Ladakh Road Accident: ଲଦାଖରେ ୬୦୦ ଫୁଟ୍‌ ଖାଇକୁ ଖସିଲା ସେନା ଗାଡ଼ି, ୨ ଯବାନ ମୃତ

1 hour ago 2
ARTICLE AD BOX

ଲଦାଖର କାର୍ଗିଲ୍‌ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୨ ଜଣ ସେନା ଯବାନଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ଣ ପ୍ରାୟ ୧ଟା ୩୦ରେ କାର୍ଗିଲ୍‌-ଲେହ ଜାତୀୟ ରାଜପଥର ନମିକା ଲା ପାସ୍‌ ନିକଟରେ ସେନାର ଏକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୬୦୦ ଫୁଟ୍‌ ଗଭୀର...

 ଲଦାଖରେ ୬୦୦ ଫୁଟ୍‌ ଖାଇକୁ ଖସିଲା ସେନା ଗାଡ଼ି, ୨ ଯବାନ ମୃତ

ଶ୍ରୀନଗର: ଲଦାଖର କାର୍ଗିଲ୍‌ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୨ ଜଣ ସେନା ଯବାନଙ୍କ ମୃତ୍ୟୁ ହୋଇଛି। ଆଜି ଅପରାହ୍ଣ ପ୍ରାୟ ୧ଟା ୩୦ରେ କାର୍ଗିଲ୍‌-ଲେହ ଜାତୀୟ ରାଜପଥର ନମିକା ଲା ପାସ୍‌ ନିକଟରେ ସେନାର ଏକ ଗାଡ଼ି ନିୟନ୍ତ୍ରଣ ହରାଇ ପ୍ରାୟ ୬୦୦ ଫୁଟ୍‌ ଗଭୀର ଖାଇକୁ ଖସିପଡ଼ିଥିଲା।

ଅଧିକାରୀଙ୍କ ସୂଚନା ଅନୁସାରେ, ଦୁର୍ଘଟଣା ସମୟରେ ଗାଡ଼ିରେ କେବଳ ଦୁଇ ଜଣ ଯବାନ ଥିଲେ। ଗାଡ଼ିଟି ଖାଇକୁ ଖସିପଡ଼ିବା ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖାଇ ଭିତରୁ ଦୁଇ ଯବାନଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲ୍‌କୁ ପଠାଯାଇଛି। ପ୍ରାଥମିକ ସୂଚନା ଅନୁସାରେ, ଗାଡ଼ିଟି ଚାଳକଙ୍କ ନିୟନ୍ତ୍ରଣରୁ ବାହାରିଯିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.