ARTICLE AD BOX
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କାଞ୍ଜିପାଣି ଥାନା କୁଆଁର ଛକ ଦେଇ ଯାଇଥିବା ୨୨୦ କେଭି ଗ୍ରିଡ୍ ବିଦ୍ୟୁତ୍ ଟାୱାର୍ ଉପରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।
ମୃତକ ଯୁବକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେ କୁଆଁର ଗାଁର ମିଲୁ ମନ୍ତ୍ରୀ (୧୮) ବୋଲି ଜଣାଯାଇଛି। ଆଜି ସନ୍ଧ୍ୟା ରେ ମିଲୁ ଟାୱାର ଉପରକୁ ଚଢ଼ୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏହି ସମୟରେ ସେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଆଘାତରେ ତଳକୁ ଖସିପଡ଼ିଥିଳେ। ତେବେ ଯୁବକ ଜଣଙ୍କ ଟାୱାର ଉପରକୁ କେଉଁ କାରଣ ରୁ ଚଢ଼ୁଥିଲେ ତାହା ଜଣାପଡି ନାହିଁ. ଘଟଣା ସ୍ଥଳରେ କାଞ୍ଜିପାଣି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

1 hour ago
3


