Javed Akhtar: ‘ଆମେ କ’ଣ ମୁସଲିମ୍?’: ଫରହାନଙ୍କ ପ୍ରଶ୍ନରେ ଜାଭେଦଙ୍କ ଉତ୍ତର

1 hour ago 1
ARTICLE AD BOX

ମୁମ୍ବାଇ: ଲେଖକ ଓ ଗୀତିକାର ଜାଭେଦ ଅଖତର ତାଙ୍କ ପିଲା ଫରହାନ ଅଖତର ଓ ଜୋୟା ଅଖତରଙ୍କ ଲାଳନପାଳନ ଏବଂ ଧର୍ମକୁ ନେଇ ଏକ ରୋଚକ ଘଟଣା ସେୟାର କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ସେ ନିଜ ପିଲାମାନଙ୍କୁ କୌଣସି ଧାର୍ମିକ ପରିଚୟ ଦେଇନାହାନ୍ତି। ପିଲାମାନେ ବଡ଼ ହେବା ସହ ନିଜେ ଧର୍ମ ସମ୍ପର୍କରେ ଜାଣିଥିଲେ।

କୌଣସି ଧାର୍ମିକ ପରିଚୟ ଦେଇ ନଥିଲେ

ଜାଭେଦ ଅଖତର ନିଜକୁ ନାସ୍ତିକ ବୋଲି କହିଆସିଛନ୍ତି। ନିଜ ପିଲାମାନଙ୍କ ଲାଳନପାଳନ ସମ୍ପର୍କରେ ଏକ ପୁରୁଣା ଘଟଣା ବିଷୟରେ ମନେ ପକାଇ କହିଥିଲେ ଯେ , ଫରହାନଙ୍କୁ ପ୍ରାୟ ୭-୮ ବର୍ଷ ବୟସ ହୋଇଥିଲା। ଦିନେ ଫରହାନ ସ୍କୁଲରୁ ଘରକୁ ଫେରିବା ପରେ ସିଧା ତାଙ୍କ ପାଖକୁ ଆସିଥିଲେ। ଏବଂ ସଙ୍ଗେ ସଙ୍ଗେ  ଜାଭେଦଙ୍କୁ ପ୍ରଶ୍ନ ପଚାରିଥିଲେ—‘ଆମେ କ’ଣ ମୁସଲିମ୍?’ ଏହାର ଉତ୍ତରରେ ଜାଭେଦ ତାଙ୍କୁ ବୁଝାଇଥିଲେ ଯେ, ଜଣେ ମଣିଷ କେଉଁ ସହରରେ କିମ୍ବା କେଉଁ ସମ୍ପ୍ରଦାୟରେ ଜନ୍ମ ନେଇଛି, ତାହା ତାଙ୍କ ଜୀବନର ସବୁଠାରୁ ବଡ଼ ପରିଚୟ ନୁହେଁ। ଜଣେ ବ୍ୟକ୍ତି କିପରି ମଣିଷ ହେଉଛି, ତାହା ହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ସେ ଫରହାନ ଓ ଜୋୟାଙ୍କୁ କୌଣସି ଧର୍ମ ସହିତ ଯୋଡ଼ି ଲାଳନପାଳନ କରିନଥିଲେ। ସେମାନେ ବଡ଼ ହେବା ସହିତ ନିଜେ ଧର୍ମ ସମ୍ପର୍କରେ ଜାଣିଥିଲେ। ପିଲାମାନଙ୍କ ଉପରେ କୌଣସି ଧାର୍ମିକ ପରିଚୟ ଲଦିବାକୁ ସେ ଚାହୁଁନଥିଲେ।

ତାଙ୍କ କହିବା ଅନୁସାରେ, ସାଧାରଣତଃ ପିଲାମାନେ ୧୧ କିମ୍ବା ୧୨ ବର୍ଷ ବୟସରେ ନିଜ ଧର୍ମ ସମ୍ପର୍କରେ ଜାଣିବା ଆରମ୍ଭ କରନ୍ତି। ଫରହାନ ଓ ଜୋୟା, ଜାଭେଦ ଅଖତର ଓ ତାଙ୍କ ପ୍ରଥମ ପତ୍ନୀ ହନି ଇରାନୀଙ୍କ ସନ୍ତାନ। ପରେ ଜାଭେଦ ଅଭିନେତ୍ରୀ ଶବାନା ଆଜମୀଙ୍କୁ ବିବାହ କରିଥିଲେ। ନିଜ ଦୁଇ ସନ୍ତାନଙ୍କ ସଫଳତାକୁ ନେଇ ଜାଭେଦ ଅତ୍ୟନ୍ତ ଗର୍ବିତ ବୋଲି କହିଛନ୍ତି। ଫରହାନ ଓ ଜୋୟା ନିଜ ଦକ୍ଷତା ଓ ପରିଶ୍ରମରେ ନିଜର ପରିଚୟ ଗଢ଼ିଛନ୍ତି ବୋଲି ସେ ମତ ଦେଇଛନ୍ତି।

Sonu Sood: ନେପାଳ ବନ୍ୟା: ସହାୟତା ପାଇଁ ପହଞ୍ଚିଲେ ସୋନୁ ସୁଦ୍‌, ସୋସିଆଲ ମିଡିଆରେ ସମାଲୋଚନା

ଜାଭେଦଙ୍କ ଅନୁସାରେ, ତାଙ୍କ ପିଲାମାନେ ନାମ, ଖ୍ୟାତି ଓ ଟଙ୍କା ପାଇଁ ନିଜ ମୂଲ୍ୟବୋଧ ସହ କେବେ ସାଲିସ କରିନାହାନ୍ତି। ନିଜ କାମରେ ଗରିମା ବଜାୟ ରଖି ଫରହାନ ଓ ଜୋୟା ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବାରୁ ସେ ଗର୍ବିତ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.