ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଇଣ୍ଡିଆ-'ଏ' ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଆଗାମୀ ଅଷ୍ଟ୍ରେଲିଆ-'ଏ' ବିପକ୍ଷ ଘରୋଇ ସିରିଜ୍ ପାଇଁ ବିସିସିଆଇ (BCCI) ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି। ଏହି ସିରିଜ୍ ପୁଡୁଚେରୀଠାରେ ଖେଳାଯିବ।
ପୂର୍ବତନ ଷ୍ଟାର ବୋଲର ବାଲାଜୀଙ୍କର ଘରୋଇ କ୍ରିକେଟ୍ ଏବଂ ଆଇପିଏଲ୍ (IPL)ରେ କୋଚିଂର ବହୁ ଅଭିଜ୍ଞତା ରହିଛି। ସେ ଚେନ୍ନାଇ ସୁପର କିଙ୍ଗସ୍ (CSK) ପାଇଁ ଖେଳିବା ସହ ଦଳର ବୋଲିଂ କୋଚ୍ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ଏହା ସହିତ ସେ ତାମିଲନାଡୁ ରାଜ୍ୟ ଦଳର କୋଚିଂ ଟିମ୍ ସହ ମଧ୍ୟ ଜଡ଼ିତ ଥିଲେ। ଭାରତ-'ଏ' ଏବଂ ଅଷ୍ଟ୍ରେଲିଆ-'ଏ' ମଧ୍ୟରେ ଏହି ସିରିଜ୍ ୨୨ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଦୁଇଟି ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ୍ ଏବଂ ତିନୋଟି ଏକଦିବସୀୟ (ODI) ମ୍ୟାଚ୍ ଖେଳାଯିବ। ଟେଷ୍ଟ ଦଳର ଅଧିନାୟକ ଦେବଦତ୍ତ ପାଡିକଲ ଥିବାବେଳେ ଏକଦିବସୀୟ (ODI) ଦଳର ଅଧିନାୟକ ଋତୁରାଜ ଗାଇକୱାଡ୍ ରହିଛନ୍ତି |
ଆହୁରି ପଢନ୍ତୁ: Prakash Raj: ବିଜୟଙ୍କ ସରକାରକୁ ଅତିକମରେ ବର୍ଷେ ସମୟ ମିଳିବା ଦରକାର, ୧୨୦ ଦିନରେ ଆକଳନ କରିବା ଭୁଲ୍: ପ୍ରକାଶ ରାଜ
ବାଲାଜୀଙ୍କ କ୍ରିକେଟ୍ କ୍ୟାରିୟର୍
୪୪ ବର୍ଷୀୟ ବାଲାଜୀ ୨୦୦୨ରେ ଭାରତୀୟ ଦଳରେ ପଦାର୍ପଣ କରିଥିଲେ। ସେ ଭାରତ ପାଇଁ ୮ଟି ଟେଷ୍ଟ, ୩୦ଟି ଏକଦିବସୀୟ ଏବଂ ୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ୨୦୦୪ର ପାକିସ୍ତାନ ଗସ୍ତରେ ତାଙ୍କର ଶାଣିତ ବୋଲିଂ ଏବଂ ସ୍ୱିଙ୍ଗ୍ ଆଜି ବି କ୍ରିକେଟ୍ ପ୍ରେମୀଙ୍କ ମନରେ ସ୍ମରଣୀୟ ହୋଇ ରହିଛି। ଏହାସହ ଆଇପିଏଲ୍ ଇତିହାସରେ ପ୍ରଥମ ହାଟ୍ରିକ୍ ନେବାର ରେକର୍ଡ ମଧ୍ୟ ବାଲାଜୀଙ୍କ ନାମରେ ରହିଛି। ଆଇପିଏଲ୍ର ୭୩ଟି ମ୍ୟାଚ୍ରେ ସେ ମୋଟ ୭୬ଟି ୱିକେଟ୍ ହାସଲ କରିଥିଲେ।

1 week ago
6


