kuakhai river: କୁଆଖାଇରେ ଭାସିଗଲେ ୨ ଛାତ୍ର

1 week ago 4
ARTICLE AD BOX

ବାଲିଅନ୍ତା: ଭୁବନେଶ୍ବର ରାମମନ୍ଦିର ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରୁ ଯୁକ୍ତ ୨ ସାରିବା ପରେ ଉଚ୍ଚଶିକ୍ଷା ପାଇଁ ବିଭିନ୍ନ କଲେଜରେ ନାମ ଲେଖାଇ ସାରିଥିଲେ। ଏକାଠି ଗୋଟିଏ ବିଦ୍ୟାଳୟରେ ପଢ଼ୁଥିବା ଏହି ‌୪ ସାଙ୍ଗ ବାଲିଅନ୍ତା ଥାନା ସତ୍ୟଭାମାପୁର ପଞ୍ଚାୟତ ଅଧୀନ ଇନ୍ଦ୍ରପାଳ ଗ୍ରାମ ନିକଟସ୍ଥ କୁଆଖାଇ ନଦୀପଠାରେ ଭୋଜି କରିବାକୁ ଆସିଥିଲେ। ରୋଷେଇ ସାରି ଅପରାହ୍ନ ସାଢ଼େ ୨ଟାରେ ନଦୀକୁ ୪ ଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ସାଙ୍ଗ ପାଣି ସ୍ରୋତରେ ଭାସି ଯାଇଥିଲେ। ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ଓ କଳ୍ପନା ଅଗ୍ନିଶମ ବାହିନୀ ବହୁ ଖୋଜାଖୋଜି କରି ସନ୍ଧ୍ୟା ସାଢ଼େ ୬ଟା ବେଳକୁ ଜଣେ ଛାତ୍ରକୁ ଉଦ୍ଧାର କରିଥିଲେ। ଉଦ୍ଧାର ଛାତ୍ରଙ୍କୁ ଅଗ୍ନିଶମବାହିନୀ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଛାତ୍ର ହେଲେ ଧଉଳି ଥାନା ଅଧୀନ କୁମାରଡିହ ଗ୍ରାମର ପ୍ରମୋଦ ସ୍ବାଇଁଙ୍କ ପୁଅ ରୁଦ୍ର ନାରାୟଣ ସ୍ବାଇଁ (୧୮) । ହେଲେ ରାତି ହୋଇଯିବାରୁ ଖୋଜାଖୋଜି କରିବା ସମ୍ଭବ ନହେବାରୁ ନିଖୋଜ  ଲକ୍ଷ୍ମୀସାଗର ଥାନା ରେଲୱେ କଲୋନିରେ ରହୁଥିବା ରେଳବାଇ କର୍ମଚାରୀ ବ୍ରଜରାଜ ସ୍ବାଇଁଙ୍କ ବଡ଼ପୁଅ ଦିବ୍ୟଜ୍ୟୋତି ସ୍ବାଇଁଙ୍କୁ ଉଦ୍ଧାର କରାଯାଇପାରି ନାହିଁ। 

Scam: ପଟ୍ଟନାୟକ ବନ୍ଧ ଦୁର୍ନୀତି ପଦାରେ ପଡ଼ିବା ପରେ ଅନ୍ୟ ପ୍ରକଳ୍ପକୁ ନେଇ ଚର୍ଚ୍ଚା

ସୂଚନା ଅନୁସାରେ ରୁଦ୍ରନାରାୟଣ, ଦିବ୍ୟଜ୍ୟୋତି , ବଡ଼ଗଡ଼ ଥାନା ଅଞ୍ଚଳର କଳ୍ପତରୁ ସାହୁ ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ରହୁଥିବା ଓମଶ୍ରୀ ସାହୁ ଭୋଜି କରିବାକୁ ଆସିଥିଲେ। ନଦୀପଠାରେ ୪ ଜଣଯାକ ସାଙ୍ଗ ମାଂସ ଓ ଭାତ ରୋଷେଇ କରିଥିଲେ। ରୋଷେଇ ସାରି ୪ ସାଙ୍ଗ ଏକାଠି କୁଆଖାଇକୁ ଗାଧୋଇ ଯାଇଥିଲେ। ନଈରେ ବନ୍ୟାପାଣି ଛାଡ଼ି ନଥିବାରୁ ସ୍ରୋତ ଥିଲା। ଗାଧୋଉଥିବା ବେଳେ ରୁଦ୍ରନାରାୟଣ ଓ ଦିବ୍ୟଜ୍ୟୋତି ସ୍ରୋତରେ ଭାସିଯାଇଥିଲେ। କଳ୍ପତରୁ ଓ ଓମ୍‌ଶ୍ରୀ କଷ୍ଟେମଷ୍ଟେ ପାଣିରୁ ଉପରକୁ ଚାଲିଆସି ଲୋକଙ୍କୁ ପାଟିକରି ଡାକ ପକାଇଥିଲେ। ସ୍ଥାନୀୟ ଲୋକେ  ଓ ୨ ଅଗ୍ନିଶମ ବାହିନୀ ସାଢ଼େ ୪ ଘଣ୍ଟା ଖୋଜାଖୋଜି କରି ରୁଦ୍ର ନାରାୟଣଙ୍କୁ ଉଦ୍ଧାର କରିଥିଲେ। ଏପଟେ ଖବର ପାଇ ପରିବାର ଓ ସଂପର୍କୀୟ ପହଞ୍ଚି ଯାଇଥିଲେ।  ହେଲେ ରାତି ହୋଇଯିବାରୁ କିନ୍ତୁ ଦିବ୍ୟଜ୍ୟୋତିକୁ ଉଦ୍ଧାର କରାଯାଇପାରି ନାହିଁ। 

Flood in Bhadrak: ଲୋକଙ୍କ ପାଖରେ ଠିକ୍‌ ଭାବରେ ରିଲିଫ୍‌ ସାମଗ୍ରୀ ପହଞ୍ଚି ପାରିନି: ବିଜେଡି

ସୂଚନା ଅନୁସାରେ ୪ ଜଣଯାକ ସାଙ୍ଗ ଫୋନ୍‌ରେ କଥା ହୋଇ ପୂର୍ବାହ୍‌ଣରେ ଇନ୍ଦ୍ରପାଳ ନଦୀପଠା ଜଙ୍ଗଲରେ ପହଞ୍ଚିଥିଲେ। ଘର ଲୋକଙ୍କୁ କହିଥିଲେ, ଜଣେ ସାଙ୍ଗଙ୍କ ଘରେ ଭୋଜି କରି ଖାଇବେ। ସାଙ୍ଗଙ୍କ ଘର କଥା କହିବାରୁ ପରିବାର ଲୋକେ ସେମାନଙ୍କୁ ବିଶ୍ବାସ କରି ଛାଡ଼ି ଦେଇଥିଲେ। ରୁଦ୍ର ନାରାୟଣ ମେଧାବୀ ଛାତ୍ର ଥିଲେ। ବାଲିଅନ୍ତା ତହସିଲଦାର ଲୀଲନ ପ୍ରସାଦ ସାହୁ, ଅତିରିକ୍ତ ତହସିଲଦାର ନୀଳମାଧବ ମହାନ୍ତି, ଥାନା ଅଧିକାରୀ ରଶ୍ମିତା ବେହେରା ଓ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ଜେନା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.