ARTICLE AD BOX
ଜେରୁସାଲେମ/ତେହେରାନ: ଇସ୍ରାଏଲୀ ଗଣମାଧ୍ୟମ ସୂତ୍ର ଦାବି କରିଛି ଯେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଖବର ନେଇ ଇରାନରେ ଉଚ୍ଚ ଅଧକାରୀଙ୍କ ମଧ୍ୟରେ ଚିନ୍ତା ଏବଂ ଗୁଜବ ସୃଷ୍ଟି ହୋଇଛି। ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ମଧ୍ୟ ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ, ଏବେ ସର୍ବୋଚ୍ଚ ନେତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ବହୁତ କଷ୍ଟକର। ମୋଜତାବାଙ୍କର କାର୍ଯ୍ୟ କରିବାର କ୍ଷମତା ବିଷୟରେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନ ଉଠାଯାଉଛି, ଯାହା ଫଳରେ ଇରାନ ସରକାରଙ୍କ ବରିଷ୍ଠ ନେତୃତ୍ୱର ସ୍ଥିରତା ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ନାନା କଳ୍ପାନଜଳ୍ପନା ଜାରି ରହିଛି।ଇସ୍ରାଏଲୀ ଟେଲିଭିଜନ ଚ୍ୟାନେଲ ୧୪ ରିପୋର୍ଟ କରିଛି ଯେ, ସର୍ବୋଚ୍ଚ ନେତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ଜେରୁସାଲେମ ପୋଷ୍ଟର ଏକ ସୂତ୍ର ଦାବି କରିଛି ଯେ, ଯଦି ମୋଜତାବାଙ୍କ ସହିଦ ହେବାର ଖବର ବି ଆସେ ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଇସ୍ରାଏଲର ଏଭଳି ଦାବି ଇରାନର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇଛି।
ଲିଖିତ ମାଧ୍ୟମରେ ଦେଶବାସୀଙ୍କ ସହ ଯୋଗାଯୋଗ
ମୋଜତାବା ଫେବ୍ରୁଆରି ୨୮ ତାରିଖରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ ସର୍ବୋଚ୍ଚ ନେତା ପଦ ଗ୍ରହଣ କରିଥିଲେ। ତେବେ ଏହି ପଦ ଗ୍ରହଣ କରିବା ପରଠାରୁ, ସେ ସାଧାରଣରେ ଦେଖାଯାଇ ନାହାନ୍ତି ଏବଂ କେବଳ ଲିଖିତ ବିବୃତି ମାଧ୍ୟମରେ ଦେଶବାସୀଙ୍କ ସହ ଯୋଗାଯୋଗରେ ରହିଛନ୍ତି। ପ୍ରାରମ୍ଭିକ ସାମରିକ ଆକ୍ରମଣରେ ତାଙ୍କର ମୁହଁରେ ଗମ୍ଭୀର ଆଘାତ ଲାଗିଥିଲା। ସୁରକ୍ଷା ପାଇଁ ସେ ଲୁଚିବାକୁ ବାଧ୍ୟ ହୋଇଥିବା କୁହାଯାଉଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସେ ଆକ୍ରମଣକୁ ଏଡାଇବା ପାଇଁ ସରକାରୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ଲାଗି ମଧ୍ୟସ୍ଥିମାନଙ୍କର ସହାୟତା ନେଉଛନ୍ତି। ଯାହା ତାଙ୍କ ସ୍ଥିତି ବିଷୟରେ ସନ୍ଦେହ ସୃଷ୍ଟି କରୁଛି।
Thailand school: ଥାଇଲାଣ୍ଡ ସ୍କୁଲରେ ଛାତ୍ରର ଗୁଳିମାଡ଼: ୮ ମୃତ
ତାଙ୍କ ବର୍ତ୍ତମାନର ଅବସ୍ଥା ବିଷୟରେ କଳ୍ପନାଜଳ୍ପନା ମଧ୍ୟରେ, ଇସ୍ରାଏଲୀ ସୁରକ୍ଷା ସୂତ୍ରକୁ ଉଦ୍ଧୃତ କରି ସାଉଦି ସମ୍ବାଦ ସଂସ୍ଥା ଅଲ-ହଦତ ଦାବି କରିଛି ଯେ, ମୋଜତାବା ବର୍ତ୍ତମାନ ଇରାନରେ ନାହାନ୍ତି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦାବି କରିଛନ୍ତି ଯେ, ସାମରିକ ଆକ୍ରମଣ ପରେ ମୋଜତାବା ୯୦% ନଥିବା ଆଶା ରହିଛି। ଏହାର ବିପରୀତରେ, ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ତାଙ୍କ ଆଘାତକୁ ସାମାନ୍ୟ ବୋଲି କ୍ରମାଗତ ଭାବରେ କହି ଆସିଛନ୍ତି। ସେମାନେ କହୁଛନ୍ତି ଯେ, ସର୍ବୋଚ୍ଚ ନେତା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ଦେଶ ପାଇଁ ସମସ୍ତ ରଣନୈତିକ ନିଷ୍ପତ୍ତି ଏବଂ କାର୍ଯ୍ୟକୁ ନିର୍ଦ୍ଦେଶ ଦେଉଛନ୍ତି। କିନ୍ତୁ ସାର୍ବଜନୀନ ଭାବେ ତାଙ୍କର ଉପସ୍ଥିତି ହୋଇ ନଥିବାରୁ ତାଙ୍କୁ ନେଇ ନାନା ସନ୍ଦେହ ସୃଷ୍ଟି ହେଉଛି।

1 hour ago
1


