ARTICLE AD BOX
ଭୁବନେଶ୍ବର: ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପୌରାଣିକ କୀର୍ତ୍ତିରାଜି ପାଇଁ ପ୍ରସିଦ୍ଧ ମହେନ୍ଦ୍ରଗିରି ପୀଠକୁ ସଂଯୋଗ କରୁଥିବା ବୁରଖାଟ ରାସ୍ତା ପୁଣିଥରେ ଯାନବାହନ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ପଥର ଓ ମାଟି ଖସିପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲେ ହେଁ, ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଦ୍ରୁତ ପଦକ୍ଷେପ ଯୋଗୁଁ ତୁରନ୍ତ ସ୍ଥିତି ନିୟନ୍ତ୍ରଣକୁ ଅଣାଯାଇଛି।
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ମହେନ୍ଦ୍ରଗିରି ପାହାଡ଼ ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ଗଜପତି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ବିପର୍ଯ୍ୟୟ ସୃଷ୍ଟି କରିଛି। ପାହାଡ଼ ଉପରୁ ପ୍ରଖର ଜଳସ୍ରୋତ ମାଡ଼ି ଆସିବା ଫଳରେ ରାୟଗଡ଼ ବ୍ଲକ୍ର ଅନେକ ଅଞ୍ଚଳରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ଏଥିସହ ଗଙ୍ଗାବାଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା କଇଁପୁର-ଗଙ୍ଗାବାଡ଼ ରାସ୍ତାର ମୋଟ ୫ଟି ସ୍ଥାନରେ ପାହାଡ଼ ଧସି ମାଟି ଓ ପଥର ରାସ୍ତା ଉପରେ ଜମି ରହିଛି। ଆଜି ଗୋଟିଏ ସ୍ଥାନ ମାଟି ଅତଡକୁ ପ୍ରଶାସନ ପକ୍ଷରୁ ସଫା କରାଯାଇଥିଲେ ମଧ୍ୟ ଅନ୍ୟ ସ୍ଥାନଗୁଡ଼ିକରେ ପାହାଡ ଧସି ରାସ୍ତା ଅବରୋଧ ହୋଇ ରହିଛି। ଫଳରେ ଗଙ୍ଗାବାଡ଼ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି।
ରାୟଗଡ ବ୍ଳକ ଅନ୍ତର୍ଗତ କଈଁପୁର ନିକଟରେ ମହେନ୍ଦ୍ରଗିରି ପାହାଡରୁ ଖସୁଛି ବର୍ଷା ପାଣି
ଭୂସ୍ଖଳନର ପରିମାଣ ଅଧିକ ଥିବାରୁ ରାସ୍ତାରୁ ମାଟି ଓ ପଥର ହଟାଇ ଯାତାୟାତ ସ୍ୱାଭାବିକ କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି। ଗୋଟିଏ ସ୍ଥାନରେ ସଫେଇ କାର୍ଯ୍ୟ ସରିଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ ରାସ୍ତା ଅବରୋଧ ହାତ ଯାଇ ପାରି ନାହିଁ। ଏପରିକି ରାସ୍ତାର ଅନେକ ଅଂଶ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଛି। ଅନ୍ୟପକ୍ଷରେ ବର୍ତ୍ତମାନ ସାମାନ୍ୟ ବର୍ଷା ହେଉଥିଲେ ମଧ୍ୟ ପାହାଡ଼ ଉପରୁ ଜଳ ରାସ୍ତା ଉପରେ ପ୍ରବାହିତ ହେଉଛି। ଫଳରେ ମାଟି ଓ ପଥର ଦୁର୍ବଳ ହୋଇ ପୁନର୍ବାର ଭୂସ୍ଖଳନ ହେବାର ଆଶଙ୍କା ରହିଛି।

56 minutes ago
1


