ARTICLE AD BOX
ଚର୍ଚ୍ଚାରେ ଅମ୍ବାନୀ ପରିବାରର ସାନ ବୋହୂ ରାଧୀକା ଅମ୍ବାନୀ। ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ତାଙ୍କ ଡ୍ୟାନ୍ସ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ଅମ୍ବାନୀ ପରିବାରର ସବୁଠାରୁ ସାନ ବୋହୂ ହେଉଛନ୍ତି ରାଧିକା ଅମ୍ବାନୀ। ବିବାହ ପରଠାରୁ ସେ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି। କେତେବେଳେ ତାଙ୍କ ଡ୍ରେସ୍ କୁ ନେଇ ତ ଆଉ କେତେବେଳେ ତାଙ୍କ ଗହଣାକୁ ନେଇ ଚର୍ଚ୍ଚା ହୋଇଥାଏ। ଏବେ ପୁଣି ତାଙ୍କ ଡ୍ୟାନ୍ସକୁ ନେଇ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ସହ ତାଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଭିଡିଓରେ ଦୁହେଁ ମନଖୋଲି ନାଚୁଥିବାର ଦେଖିବାକୁ ମିଳିଛି। ଜାହ୍ନବୀ ଓ ରାଧିକାଙ୍କ ଏହି ଯୋଡ଼ିକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

18 hours ago
1


