Jayalukkas: ଜୟଆଲୁକ୍କାସରେ ସର୍ବବୃହତ ଗହଣା ସେଲ୍‌

4 hours ago 2
ARTICLE AD BOX

ଭୁବନେଶ୍ବର: ଦେଶର ଅଗ୍ରଣୀ ଗହଣା ପ୍ରତି‌ଷ୍ଠାନ ଜୟଆଲୁକ୍କାସ ପକ୍ଷରୁ ବର୍ଷର ସର୍ବବୃହତ ଗହଣା ସେଲ୍‌ ଘୋଷଣା କରାଯାଇଛି। ରୁପାଲି ଛକରେ ଥିବା କମ୍ପାନିର ସୋରୁମ୍‌ରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ଘୋଷଣା ହୋଇଛି। ଏହି ଅବସରରେ ଗ୍ରାହକମାନେ ସବୁ ପ୍ରକାର ଗହଣାର ଗଢ଼ା ମଜୁରି ଉପରେ ଫ୍ଲାଟ୍‌ ୪୦ ପ୍ରତିଶତ ରିହାତି ପାଇପାରିବେ।

ଆହୁରି ପଢନ୍ତୁ :PNG: ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ, ପିଏନ୍‌ଜି ସଂଯୋଗ ତ୍ବରାନ୍ବିତ କର

ଜୟଆଲୁକ୍କାସ‌ରେ ସୁନା, ହୀରା, ଅନକଟ୍‌ ଡାଇମଣ୍ଡ୍‌, ପ୍ରିସିୟସ୍‌, ପ୍ଲାଟିନମ୍‌ ଓ ରୁପା ଗହଣା କ୍ରୟ ଉପରେ ଗ୍ରାହକଙ୍କୁ ଗଢ଼ା ମୂଲ୍ୟରେ ଏହି ରିହାତି ମିଳିବ। ଆସନ୍ତା ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଅଫର ଉପଲବ୍ଧ ରହିବ। ଏହି ସ୍ବତନ୍ତ୍ର ଅଫର ଗ୍ରାହକମାନଙ୍କୁ ନିଜ ମନ ପସନ୍ଦର ଗହଣା କିଣିବାରେ ବିଶେ‌ଷ ସହାୟକ ହେବ ବୋଲି ଜୟଆଲୁକ୍କାସ ପକ୍ଷରୁ କୁହାଯାଇଛି। ଏହି ଅବସରରେ କମ୍ପାନିର ଶାଖାପ୍ରବନ୍ଧକ ସୁଭାଷ ଏମ୍‌ ଓ ଗ୍ରାହକମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.