Judgement: ଆଶାରାମଙ୍କ ପୁଅ ନାରାୟଣଙ୍କ ଆଜୀବନ କାରାଦଣ୍ଡ ରଦ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

1 week ago 4
ARTICLE AD BOX

ନୂଆଦିଲ୍ଲୀ: ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କୁ ୨୦୧୩ ମସିହାର ଏକ ଦୁଷ୍କର୍ମ ମାମଲାରେ ଦିଆଯାଇଥିବା ଆଜୀବନ କାରାଦଣ୍ଡ ରଦ୍ଦ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଦୁଷ୍କର୍ମ ମାମଲାରେ ଦୋଷୀସାବ୍ୟସ୍ତତା ବିରୋଧରେ ସାଇ ଦାଖଲ କରିଥିବା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଜଷ୍ଟିସ୍‌ ଏମଏମ ସୁନ୍ଦ୍ରେଶ ଏବଂ ପିବି ଭରାଲେଙ୍କ ଖଣ୍ଡପୀଠ ଗୁଜରାଟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଖଣ୍ଡପୀଠ କହିଛନ୍ତି , ତିନି ମାସ ମଧ୍ୟରେ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ସର୍ବୋତ୍ତମ ପ୍ରୟାସ କରିବାକୁ ଆମେ ହାଇକୋର୍ଟଙ୍କୁ ଅନୁରୋଧ କରୁଛୁ। ଆବେଦନକାରୀ ଏବଂ ରାଜ୍ୟ ସରକାର ଏହି ପ୍ରକ୍ରିୟାରେ ସହଯୋଗ କରିବେ ବୋଲି ଆମେ ସ୍ପଷ୍ଟ କରୁଛୁ। ନାରାୟଣ ସାଇଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଆଇନଜୀବୀ ଏନ୍‌. ହରିହରନ କହିଥିଲେ ଯେ, ଶୀଘ୍ର ଶୁଣାଣି ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ଆବେଦନର ଶୁଣାଣି ଆରମ୍ଭ ହୋଇନାହିଁ। ଏହାପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ତିନି ମାସ ମଧ୍ୟରେ ଆବେଦନ ଉପରେ କୌଣସି ନିଷ୍ପତ୍ତି ନହୁଏ ତେବେ ନାରାୟଣ ସାଇ ପୁଣିଥରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ।

CM’s Public Grievance ଅଗଷ୍ଟ ୧୦ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଉଲ୍ଲେଖଯୋଗ୍ୟ ସୁରଟର ଏକ ଅଦାଲତ ନାରାୟଣ ସାଇଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀସାବ୍ୟସ୍ତ କରିବାପରେ ସେ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ନାରାୟଣ ସାଇଙ୍କ ଆବେଦନ ବର୍ତ୍ତମାନ ଗୁଜରାଟ ହାଇକୋର୍ଟରେ ବିଚାରାଧୀନ ଅଛି। ଗତ ମେ’ ୪ ତାରିଖରେ ହାଇକୋର୍ଟ ସାଇଙ୍କ ଆବେଦନ ଖାରଜ କରି ଦେଇଥି‌ଲେ। ହାଇକୋର୍ଟ କହିଥିଲେ, ମାମଲାର ଗମ୍ଭୀରତା ଦୃଷ୍ଟିରୁ ଆମେ ଏବେ ଏହା ଉପରେ କିଛି ନିଷ୍ପତ୍ତି ନେଇପାରୁନୁ। ହାଇକୋର୍ଟ ଏହା ମଧ୍ୟ କହିଥିଲେ ଯେ, ନାରାୟଣ ସାଇ ୧୧ ବର୍ଷରୁ ଅଧିକ ସମୟ କାରାଗାରରେ ରହିଥିଲେ ମଧ୍ୟ, ୨୦୧୯ଠାରୁ ତାଙ୍କ ଆବେଦନର ଚୂଡ଼ାନ୍ତ ଶୁଣାଣିରେ ସହଯୋଗ କରିନାହାନ୍ତି। ଉଲ୍ଲେଖଯୋଗ୍ୟ ୨୦୧୩ରେ ଜଣେ ପୂର୍ବତନ ମହିଳା ଶ୍ରଦ୍ଧାଳୁଙ୍କୁ ଦୁଷ୍କର୍ମ ମାମଲାରେ ସୁରତ କୋର୍ଟ ୨୦୧୯ ଏପ୍ରିଲରେ ସାଇଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.