Judicial history: ଓଡ଼ିଶା ନ୍ୟାୟିକ ଇତିହାସରେ ପ୍ରଥମ: ୧୭ ଦିନରେ ଚୋରି ମାମଲାର ଦଣ୍ଡବିଧାନ, ମୋବାଇଲ ଫୋନ୍‌ ଚୋରକୁ ଜେଲ୍‌ ଦଣ୍ଡାଦେଶ

1 day ago 2
ARTICLE AD BOX

ଝାରସୁଗୁଡ଼ା: ମାତ୍ର ୧୭ ଦିନରେ ଏକ ଚୋରି ମାମଲାର ରାୟ ପ୍ରକାଶ ସହ ଦଣ୍ଡବିଧାନ କରାଇବାରେ ସଫଳ ହୋଇଛି ଝାରସୁଗୁଡ଼ା ଜିଲ୍ଲାର ରେଙ୍ଗାଲି ଥାନା ପୁଲିସ। ଲଖନପୁରସ୍ଥିତ ଜେଏମ୍ଏଫ୍‌ସି ଅଦାଲତ ଆଜି ଏହାର ରାୟ ପ୍ରକାଶ କରି ଦୋଷୀକୁ ୩ଟି ଦଫାରେ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଓଡ଼ିଶା ନ୍ୟାୟିକ ଇତିହାସରେ ଏହା ପ୍ରଥମ ଘଟଣା ବୋଲି କୁହାଯାଇଛି। ଏହା ପୂର୍ବରୁ ଭୁବନେଶ୍ବର ଜେଏମ୍ଏଫ୍‌ସି କୋର୍ଟ ୧୮ ଦିନରେ ଏକ ମାମଲାର ରାୟ ପ୍ରକାଶ କରି ଦୋଷୀ ପ୍ରତି ଦଣ୍ଡବିଧାନ କରିଥିଲେ।

Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା

ସୂଚନା ଅନୁସାରେ, ରେଙ୍ଗାଲି ଥାନା ଅନ୍ତର୍ଗତ କତରବଗା ସ୍କୁଲ ନିକଟ ଏନ୍ଏଚ୍-୪୯ କଡ଼ରେ ଥିବା ଏକ ସିଏସ୍‌ସି (କମନ୍‌ ସର୍ଭିସ୍‌ ସେଣ୍ଟର)ରୁ ଗତ ୮ ତାରିଖ ରାତିରେ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଉକ୍ତ କେନ୍ଦ୍ରରୁ ୪ଟି ପୁରୁଣା ମୋବାଇଲ ଫୋନ୍ ଓ ୨ଟି ଇୟରବଡ୍ ଚୋରି କରି ନେଇଥିଲେ। ଏ ନେଇ ରେଙ୍ଗାଲି ଥାନା ପୁଲିସ ‌ବିଏନ୍ଏସ୍‌ ଧାରା ୩୩୧ (୪)/୩୦୫(ଏ) ଅନୁଯାୟୀ ନଂ ୨୩୯, ୯.୯.୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଥାନାର ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ମାମଲାର ତ୍ୱରିତ ତଦନ୍ତ କରି ରେଙ୍ଗାଲି ଥାନା ଅନ୍ତର୍ଗତ ଦେହେରିଢିପା ଗାଁର ସନାତନ କିଷାନ (୨୬)କୁ ଗିରଫ କରିଥିଲେ। ଅଭିଯୁକ୍ତର ସ୍ୱୀକାରୋକ୍ତି ଆଧାରରେ ତା’ ଘରୁ ଚୋରି ହୋଇଥିବା ୨ଟି ମୋବାଇଲ ଫୋନ୍‌, ଗୋଟିଏ ଇୟରବଡ୍ ଓ ଗୋଟିଏ ଲୁହାଛଡ଼ ଜବତ କରାଯାଇଥିଲା।

Horoscope 2026 September 26: ଜାଣନ୍ତୁ ଆଜିର ରାଶିଫଳ...

ପୁଲିସ ତଦନ୍ତ ଶେଷ କରି ଗତ ୧୯ ତାରିଖରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଥିଲା। ଗତ ୨୧ ତାରିଖରେ ଅଦାଲତରେ ଅଭିଯୋଗ ଦାଖଲ ସହ ପ୍ରମାଣ ଗ୍ରହଣ ଆରମ୍ଭ ହୋଇଥିଲା। ଆଜି ଲଖନପୁର ସିଭିଲ ଜଜ୍ (ଜୁନିୟର ଡିଭିଜନ) କମ୍ ଜେଏମ୍ଏଫ୍‌ସି ଜୟା ରାୟ ମାମଲାର ରାୟ ପ୍ରକାଶ କରି ସନାତନକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଧାରା ୩୦୫ (ଏ) ବିଏନ୍ଏସ୍ ଅନୁଯାୟୀ ଦୋଷୀକୁ ୬ ମାସ ସରଳ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଏବଂ ଧାରା ୩୩୧ (୪) ଅନୁଯାୟୀ ୩ ମାସ ସରଳ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ହୋଇଛି। ଉଭୟ ଦଣ୍ଡ ଏକକାଳୀନ ଭାବେ ଚାଲିବ। ଝାରସୁଗୁଡ଼ା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ମାମଲାର ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ନିୟମିତ ଭାବେ ତଦାରଖ କରିବା ସହ ତ୍ୱରିତ ତଦନ୍ତ ଓ ଶୀଘ୍ର ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.