ARTICLE AD BOX
ତିରୁବନନ୍ତପୁରମ: କେରଳରେ ଶନିବାର ହୋଇଥିବା ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ଜଳବନ୍ଦି ସମସ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହା ସହିତ ୮ ଜଣ ବ୍ୟକ୍ତି ଏବେ ମଧ୍ୟ ନିଖୋଜ ଅଛନ୍ତି ଏବଂ ୧୩ ଜଣ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭି ଡି ସତୀଶନ ଏକ ବିବୃତିରେ କହିଛନ୍ତି ଯେ ରାଜ୍ୟରେ ବ୍ୟାପକ ସମ୍ପତ୍ତି ନଷ୍ଟ ହେବା ସହ ୨୭ଟି ଘର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି ଏବଂ ୧୯୬ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି।
ଆହୁରି ପଢନ୍ତୁ : Missing Body Recovered ୪୨ ଘଣ୍ଟା ପରେ ମିଳିଲା ଉଦନ୍ତି ନଦୀରେ ନିଖୋଜ ଯୁବକଙ୍କ ଶବ
ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରୁ ୫,୭୯୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ରାଜ୍ୟ ସାରା ଖୋଲାଯାଇଥିବା ୨୦୯ଟି ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସରକାର ମୃତକଙ୍କ ପରିବାର ଏବଂ ବାସଗୃହ ତଥା ଜୀବିକା ହରାଇଥିବା ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଶନିବାର ଅପେକ୍ଷା ରବିବାର ବର୍ଷାର ପରିମାଣ କମିଥିଲେ ମଧ୍ୟ ପାର୍ବତ୍ୟ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ରାଜସ୍ୱ ମନ୍ତ୍ରୀ ଏ ପି ଅନିଲକୁମାର ଗଣମାଧ୍ୟମକୁ କହିଛନ୍ତି ଯେ ବନ୍ୟା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି।
ଆହୁରି ପଢନ୍ତୁ : Tata Trusts: ଅଧିକ ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନ କରିବ ଟାଟା ଟ୍ରଷ୍ଟ୍ସ
ପ୍ରବଳ ବର୍ଷା ଯୋଗୁଁ ବିଶେଷ କରି ପଠାନମଥିଟ୍ଟା, ଇଡୁକ୍କି, ୱାୟାନାଡ, କୋଟାୟାମ, କୋଜିକୋଡ ଏବଂ କନ୍ନୁର ଜିଲ୍ଲାର ନଦୀକୂଳିଆ ଏବଂ ତଳୁଆ ଅଞ୍ଚଳ ପାଣିରେ ବୁଡ଼ି ରହିଛି ଏବଂ ଅନେକ ଘର ଭିତରକୁ ବନ୍ୟା ଜଳ ପ୍ରବେଶ କରିଛି। ରବିବାର ସକାଳେ ବର୍ଷା କମିଥିଲେ ମଧ୍ୟ ପଠାନମଥିଟ୍ଟା ଜିଲ୍ଲାର ରାନି ଏବଂ ଆଲାପୁଝା ଜିଲ୍ଲାର କୁଟ୍ଟାନାଡ ଅଞ୍ଚଳରୁ ବନ୍ୟା ଜଳ ହ୍ରାସ ପାଇନାହିଁ, ଯେଉଁଥିପାଇଁ ସ୍ଥାନୀୟ ବାସିନ୍ଦା ଯାତାୟାତ ପାଇଁ ଛୋଟ ଡଙ୍ଗା ବ୍ୟବହାର କରୁଛନ୍ତି।
ଆହୁରି ପଢନ୍ତୁ : Sports Development ଖେଳ ଓ ଖେଳାଳୀଙ୍କ ବିକାଶ ପାଇଁ ମିଳିମିଶି କାମ କରିବେ ଓଡ଼ିଶା-ବିହାର
୧୨ଟି ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ଆଜି ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତକାଲି ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ନଦୀ ଏବଂ ଡ୍ୟାମଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ବିଭିନ୍ନ ଅଞ୍ଚଳରେ ବ୍ୟାପକ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି।

1 hour ago
1


