ARTICLE AD BOX
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ମୋଦୀଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ରାହୁଲଙ୍କ ବିରୋଧରେ ଚାଲିଥିବା ଫୌଜଦାରୀ ମାନହାନି ମାମଲାର ବିଚାର ଉପରେ ଶୀର୍ଷକୋର୍ଟ ରୋକ ଲଗାଇ ତଳ କୋର୍ଟର କାର୍ଯ୍ୟାନୁଷ୍ଠାନକୁ ସ୍ଥଗିତ ରଖିଛନ୍ତି।
ଜଷ୍ଟିସ ବିକ୍ରମ ନାଥ ଏବଂ ଜଷ୍ଟିସ ଅପରେଶ କୁମାର ସିଂଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ବେଞ୍ଚ ମହାରାଷ୍ଟ୍ରର ଏକ ମାଜିଷ୍ଟ୍ରେଟ୍ ଅଦାଲତରେ ଚାଲିଥିବା ଏହି ମାମଲାର ବିଚାର ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଏହା ସହିତ କୋର୍ଟ ଏହି ଆବେଦନ ଉପରେ ୪ ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ସମ୍ପୃକ୍ତ ପକ୍ଷ ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।୨୦୧୮ ମସିହାରେ ରାଫେଲ ଯୁଦ୍ଧବିମାନ ଚୁକ୍ତିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ‘ଚୋରଙ୍କ ସର୍ଦ୍ଦାର’,‘ଚୌକିଦାର ଚୋର ହୈ’ ଏବଂ ‘କମାଣ୍ଡର-ଇନ୍-ଥିଫ୍’ ଭଳି ଶବ୍ଦ ପ୍ରୟୋଗ କରିଥିବା ନେଇ ଏହି ମାନହାନି ମାମଲା ରୁଜୁ ହୋଇଥିଲା। ପୂର୍ବରୁ ବମ୍ବେ ହାଇକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଜାରି ହୋଇଥିବା ସମନକୁ ଖାରଜ କରିବା ପାଇଁ ମନା କରିଦେଇଥିଲେ। ଏହି ନିଷ୍ପତ୍ତି ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
PM Modi: ‘ଶକ୍ତିର ସପ୍ତଧାରା’ରେ ବିକଶିତ ଭାରତ ନିର୍ମାଣ ହେବ: ନରେନ୍ଦ୍ର ମୋଦୀ
ବିଚାରପତି କହିଛନ୍ତି, ଅଭିଯୋଗକାରୀ କହିଛନ୍ତି ଯେ, ସେ ଦୁଇ ଦଶନ୍ଧି ଧରି ବିଜେପିର ଜଣେ ସକ୍ରିୟ ସଦସ୍ୟ। ପ୍ରଥମ ଦୃଷ୍ଟିରୁ ଜଣେ ବିଜେପି ସଦସ୍ୟଙ୍କ ବକ୍ତବ୍ୟ ଏବଂ ପ୍ରଧାନମନ୍ତ୍ରୀଙ୍କୁ ‘କମାଣ୍ଡର-ଇନ୍-ଥିଫ୍’ ବୋଲି ଉଲ୍ଲେଖ କରିବା କେବଳ ଦଳର ବରିଷ୍ଠ ନେତୃତ୍ୱ ପର୍ଯ୍ୟନ୍ତ ସୀମିତ ବୋଲି କୁହାଯାଇପାରିବ ନାହିଁ। ଅଭିଯୋଗର ପ୍ରକୃତ ଅର୍ଥ ଏବଂ ଦଳୀୟ ସଦସ୍ୟଙ୍କ ଉପରେ ଏହାର ପ୍ରଭାବ ବିଚାର ପର୍ଯ୍ୟାୟରେ ବିଚାର କରାଯିବ। ତେଣୁ, କୋର୍ଟ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଦିଆଯାଇଥିବା ଆଦେଶରେ କୌଣସି ବେଆଇନ ତଥ୍ୟ ପାଇନାହାନ୍ତି।

1 hour ago
1


