Kejriwal writes to PM: ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଲେ ଅରବିନ୍ଦ କେଜ୍ରିୱାଲ

2 months ago 23
ARTICLE AD BOX

ନୂଆଦିଲ୍ଲୀ: ଇଥାନଲ୍ ମିଶ୍ରିତ (ଇ-୨୦) ପେଟ୍ରୋଲକୁ ନେଇ ଦେଖାଦେଇଥିବା ଜନ ଅସନ୍ତୋଷ ଓ ବୈଷୟିକ ସମସ୍ୟା ବାବଦରେ ଆଲୋଚନା କରିବା ପାଇଁ ଆମ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ପତ୍ରରେ କେଜ୍ରିୱାଲ ସାଧାରଣ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ଶୁଦ୍ଧ ପେଟ୍ରୋଲ କିମ୍ବା ଇ-୨୦ ପେଟ୍ରୋଲ ମଧ୍ୟରେ ବିକଳ୍ପ ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସାଧାରଣ ଜନତାଙ୍କଠାରୁ ମିଳିଥିବା ମତାମତ ଏବଂ ଇ-୨୦ ପେଟ୍ରୋଲର ସମସ୍ୟାଗୁଡ଼ିକୁ ସେ ପ୍ରଧାନମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି ବୋଲି ପ୍ରକାଶ କରିଛନ୍ତି।

ବର୍ଷା ଋତୁରେ ବଢ଼ୁଛି ନିମୋନିଆ ଆଶଙ୍କା: ପ୍ରାରମ୍ଭିକ ଲକ୍ଷଣରୁ ଚିହ୍ନନ୍ତୁ

ନିୟମିତ ପେଟ୍ରୋଲ ତୁଳନାରେ ଇ-୨୦ ପେଟ୍ରୋଲ କମ୍ ମାଇଲେଜ୍ ଦେଉଥିବାରୁ ଏହାର ମୂଲ୍ୟ ହ୍ରାସ କରିବାକୁ ସେ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଆପ୍ ପକ୍ଷରୁ ଏକ ଅନଲାଇନ୍ ପିଟିସନ୍ ଆରମ୍ଭ କରାଯାଇଛି, ଯେଉଁଠି ନାଗରିକମାନେ ଇ-୨୦ ପେଟ୍ରୋଲ ବ୍ୟବହାରର ମାଇଲେଜ୍ ସମ୍ବନ୍ଧୀୟ ଅଭିଜ୍ଞତା ସେୟାର୍ କରିପାରିବେ ଏବଂ ଏହି ସ୍ୱାକ୍ଷରିତ ପିଟିସନକୁ ପ୍ରଧାନମନ୍ତ୍ରୀଙ୍କୁ ହସ୍ତାନ୍ତର କରାଯିବ। ଏହାସହ ଗ୍ରାହକମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅଭିଜ୍ଞତାର ଭିଡିଓ ସୋସିଆଲ ମିଡିଆରେ ସେୟାର୍ କରିବାକୁ କେଜ୍ରିୱାଲ ଦଳୀୟ କର୍ମୀ ଓ ସମର୍ଥକମାନଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଖୁବଶୀଘ୍ର ତାଙ୍କୁ ସାକ୍ଷାତ ପାଇଁ ସମୟ ଦେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.