିରେ ଭୁସ୍ଖଳନ ଘଟିବା ପରେ କଳିଙ୍ଗା ଘାଟି ରାସ୍ତା ଦୀର୍ଘ ଦିନ ବନ୍ଦ ରହିଲା ଏଥିରୁ ଜାତୀୟ ରାଜପଥ କତ୍ତୃପକ୍ଷ କଣ ଶିକ୍ଷା ଲାଭ କଲେ। କ’ଣ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କଲେ? କେବଳ ତାଳିପକା କାର୍ଯ୍ୟ କରି ହାତବାନ୍ଧି ବସି ରହିଲେ।ତାର ଜ୍ଵଳନ୍ତ ନମୁନା ଏବେ ଦେଖୁବାକୁ ମିଳୁଛି।କୌଣସି ବିକଳ୍ପ ବ୍ୟବସ୍ଥା କଲେ ନା କୌଣସି ବିକଳ୍ପ କାର୍ଯ୍ୟ କଲେ ନା ଲୋକଙ୍କ ହିତ ପ୍ରତି ଧ୍ୟାନ ଦେଲେ। ବେପରୁଆ କାର୍ଯ୍ୟ ଯୋଗୁଁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଳିଙ୍ଗା ଘାଟିଟି ଜାତୀୟ ରାଜପଥ ୧୫୭ନଂ ହୋଇଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ। ହେଲେ ଏହି ଘାଟି ରାସ୍ତା ପ୍ରତି କାହାର ଯେଭଳି ନିଘା ନାହିଁ। ଗତବର୍ଷ ଭୂସ୍ଖଳନ ପରେ ଅଞ୍ଚଳବାସୀ ଦାବି କରିଥିଲେ ତୁରନ୍ତ ବିକଳ୍ପ ରାସ୍ତା ନିର୍ମାଣ କରାଯାଉ ନଚେତ ଭୂସ୍ଖଳନ ସ୍ଥଳ ଗୁଡ଼ିକ ଚିହ୍ନଟ କରି ତାର ମରାମତି କରି ଲୋକଙ୍କ ପାଇଁ ସୁବିଧା କରାଯାଉ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.