ARTICLE AD BOX
କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍କା ଲାଗିଛି। ଟିଏମ୍ସି ବିଧାୟକ ମଦନ ମିତ୍ର ବିଧାନସଭାରେ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେବାର ଦିନକ ପରେ ରାଜ୍ୟସଭା ସାଂସଦ ପଦରୁ କୋଏଲ ମଲିକ୍ ଇସ୍ତଫା ଦେଇଛନ୍ତି।
ଆହୁରି ପଢନ୍ତୁ:Lpg: ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ଥିବା ସମୟରେ ଏଲପିଜି ଏଜେନ୍ସି ଚଲାଉଥିଲେ ସିଦ୍ଧାର୍ଥ ମୃଦୁଲ
କୋଏଲ ମଲ୍ଲିକ ନାମରେ ପରିଚିତ ରୁକ୍ମଣୀ ମଲ୍ଲିକ ଗୁରୁବାର ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କୁ ଚିଠି ଲେଖି ସାଂସଦ ପଦରୁ ଇସ୍ତଫା ଦେଉଛନ୍ତି ବୋଲି ପ୍ରକାଶ କରିଛନ୍ତି। ଟିଏମସି ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେବାର ନିଷ୍ପତ୍ତି କାହିଁକି ନେଲେ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ବିବୃତି ଦେଇନାହାନ୍ତି। ଟିଏମ୍ସି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବଡ଼ଧରଣର ପରାଜୟ ପରେ ମମତା ବାନାର୍ଜୀଙ୍କ ଦଳ ଭାଗ ଭାଗ ହୋଇଯାଇଛି।
ଆହୁରି ପଢନ୍ତୁ:Cricket: ଗୋଟିଏ ଟ୍ବେଣ୍ଟି-୨୦ ମ୍ୟାଚ୍ରେ ୩ ଶତକ
ଟିଏମ୍ସିର ୨୦ ଜଣ ଲୋକସଭା ସାଂସଦ ଦଳରୁ ଅଲଗା ହୋଇ ଅନ୍ୟ ଏକ ଦଳରେ ଯୋଗ ଦେଇଥିବାବେଳେ କେତେକ ବିଧାୟକଅଲଗା ହୋଇ ଏକ ବିଦ୍ରୋହୀ ଗୋଷ୍ଠୀ ଗଠନ କରିଛନ୍ତି। ଏବେ ଦଳରୁ ଜଣକ ପରେ ଜଣେ ନେତା ଓ ବିଧାୟକ ଇସ୍ତଫା ଦେଇ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହେଉଛନ୍ତି। ଅନ୍ୟପଟେ ଜଣକ ପରେ ଜଣେ ରାଜ୍ୟସଭା ସାଂସଦ ମଧ୍ୟ ଇସ୍ତଫା ଦେବା ପର୍ବ ଆରମ୍ଭ ହୋଇଯାଇଛି।

13 hours ago
2


