Judgement: ପିସିପିଏନ୍‌ଡିଟି ଆଇନ ଅଧୀନ ଅପରାଧର ତଦନ୍ତ କରିପାରିବ ନାହିଁ ପୁଲିସ: ସୁପ୍ରିମ୍‌କୋର୍ଟ

41 minutes ago 2
ARTICLE AD BOX

ନୂଆଦିଲ୍ଲୀ: ଗର୍ଭସ୍ଥ ଶିଶୁର ଲିଙ୍ଗ ନିର୍ଣ୍ଣୟ ଓ ଲିଙ୍ଗ ଚୟନ ରୋକିବା ପାଇଁ ଥିବା ପ୍ରି-କନ୍‌ସେପ୍‌ସନ୍‌ ଆଣ୍ଡ ପ୍ରି-ନାଟାଲ ଡାଏଗ୍ନୋଷ୍ଟିକ୍‌ ଟେକ୍ନିକ୍ସ (ପିସିପିଏନ୍‌ଡିଟି) ଆଇନ ଅଧୀନ ଅପରାଧର ତଦନ୍ତ ପୁଲିସ କରିପାରିବ ନାହିଁ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ଆଇନ ଅଧୀନରେ ନିଯୁକ୍ତ ଅଧିକୃତ କର୍ତ୍ତୃପକ୍ଷ ହିଁ ଏଭଳି ମାମଲାରେ ଆଇନ ଅନୁଯାୟୀ ପଦକ୍ଷେପ ନେବେ।

ଜଷ୍ଟିସ୍‌ ସଞ୍ଜୟ କାରୋଲ ଓ ଏନ୍‌. କୋଟୀଶ୍ୱର ସିଂହଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ପିସିପିଏନ୍‌ଡିଟି ଆଇନ ଅଧୀନରେ ପୁଲିସର ମାମଲା ରୁଜୁ କରିବା ଓ ତଦନ୍ତ କରିବାର କ୍ଷମତା ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଖଣ୍ଡପୀଠ ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ଆଇନର ମାମଲାଗୁଡ଼ିକ ବୈଷୟିକ ପ୍ରକୃତିର ହୋଇଥିବା ସହ ଏଥିରେ ଚିକିତ୍ସା ବିଜ୍ଞାନ ସମ୍ପର୍କିତ ଜ୍ଞାନ ଓ ସମ୍ବେଦନଶୀଳତା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, ପିସିପିଏନ୍‌ଡିଟି ଆଇନର ଉଦ୍ଦେଶ୍ୟ ହେଉଛି ଗର୍ଭସ୍ଥ ଶିଶୁର ଲିଙ୍ଗ ନିର୍ଣ୍ଣୟ ପାଇଁ ଗର୍ଭପୂର୍ବ ନିଦାନ ପ୍ରଣାଳୀର ବ୍ୟବହାରକୁ ନିଷେଧ କରିବା। ଏହା ଏକ ବିଶେଷ ଆଇନ ହୋଇଥିବାରୁ ଏଥିରେ ଥିବା ବ୍ୟବସ୍ଥା ଅନୁସାରେ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷ ହିଁ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। ପୁଲିସ ଏହି ଆଇନ ଅଧୀନ ଅପରାଧର ମୁଖ୍ୟ ତଦନ୍ତକାରୀ ଭାବେ କାମ କରିପାରିବ ନାହିଁ। ଆଇନର ବ୍ୟବସ୍ଥା ଅନୁସାରେ ପୁଲିସର ଭୂମିକା ସହାୟକ ଭାବେ ସୀମିତ ରହିବ ବୋଲି କୋର୍ଟ କହିଛନ୍ତି।

Ram Temple: ରାମମନ୍ଦିର ଦାନ ଅର୍ଥ ହେରଫେର ମାମଲାର ଶୀଘ୍ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ

ତେବେ ଏହି ରାୟର ଅର୍ଥ ପୁଲିସର ସମସ୍ତ ଅପରାଧ ତଦନ୍ତ କ୍ଷମତା ଉପରେ ରୋକ ଲାଗିବା ନୁହେଁ। ପିସିପିଏନ୍‌ଡିଟି ଆଇନ ଅଧୀନ ଅପରାଧ ବ୍ୟତୀତ ଅନ୍ୟ କୌଣସି ସ୍ୱତନ୍ତ୍ର ଅପରାଧର ସୂଚନା ମିଳିଲେ, ସେହି ଅପରାଧ ସମ୍ପର୍କରେ ପୁଲିସ ତଦନ୍ତ ଓ ଅଭିଯୋଗ ଦାଏର କରିପାରିବ। ଅର୍ଥାତ୍‌ ସୀମାବଦ୍ଧତା କେବଳ ପିସିପିଏନ୍‌ଡିଟି ଆଇନ ଅଧୀନରେ ଥିବା ଅପରାଧ ପାଇଁ ଲାଗୁ ହେବ। ଏହି ରାୟ ମାଧ୍ୟମରେ ପିସିପିଏନ୍‌ଡିଟି ଆଇନ ଅଧୀନ ମାମଲାରେ ପୁଲିସ ଓ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ଭୂମିକା ସ୍ପଷ୍ଟ ହୋଇଛି। ତେବେ ସୁପ୍ରିମ୍‌କୋର୍ଟଙ୍କ ବିସ୍ତୃତ ରାୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.