JTP-Police clash: ଜେଟିପି-ପୁଲିସ ମୁହାଁମୁହିଁ: ଦେଢ଼ ଘଣ୍ଟା ଅଟକିଲା ନୀତି, ଭକ୍ତଙ୍କୁ ସୁହାଇଲା ବିବାଦ

1 hour ago 1
ARTICLE AD BOX

ପୁରୀ: ପୁଣି ନୀତି ବିଭ୍ରାଟ। ଗାଣ୍ଡୁଆ ଚଉରା ଛକରେ ଜେଟିପି-ପୁଲିସ ମୁହାଁମୁହିଁ ହେବାରୁ ଅଭାବନୀୟ ସ୍ଥିତି ଉପୁଜିଛି। ସୁନାବେଶ ପରେ ନୀତି ଆଗକୁ ବଢ଼ିପାରିନାହିଁ। ରାତି ୧୦ଟାରୁ ୧୧ଟା ଭିତରେ ସୁନାବେଶ ମଇଲମ ହେବାକୁ ଥିଲା। ହେଲେ ତାହା ବିଳମ୍ବ ହୋଇଥିଲା। ଦେଢ଼ଘଣ୍ଟା ପରେ ସୁନାବେଶ ମଇଲମ ଓ ସନ୍ଧ୍ୟାଧୂପ ହୋଇଥିଲା। ଅର୍ଥାତ୍‌ ରାତି ସାଢ଼େ ୧୧ଟା ବେଳେ ମହାପ୍ରଭୁଙ୍କ ପାଖରେ ସନ୍ଧ୍ୟାଧୂପ ହୋଇଥିଲା। ଏହା ପରେ ପରେ ଅନ୍ୟାନ୍ୟ ନୀତି ଆଗକୁ ବଢ଼ିଥିଲା। 

ଏଣେ ଭକ୍ତମାନଙ୍କୁ ବି ଏହି ବିବାଦ ସୁହାଇଥିଲା। ରାତି ୧୦ଟା ପରେ ବି ସୁନାବେଶ ଓଲାଗି ନ ହୋଇପାରିବାରୁ ସେମାନେ ଦର୍ଶନ କରିଥିଲେ। ପୂର୍ବରୁ ୧୦ଟାରୁ ଓଲାଗି ଆରମ୍ଭ ହୋଇଯାଉଥିବାରୁ ଟ୍ରାଫିକ୍‌ରେ ଫସି ବିଳମ୍ବରେ ବଡ଼ଦାଣ୍ଡରେ ପହଞ୍ଚିଥିବା ଭକ୍ତ ସୁନାବେଶ ଦର୍ଶନ କରିପାରୁନଥିଲେ। ହେଲେ ଆଜି ଓଲାଗି ବିଳମ୍ବ ହେବାରୁ ଭକ୍ତମାନେ ଦର୍ଶନ କରୁଥିବା ଦେଖାଯାଇଥିଲା। ପ୍ରବଳ ବର୍ଷା ସତ୍ତ୍ବେ ଭକ୍ତମାନଙ୍କର ଭିଡ଼ କମିବା ନାଁ ଧରୁନଥିଲା। ବରଂ ସୁନାବେଶ ଥିବାରୁ ୧୦ ପରେ ମଧ୍ୟ ସିଂହଦ୍ବାରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ସୂଚନା ମୁତାବକ, ଗାଣ୍ଡୁଆ ଚଉରା ଛକରୁ ଶ୍ରୀମନ୍ଦିର ଆଡ଼କୁ ପ୍ରବେଶ କଟକଣା ରହିଥିଲା। କୌଣସି ପ୍ରକାରର ଯାନବାହନ ଛଡ଼ାଯାଉ ନଥିଲା। କେବଳ ସେବାୟତମାନଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ରହିଥିଲା। ସେବାୟତଙ୍କୁ ଚିହ୍ନଟ କରିବାକୁ ସେଠାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜେଟିପିଙ୍କୁ ମୁତୟନ କରାଯାଇଥିଲା। ଜେଟିପି ଚିହ୍ନଟ କରି ସେବାୟତଙ୍କୁ ବାରିକେଡ୍‌ ଦେଇ ଭିତରକୁ ଛାଡ଼ୁଥିଲେ। କିନ୍ତୁ ବାରମ୍ବାର ସେବାୟତ ଆସିବାରୁ ପୁଲିସ କର୍ମଚାରୀ ଜଣକ ବିରକ୍ତ ହୋଇ କାହାରିକୁ ଛଡ଼ାଯିବନି ବୋଲି କହିଥିଲେ। ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଜେଟିପିଙ୍କୁ ଦୁର୍ବ୍ୟବହାର କରିବାରୁ ସେ ପାଳିଆ ସେବାୟତଙ୍କୁ ଡାକିବା ପାଇଁ ଯାଇ ନଥିଲେ।

ପାଳିଆ ସେବାୟତ ନଥିବାରୁ ଆଗକୁ ନୀତି ବଢ଼ିପାରି ନଥିଲା। ଗାରଦରେ ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ପୁଲିସର ବରିଷ୍ଠ ଅଧିକାରୀ, ରଥଯାତ୍ରା ଦାୟିତ୍ବରେ ଥିବା ସ୍ବତନ୍ତ୍ର ଅଧିକାରୀ, ଜେଟିପି ବସି ଆଲୋଚନା କରିଥିଲେ। ବରିଷ୍ଠ ଅଧିକାରୀମାନେ ବୁଝାସୁଝା କରିବା ପାଇଁ ଉଦ୍ୟମ କରିଥିଲେ। ମୁଖ୍ୟମନ୍ତ୍ରୀ ରାତି ସାଢ଼େ ୧୦ଟାରେ ପହଞ୍ଚିବାରୁ ଆଲୋଚନା ବ୍ୟାଘାତ ହୋଇଥିଲା। ପରେ ପୁଣି ଆଲୋଚନା ହେବା ସହ ଅଧିକାରୀମାନେ ବୁଝାସୁଝା କରିବାରୁ ଜେଟିପି ପାଳିଆ ସେବାୟତଙ୍କୁ ଡାକିବା ପାଇଁ ଯାଇଥିଲେ। ତେବେ ଏହାକୁ ପୁଲିସ ଏହାକୁ ଖଣ୍ଡନ କରିଛି। ସେମିତି କିଛି ହୋଇ ନାହିଁ ବୋଲି କହି ଏଡାଇ ଯାଇଛି। କେବଳ ଏହି ଜାଗାରେ ନୁହେଁ ଆଜି ପ୍ରତ୍ୟେକ ଛକରେ କାର୍ଯ୍ୟରତ ପୁଲିସମାନଙ୍କର ଏଭଳି ବ୍ୟବହାର ସାଧାରଣ ଲୋକ ଓ ପାସ୍‌ଧାରୀଙ୍କୁ ଅତିଷ୍ଠ କରିଥିବା ସୂଚନା ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.