ARTICLE AD BOX
ଲକ୍ଷ୍ନୌ: ବିଗତ କିଛି ମାସ ହେଲା ଦେଶବ୍ୟାପୀ ଭିନ୍ନଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଛି। କିଛି ସ୍ଥାନରେ ତୀବ୍ର ଆନ୍ଦୋଳନ ମଧ୍ୟ ଦେଖାଯାଇଛି। ଏଥିରେ ଛାତ୍ରଛାତ୍ରୀ ଏବଂ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନେ ମଧ୍ୟ ସାମିଲ ହେଉଛନ୍ତି। ତେବେ ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ସରକାରୀ ଚାକିରି ପାଇଁ ଚରିତ୍ର ଯାଞ୍ଚ ନିୟମରେ ପରିବର୍ତ୍ତନ କରାଯାଇଛି।
ଏହି ନିୟମ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ରାଜରାସ୍ତାରେ ହିଂସା ସହିତ ଜଡ଼ିତ ରୁହନ୍ତି, ତାଙ୍କୁ ସରକାରୀ ଚାକିରି ମିଳିବ ନାହିଁ। ଏହି ଭଳି ପ୍ରାର୍ଥୀଙ୍କ ପାଇଁ ଯୋଗୀ ସରକାର ଚାକିରି ରାସ୍ତା ବନ୍ଦ କରିଦେଇଛନ୍ତି। ଏହି ନିୟମ ନେଇ ଉତ୍ତରପ୍ରଦେଶ ସରକାର ପ୍ରମୁଖ ଶାସନ ସଚିବ ଏମ୍ ଦେବରାଜ ସୂଚନା ଦେଇଛନ୍ତି।
ଚାକିରି ନିୟମରେ ପରିବର୍ତ୍ତନ
ସରକାର କହିଛନ୍ତି ଯେ, ଯେକୌଣସି ନିଯୁକ୍ତି ପ୍ରକ୍ରିୟା ହେଉ, ଏଥିରେ ଲିଖିତ ପରୀକ୍ଷା ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଚରିତ୍ର ଯାଞ୍ଚକୁ ଗୁରୁତ୍ବ ମନେ କରାଯିବ। ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ ଆଣିଛନ୍ତି। ହିଂସା କାର୍ଯ୍ୟରେ ସଂପୃକ୍ତ ରହୁଥିବା ସଂଗଠନ ସହିତ ଜଡ଼ିତ ଥିବା ବ୍ୟକ୍ତିମାନଙ୍କୁ ସରକାରୀ ଚାକିରି ମିଳିପାରିବ ନାହିଁ। ଏହି ଭଳି ବ୍ୟକ୍ତିମାନଙ୍କୁ ସରକାରୀ ଚାକିରି ପାଇଁ ଅଯୋଗ୍ୟ ଘୋଷଣା କରିଦିଆଯିବ।
କେବେ ଠାରୁ ଲାଗୁ ହେବ ନିୟମ
୨୧ ବର୍ଷ ବୟସ ପୂରା କରିବା ପରେ ଏବଂ ଯାଞ୍ଚ ତାରିଖ ଠାରୁ ୩ ବର୍ଷ ଭିତରେ କୌଣସି ଏଭଳି ଗତିବିଧିରେ ଅଂଶଗ୍ରହଣକୁ ପ୍ରମାଣ ଭାବେ ଗ୍ରହଣ କରାଯିବ। ସଂପୃକ୍ତ ବ୍ୟକ୍ତି ଏହି ସମୟ ଭିତରେ ହିଂସାକାଣ୍ଡରେ ସାମିଲ ଅଛି କି ନାହିଁ, ତାହାର ତଦାରଖ କରାଯିବ। ଯେପର୍ଯ୍ୟନ୍ତ ବ୍ୟକ୍ତିର ଚରିତ୍ରଗତ ବ୍ୟବହାରରେ ପରିବର୍ତ୍ତନ ନେଇ ପ୍ରମାଣ ନମିଳିଛି, ତାଙ୍କୁ ଚାକିରିରେ ସୁଯୋଗ ମିଳିବ ନାହିଁ। ନୂତନ ନିୟମରେ ଏହା ମଧ୍ୟ କୁହାଯାଇଛି ଯେ, କୌଣସି ବ୍ୟକ୍ତିଙ୍କୁ ତାଙ୍କର ରାଜନୈତିକ ଚିନ୍ତାଧାରା ଏବଂ ବିଚାରଧାରା ଆଧାରରେ ଅଯୋଗ୍ୟ କୁହାଯାଇ ପାରିବ ନାହିଁ। ବିରୋଧରେ ହିଂସା ଗତିବିଧି ଏବଂ ସଂଗଠନ ସହିତ ଜଡ଼ିତ ହେବାକୁ ପ୍ରମୁଖ ଭାବେ ଦେଖାଯିବ।
Supreme Court: ସୁପ୍ରିମକୋର୍ଟରେ ଚାକିରି ସୁଯୋଗ, ୨୦ଟି ପଦବି ପାଇଁ ଆବେଦନ ଆରମ୍ଭ
ଏହି ନିଯୁକ୍ତି ଉପରେ ନୂଆ ନିୟମ
ସରକାରୀ ଚାକିରିରେ ଚରିତ୍ର ଯାଞ୍ଚ ସହିତ ଜଡ଼ିତ ନୂଆ ନିୟମ ରାଜ୍ୟର ଭିନ୍ନ ଭିନ୍ନ ବିଭାଗ ସହିତ ପରିଷଦ, ନିଗମ, ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଯୁକ୍ତିକୁ ସାମିଲ କରାଯାଇଛି। ହତ୍ୟା, ଡକାୟତି, ଦୁଷ୍କର୍ମ, ମହିଳାଙ୍କ ସହିତ ଦୁର୍ବ୍ୟବହାର, ଆତଙ୍କବାଦୀ ଗତିବିଧି, ପ୍ରଶ୍ନପତ୍ର ପ୍ରଘଟ, ଦୁର୍ନୀତିକୁ ମଧ୍ୟ ଯୋଡ଼ା ଯାଇଛି। ଏହି କାର୍ଯ୍ୟଗୁଡ଼ିକ ସହିତ ଜଡ଼ିତ ପ୍ରାର୍ଥୀଙ୍କୁ ସରକାରୀ ଚାକିରି ମିଳିବ ନାହିଁ।

48 minutes ago
2


