Kalinga Ghati: ୪୫ଦିନ ବିତିଗଲା, ଖୋଲି ପାରିଲାନି କଳିଙ୍ଗା ଘାଟିର ରାସ୍ତା

1 hour ago 1
ARTICLE AD BOX

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ):ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର ଜୀବନ ରେଖା ‘କଳିଙ୍ଗା ଘାଟି’ ୪୫ଦିନ ପରେ ମଧ୍ୟ ଖୋଲି ପାରି ନାହିଁ। ମାଳ ମାଳ ନେତା, ମନ୍ତ୍ରୀ, ଯନ୍ତ୍ରୀ, ଅଧିକାରୀ କଳିଙ୍ଗା ଘାଟିକୁ ଆସି ପରିଦର୍ଶନ କରି ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରିବା ସହ ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ଘାଟିରେ ଯାତାୟତ ସ୍ୱାଭାବିକ ହୋଇପାରିଲା ନାହିଁ। 

ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ବାତ୍ୟା ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲାପାଳ ୨୩ ଏବଂ ୨୪ ତାରିଖ ଦୁଇ ଦିନ ଏହି କଳିଙ୍ଗା ଘାଟି ରାସ୍ତାରେ ଯାତାୟତ ବନ୍ଦ ନିର୍ଦେଶ ଦେଇଥିଲେ। ହେଲେ ପ୍ରଶାସନ ଯେଉଁ ଆଶଙ୍କା କରିଥିଲା ତାହା ସତ୍ୟରେ ପରିଣତ ହୋଇଥିଲା। ପ୍ରବଳ ବର୍ଷାରେ ପୁଣି ୨୪ତାରିଖ ଦିନ ଭୂସ୍ଖଳନ ହେବା ଫଳରେ ପାହାଡ଼ ଉପରୁ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଥିଲା। ରାସ୍ତାର ଉଭୟ ପାର୍ଶ୍ଵର ସୁରକ୍ଷା ପାଚେରୀ ଭାଙ୍ଗି ଯାଇଥିଲା।

ଅନ୍ୟ ପଟେ ଅନ୍ଧାରକୋଟ ଘାଟି ନିକଟ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ମଧ୍ୟ ଭୁଶୁଡ଼ି ଯାଇଥିଲା। ସଙ୍ଗେସଙ୍ଗେ ନେତା ମନ୍ତ୍ରୀ, ଯନ୍ତ୍ରୀ ଅଫିସର କଳିଙ୍ଗା ଘାଟି ଭୂସ୍ଖଳନ ସ୍ଥଳ ଗସ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ କିଭଳି  ରାସ୍ତା କାର୍ଯ୍ୟ  ସରିବ ଏବଂ ରାସ୍ତାରେ ଯାତାୟତ ସ୍ୱାଭାବିକ ହେବ ତା ଉପରେ ଧ୍ୟାନ ଦେବାକୁ କହି ଚାଲିଗଲେ। ବିକଳ୍ପ ରାସ୍ତା ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ ହେଲା। ହେଲେ ଯୋଜନା ଏବେ କେଉଁଠି ସମସ୍ତଙ୍କ ପ୍ରଶ୍ନ? ଖଣି ଏବଂ ପରିବହନ ମନ୍ତ୍ରୀ ବିଭୁତି ଜେନା କଳିଙ୍ଗା ଘାଟି ଗସ୍ତ କରିଥିବା ବେଳେ ପୂର୍ତ୍ତ ବିଭାଗ ସଚିବ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ସମସ୍ତେ ଆସିଲେ ହେଲେ ଫଳ କଣ ମିଳିଲା ଦୁଇ ଜିଲ୍ଲାର ସିମନ୍ତବର୍ତୀ ଅଞ୍ଚଳବାସୀ ଆଜି ବି ଦେଖୁଛନ୍ତି। ଶେଷରେ କନ୍ଧମାଳ ସାଂସଦ ମଧ୍ୟ କଳିଙ୍ଗା ଘାଟିକୁ ଆସି ବୁଲି ଯାଇଛନ୍ତି।

