Jharsuguda dropped to 12.6°: ୧୨.୬ଂକୁ ଖସିଲା ଝାରସୁଗୁଡ଼ା

4 hours ago 1
ARTICLE AD BOX

ଭୁବନେଶ୍ବର: ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ରାଜ୍ୟର ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି। ଝାରସୁଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୧୪ ଡିଗ୍ରି, ରାଉରକେଲାରେ ୧୪.୫ ଡିଗ୍ରି, ଦାରିଙ୍ଗବାଡ଼ି ଓ କୋରାପୁଟରେ ୧୫ ଡିଗ୍ରି, ଦେବଗଡ଼ରେ ୧୫.୨ ଡିଗ୍ରି, ନବରଙ୍ଗପୁର ଓ ସମ୍ବଲପୁରରେ ୧୫.୪ ଡିଗ୍ରି ରହିଥିଲା। ଏଥିସହ ଭୋର ସମୟରେ କୋରାପୁଟରେ ଅତି ଘନ କୁହୁଡ଼ି ପଡ଼ିବାରୁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍‌ ରହିଥିଲା।

Weather: ଦିଲ୍ଲୀରେ ଚଳିତ ଋତୁର ସବୁଠୁ ଥଣ୍ଡା ସକାଳ, ୧୦ ଡିଗ୍ରିକୁ ଖସିଲା ପାରଦ

ନୟାଗଡ଼, ଅନୁଗୋଳ, ଢେଙ୍କାନାଳ ଓ ରାଉରକେଲାରେ ଘନ କୁହୁଡ଼ି କାରଣରୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର, ପାରାଦୀପରେ ମଧ୍ୟମ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୨୦୦ରୁ ୫୦୦ ମିଟର ଓ ଗୋପାଳପୁରରେ ୫୦୦ରୁ ୧୦୦୦ ମିଟର ମଧ୍ୟରେ ରହିଥିଲା। ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ କମିବ। ଡିସେମ୍ବର ୧ ବେଳକୁ ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରି ତଳକୁ ଖସିବାର ସମ୍ଭାବନା ରହିଛି। କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ, ସୁବର୍ଣ୍ଣପୁର, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ କୁହୁଡ଼ି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

Weather: କଶ୍ମୀରରେ ତାପମାତ୍ରା ଶୂନ୍ୟ ତଳକୁ ଖସିଲା, ଓଡ଼ିଶାରେ ବାତ୍ୟା ନେଇ ଚିନ୍ତା ବଢ଼ିଲା

Read Entire Article
LEFT SIDEBAR AD

Hidden in mobile, Best for skyscrapers.