ARTICLE AD BOX
କାଶୀନଗର(ଆନନ୍ଦ ପାତ୍ର ): ଅର୍ଣ୍ଣବ ବାତ୍ୟାର ବିଭୀଷକାରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଆକସ୍ମିକ ବନ୍ୟା ଆସି ଜିଲ୍ଲାର ବିଭିନ୍ନ ସହର ତଥା ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ବାହୁ ସଂଖ୍ୟାରେ ଲୋକ ନିଜ ନିଜ ଘରଦ୍ୱାର ଛାଡି ଆଶ୍ରୟ ସ୍ଥଳମାନଙ୍କରେ ଆଶ୍ରିତ ହୋଇ ରହିଛନ୍ତି। ସେହି ବନ୍ୟାପୀଡ଼ିତ ବିପନ୍ନମାନଙ୍କୁ ରିଲିଫ ଯୋଗାଇବା ସକାଶେ ରିଲିଫ ଅଧିକାରୀଙ୍କ ପରାମର୍ଶ କ୍ରମେ କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ୧୬୦୦କେଜି ଚୁଡା, ୧୬୦ କେଜି ଗୁଡ଼, ୧୦୦ ପ୍ୟାକେଟ ମହମବତୀ, ୧୦୦ ପ୍ୟାକେଟ ଦିଆସିଲି ୧୬୦୦ ପ୍ୟାକେଟ ଓ ଆର ଏସ ଏବଂ ୧୬୦୦ ପ୍ୟାକେଟ ବିସ୍କୁଟ ଆଦି ଜରୁରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସବୁ ପ୍ୟାକିଙ୍ଗ କରି ପଠେଇବା ପାଇଁ ବ୍ୟବସ୍ଥା କରାଯାଇଛି।
ପିକ ଅପ ଗାଡ଼ିରେ ପଠାଯାଇଛି
କାଶୀନଗର ବ୍ଲକ ତରଫରୁ ଅଧ୍ୟକ୍ଷା ଵାଲା ସାଇମ୍ମାଙ୍କ ଉପସ୍ଥିତରେ ଏବିଡିଓ ମାନସ ରଞ୍ଜନ ପ୍ରଧାନ ଓ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଓ ଯୋଗାଣ ଅଧୁକାରୀ ସତ୍ୟବ୍ରତ ବାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନରେ ଏକ ପିକ ଅପ ଗାଡ଼ିରେ ପଠାଯାଇଛି।
EOW Raids: ନୁନୁଝରଣ କ୍ରସର ମାମଲା: ରାଜା ଚକ୍ର ଓ ସହଯୋଗୀଙ୍କ ଘରେ EOW ଚଢ଼ାଉ

1 hour ago
3


