Kabaddi Championship: ରାଜ୍ୟଗୋଷ୍ଠୀ କବାଡ଼ି: ସେମିରେ ଭାରତ

1 hour ago 1
ARTICLE AD BOX

ପ୍ରଥମ ଥର ଆୟୋଜିତ ରାଜ୍ୟଗୋଷ୍ଠୀ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ପ୍ରବେଶ କରିଛନ୍ତି। ଏଠାରେ ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଉଭୟ ଦଳ ନାଇଜେରିଆକୁ ପରାସ୍ତ କରିଥିଲେ।

27 Oct 2026 12:27 IST Updated 27 Oct 2026 12:29 IST

 ସେମିରେ ଭାରତ

ଅହମଦାବାଦ: ପ୍ରଥମ ଥର ଆୟୋଜିତ ରାଜ୍ୟଗୋଷ୍ଠୀ କବାଡ଼ି ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ପ୍ରବେଶ କରିଛନ୍ତି। ଏଠାରେ ଖେଳାଯାଇଥିବା ଗ୍ରୁପ୍‌ ମ୍ୟାଚ୍‌ରେ ଉଭୟ ଦଳ ନାଇଜେରିଆକୁ ପରାସ୍ତ କରିଥିଲେ। ମହିଳା ଦଳ ୩୮-୧୦ରେ ଏବଂ ପୁରୁଷ ଦଳ ୫୦-୨୩ରେ ଜିତି ଚଳିତ ପ୍ରତିଯୋଗିତାରେ ୪ ଲେଖାଏଁ ବିଜୟ ଅର୍ଜନ କରି ସେମିଫାଇନାଲ୍‌ ସ୍ଥାନ ନିଶ୍ଚିତ କରିଛି। ପ୍ରଥମାର୍ଦ୍ଧରେ ୨୪-୬ରେ ଆଗରେ ଥିବା ମହିଳା ଦଳ ପରବର୍ତ୍ତୀ ଅର୍ଦ୍ଧରେ ଆଉ ୧୪ ପଏଣ୍ଟ ଯୋଡ଼ି ବିଜୟୀ ହୋଇଥିଲା। ଅନୁ ୧୭ରେଡ୍‌ରୁ ୧୧ ପଏଣ୍ଟ୍‌ ଅର୍ଜନ କରିଥିଲା ବେଳେ ସାକ୍ଷୀ ୪, ନିଧୀ ଶର୍ମା ୨ ପଏଣ୍ଟ କରିଥିଲେ। ସାଭାଇ ଗଧାବୀ ୩ ଏବଂ ରିତୁ ଓ ପ୍ରିୟା ୨ ଲେଖାଏଁ ଟ୍ୟାକେଲ ପଏଣ୍ଟ୍‌ କରି ଦଳର ବିଜୟରେ ଅବଦାନ ରଖିଥିଲେ। ପୁରୁଷରେ ଭାରତ ୨୫-୭ରେ ପ୍ରଥମାର୍ଦ୍ଧକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ସଚିନ ଓ ଆଦିତ୍ୟ ସିନ୍ଧେ ଯଥାକ୍ରମେ ୧୨, ୧୧ ଓ ୮ ରେଡ୍‌ ପଏଣ୍ଟ କରିଥିଲା ବେଳେ ପଙ୍କଜ ମୋହିତେ ୮ ରେଡ୍‌ ଓ ୨ ଟ୍ୟାକେଲ୍‌ ପଏଣ୍ଟ କରିଥିଲେ। ସେହିପରି ସୁର୍ଜିତ ନରୱାଲ ୪ ଟ୍ୟାକେଲ ପଏଣ୍ଟ କରି ଦଳକୁ ବିଜୟ ଦେଇଥିଲେ।

କେନ୍‌ଙ୍କୁ ବାଲାନ୍‌ ଡି’ଓର୍‌ ପୁରସ୍କାର: ୨୫ ବର୍ଷ ପରେ ଇଂଲିସ୍‌ ଫୁଟ୍‌ବଲର୍‌ ଭାବେ ଜିତିଲେ

27 Oct 2026 12:27 IST Updated 27 Oct 2026 12:29 IST

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.