ସର୍ବସାଧାରଣଙ୍କ ପାଇଁ ରାସ୍ତାରେ ଯାତାୟତ ବନ୍ଦ ଅଛି। କିନ୍ତୁ ନେତା, ମନ୍ତ୍ରୀ ଏବଂ ଅଧିକାରୀଙ୍କ ପାଇଁ ଏହି ଘାଟି ରାସ୍ତା ସମ୍ପୂର୍ଣ୍ଣ ନିରାପଦ। ସମସ୍ତେ ପ୍ରତ୍ୟକ ଦିନ ଏହି ରାସ୍ତାରେ ଯାତାୟତ କରୁଥିବା ଦେଖିବାକୁ ମିଳୁଛି। ପ୍ରଶ୍ନ ଉଠୁଛି ଏହି ଘାଟି ରାସ୍ତାରେ ମନ୍ତ୍ରୀ, ନେତା, ଅଧିକାରୀଙ୍କ ଗାଡ଼ି ଯେତେବେଳେ ନିୟମିତ ଯାତାୟତ କରୁଛି, ସେତେବେଳେ ସର୍ବସାଧାରଣଙ୍କ ପାଇଁ ରାସ୍ତା ଖୋଲା ଯାଉନି କାହିଁକି?

FB_IMG_1793943593243

ଅନ୍ୟପକ୍ଷରେ ଗତ ମାସରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କଳିଙ୍ଗା ଠାରେ ଏକ ବୈଠକ ହେବା ସହ ଜାତୀୟ ରାଜପଥ ବିଭାଗର ସହକାରୀ ଯନ୍ତ୍ରୀ ଏବଂ ସିସିଙ୍କୁ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳା ଠାରେ ଘେରାଉ କରି ତୁରନ୍ତ ରାସ୍ତା ଖୋଲିବାକୁ ଦାବି କରିଥିଲେ। ସହକାରୀ ଯନ୍ତ୍ରୀ ଲିଖିତ ଭାବେ ଏକ  ପତ୍ର ପ୍ରଦାନ କରିଥିଲେ, ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ସମସ୍ତ କାର୍ଯ୍ୟ ସାରିଗଲାଣି ରାସ୍ତାରେ ଯାନବାହନର ଯାତାୟତ ନିମନ୍ତେ ରାସ୍ତା ସମ୍ପୂର୍ଣ୍ଣ ଉପଯୁକ୍ତ ଅଛି। ଏଣୁ ବାତ୍ୟା ପରେ ପରିସ୍ଥିତି ଦେଖି ରାସ୍ତାରେ ଯାନବାହନ ଯାତାୟତ କରିବ। 

Cyclone: ବାତ୍ୟା 'ଅର୍ଣ୍ଣବ'ର ତାଣ୍ଡବ: କଳିଙ୍ଗା ଘାଟିରେ ଭୁସ୍ଖଳନ ସହ ଘୁ.ଉଦୟଗିରିରେ ରେକର୍ଡ ବର୍ଷା

ବାତ୍ୟା ଗଲାଣି। ବାତ୍ୟାରେ କଳିଙ୍ଗା ଘାଟିର କୌଣସି କ୍ଷତି ହୋଇ ନାହିଁ। ତଥାପି ରାସ୍ତା ଆଜି ପର୍ଯ୍ୟନ୍ତ ଖୋଲା ଯାଉ ନାହିଁ। ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଖୋଲିବା ନେଇ କାହାର ଆଗ୍ରହ ନାହିଁ ଲୋକଙ୍କ ସମସ୍ୟା କାହାକୁ ଦେଖା ଯାଉ ନାହିଁ। ତୁରନ୍ତ କଳିଙ୍ଗା ଘାଟିରେ ଯାନବାହନ ଯାତାୟତ ନିମନ୍ତେ ଅନୁମତି ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିବା ସହ ଚେତାବନୀ ଦେଇଛନ୍ତି। ତୁରନ୍ତ ରାସ୍ତା ନ ଖୋଲିଲେ ରାଜରାସ୍ତାକୁ ଓହ୍ଲେଇ ବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.