Karnataka politics: ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କୁ ଶିବକୁମାରଙ୍କ ଖୋଲା ଚେତାବନୀ

1 week ago 5
ARTICLE AD BOX

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସୋମବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବା କିଛି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ଗତକାଲି କର୍ଣ୍ଣାଟକ ବିଧାନସଭାରୁ ଇସ୍ତଫା ଦେଇଛନ୍ତି। ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଅସନ୍ତୁଷ୍ଟ ନେତାମାନଙ୍କୁ ଖୋଲା ଚେତାବନୀ ଦେଇଛନ୍ତି। 

ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ ଶିବକୁମାର କହିଛନ୍ତି, ଯଦି କେହି ଇସ୍ତଫା ଦିଅନ୍ତି ତେବେ ମାତ୍ର କିଛି ମିନିଟ୍‌ ମଧ୍ୟରେ ମୁଁ ଏହାକୁ ଗ୍ରହଣ କରିବି। ମୁଖ୍ୟମନ୍ତ୍ରୀ ମଧ୍ୟ ଅସନ୍ତୁଷ୍ଟ ବିଧାୟକମାନଙ୍କୁ ଧୈର୍ଯ୍ୟ ରଖିବାପାଇଁ କହିଛନ୍ତି। ସେ ଗୁରୁତ୍ବାରୋପ କରିଛନ୍ତି ଯେ ବ୍ୟକ୍ତିଗତ ରାଜନୈତିକ ସ୍ବାର୍ଥ ଅପେକ୍ଷା କଂଗ୍ରେସ ଦଳ ଅଧିକ ଗୁରୁତ୍ବପୂର୍ଣ୍ଣ। ଶିବକୁମାର କହିଛନ୍ତି, ମୋର ଯାହା କହିବାର କଥା ମୁଁ କହିଲି। ରାଜନୀତିରେ ଇସ୍ତଫା‌ ଦିଆଯାଏ।

Shivkumar: କର୍ଣ୍ଣାଟକର ବିକାଶ ପାଇଁ ମୋଦୀଙ୍କୁ ଅନୁରୋଧ କଲେ ଶିବକୁମାର

ଇସ୍ତଫାକୁ କେହି ଅଟକାଇ ପାରିବେନି। ଯଦି ସେମାନେ ଦଳ ଏବଂ ସେମାନଙ୍କ ଭବିଷ୍ୟତ ଚାହୁଛନ୍ତି ତେବେ ଦଳ ହେଉଛି ଗୁରୁତ୍ବପୂର୍ଣ୍ଣ। ଯଦି ଦଳ ଅଛି ତେବେ ସବୁକିଛି ଅଛି ବୋଲି ସେ କହିଛନ୍ତି। ଶିବକୁମାର ଏହି କ୍ରମରେ ତାଙ୍କ ନିଜ ରାଜନୈତିକ କ୍ୟାରିୟର ବିଷୟରେ ବର୍ଣ୍ଣନା କରିଛନ୍ତି। ଶିବକୁମାର କହିଛନ୍ତି, ସେ ନିଜେ ମଧ୍ୟ ଧରମ ସିଂହ ଏବଂ ସିଦ୍ଦରମୈୟାଙ୍କ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାଳ ସମୟରେ ମନ୍ତ୍ରୀ ହୋଇପାରିନଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.