Jindal Foundation: ଜିନ୍ଦଲ ଫାଉଣ୍ଡେସନର ସେବା ଦିବସ

1 hour ago 2
ARTICLE AD BOX

ଭୁବନେଶ୍ବର: ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ଜନ୍ମଦିନରେ ସେବା ଦିବସ ପାଳନ କରାଯାଇଥିଲା। ବୃଦ୍ଧାଶ୍ରମରେ ଭଜନ ଗାନ ଏବଂ ଶିଶୁ ଯତ୍ନ ଅନୁଷ୍ଠାନର ପିଲାମାନେ ଝୋଟି ପକାଇବା, ନୃତ୍ୟ ଓ ସଙ୍ଗୀତ ପରିବେଷଣ ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର, ଫିଜିଓଥେରାପି ସେବା ବ୍ୟବସ୍ଥା କରାଯାଇଥିଲା। 

ଶାଲୁ ଜିନ୍ଦଲଙ୍କ ଜନ୍ମଦିନ

ଏଥିସହ ଶୁଖିଲା ରାସନ ଯୋଗାଇ ଦିଆଯାଇଥିଲା। ଋତୁସ୍ରାବ ସମୟର ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା ଅଧିବେଶନ ଆୟୋଜନ କରି ସାନିଟାରି ନାପକିନ୍ ବଣ୍ଟନ କରାଯାଇଥିଲା। ଗ୍ରାମାଞ୍ଚଳରେ ମହିଳା ଗୋଷ୍ଠୀ ଓ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ପ୍ରାର୍ଥନା, ଭଜନ-କୀର୍ତ୍ତନ ଓ ସାମୂହିକ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ୮୫ ଜଣ ଖେଳାଳିଙ୍କୁ କ୍ରୀଡ଼ା ସାମଗ୍ରୀ ଓ ଜର୍ସି ବଣ୍ଟନ କରାଯାଇଥିଲା।

ChatGPT: ଚାଟ୍‌ଜିପିଟିରେ ପ୍ରାଇଭେଟ୍ ଚାଟ୍ କେମିତି ଲକ୍ ଓ ଅନ୍‌ଲକ୍ କରିବେ? ଜାଣନ୍ତୁ ପୂରା ପ୍ରକ୍ରିୟା…

Read Entire Article
LEFT SIDEBAR AD

Hidden in mobile, Best for skyscrapers.