ARTICLE AD BOX
ଭୁବନେଶ୍ବର: ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ବର୍ତ୍ତମାନସୁଦ୍ଧା ରାଜ୍ୟର ପ୍ରାୟ ସାଢ଼େ ୫ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ ପ୍ରକ୍ରିୟା ଚଳିତମାସ ୬ ତାରିଖରୁ ଆରମ୍ଭ ହୋଇଥିଲା ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ), ବୃହତ୍ ଆଦିବାସୀ ବହୁମୁଖୀ ସମବାୟ ସମିତି ଓ ପାଣି ପଞ୍ଚାୟତରେ ପଞ୍ଜୀକରଣ କରାଯାଉଛି। ଏବେ ପ୍ରତିଦିନ ହାରାହାରି ପ୍ରାୟ ଏକ ଲକ୍ଷ ଚାଷୀ ପଞ୍ଜୀକରଣ କରୁଥିବା ନଜରକୁ ଆସିଛି।
Odisha paddy procurement ଖରିଫ ଧାନ ସଂଗ୍ରହରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ପ୍ରାଥମିକତା
ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ବରଗଡ଼ ଜିଲ୍ଲାରେ ପ୍ରାୟ ୬୦ ହଜାର, ବାଲେଶ୍ୱରରେ ୪୩ ହଜାର, କଳାହାଣ୍ଡିରେ ୪୦ ହଜାର ଓ ପୁରୀ ଜିଲ୍ଲାରେ ପ୍ରାୟ ୨୪ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି। ରାଜ୍ୟର ୨୯୦୭ଟି ପ୍ୟାକ୍ସ ଓ ୪ଟି ପାଣି ପଞ୍ଚାୟତରେ ଏହି ପଞ୍ଜୀକରଣ କାର୍ଯ୍ୟ ଚାଲିଛି। ପଞ୍ଜୀକରଣ ସମୟରେ ଚାଷୀଙ୍କ ଆଧାର ନମ୍ବର, ମୋବାଇଲ ନମ୍ବର, ପି-ପାସ୍ ମାଧ୍ୟମରେ ଦାଖଲ କରି ପଞ୍ଜୀକରଣ ପ୍ରକ୍ରିୟା କରାଯାଉଛି। ଭାଗ ଚାଷୀ ହୋଇଥିଲେ ଜମି ମାଲିକଙ୍କ ଆଧାର ନମ୍ବର, ନାମ, ମୋବାଇଲ୍ ନମ୍ବର, ପି-ପାସ୍ ଆବେଦନ ଫର୍ମରେ ଉଲ୍ଲେଖ କରାଯିବା ସହ ଜମି ମାଲିକଙ୍କ ସମ୍ମତିପତ୍ର ଅପ୍ଲୋଡ୍ କରାଯାଉଛି। ଏହି କ୍ଷେତ୍ରରେ ଜମି ମାଲିକଙ୍କ ଇ-କେୱାସି ମଧ୍ୟ କରାଯାଉଛି।
Fertiliser Supply ଖରିଫ୍ରେ ସାର ଯୋଗାଣ ନିୟନ୍ତ୍ରଣ କରିବେ ଜିଲ୍ଲାପାଳ
ଚଳିତ ପଞ୍ଜୀକରଣ ପ୍ରକ୍ରିୟା ବିଭିନ୍ନ ବିଭାଗ ଯଥା-ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ କରାଯାଉଛି । ପଞ୍ଜୀକରଣବେଳେ ସଂପୃକ୍ତ ଅଞ୍ଚଳର ଭିଏଡବ୍ଲୁ୍ ସମିତିରେ ଉପସ୍ଥିତ ରହୁଥିବାବେଳେ ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ରହି ଆବେଦନକାରୀଙ୍କୁ ଯଥାଯଥ ସହଯୋଗ ଦେଉଛନ୍ତି । ଯଥାଶୀଘ୍ର ନିଜ ନିଜର ପଞ୍ଜୀକରଣ କରାଇନେବା ପାଇଁ ସମସ୍ତ ଯୋଗ୍ୟ ଚାଷୀମାନଙ୍କୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପଞ୍ଜୀକରଣ ପ୍ରକ୍ରିୟା ସମ୍ବନ୍ଧରେ କୌଣସି ଅଭିଯୋଗ ଓ ମତାମତ ନିମନ୍ତେ ଜାରି ଟୋଲ ଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଅନୁରୋଧ କରାଯାଇଛି।

55 minutes ago
2


