ARTICLE AD BOX
ପାଟନା: ବିହାରର ଜାମୁଇ ଜିଲ୍ଲାରେ ଦଶମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ କିଛି ଯୁବକ ନିର୍ଯାତନା ଦେବା ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଘଟଣାଟି ସେପ୍ଟେମ୍ବର ୧୯ ସନ୍ଧ୍ୟା ପ୍ରାୟ ୭ଟାରେ ଜାମୁଇ ସଦର ଥାନା ଅଞ୍ଚଳରେ ଘଟିଥିଲା। ଉଭୟ ଜାମୁଇ ସହରର ବାସିନ୍ଦା ଏବଂ ଏକ କୋଚିଂ ସେଣ୍ଟର୍ରେ ପଢୁଥିଲେ। କୋଚିଂ ପରେ ସେମାନେ ମଡ଼ୱା ପାହାଡ଼ ଅଞ୍ଚଳକୁ ଯାଇ ଫେରୁଥିବାବେଳେ ଏକ ଦଳ ସେମାନଙ୍କୁ ଅଟକାଇଥିଲା।
ଆହୁରି ପଢନ୍ତୁ :Senior Newspaper Distributor ବରିଷ୍ଠ ଖବରକାଗଜ ବିତରକ ଲମ୍ବୋଦର ମହାପାତ୍ରଙ୍କ ଦେହାନ୍ତ
ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ଗାଡ଼ିର ପଞ୍ଜୀକରଣ ନମ୍ବର ଆଧାରରେ ଦୁଇ ପୀଡ଼ିତଙ୍କୁ ଚିହ୍ନଟ କରି ସେମାନଙ୍କ ବୟାନ ରେକର୍ଡ କରିଛି। ଭିଡିଓଆଧାରରେ ପୁଲିସ ପ୍ରାୟ ୭ ଜଣଙ୍କୁ ଚିହ୍ନଟ କରିଥିବାବେଳେ ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ଅନ୍ୟମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି। ଘଟଣାର ତଦନ୍ତ ପାଇଁ ପୁଲିସ ଏସ୍ଆଇଟି ଗଠନ କରିଛି। ମାମଲାରେ ପୋକ୍ସୋ ଆଇନ ଓ ବିଏନ୍ଏସ୍ର ବିଭିନ୍ନ ଧାରାରେ ଏତଲା ରୁଜୁ ହୋଇଛି। ସୋସିଆଲ ମିଡିଆରୁ ଆପତ୍ତିଜନକ ଭିଡିଓ ହଟାଇବାକୁ ମଧ୍ୟ ପଦକ୍ଷେପ ନିଆଯାଇଛି।
ଆହୁରି ପଢନ୍ତୁ :Manipur: ମଣିପୁରରେ ୧୫ ବର୍ଷୀୟ ନାବାଳକଙ୍କୁ ଗୁଳି କରି ହତ୍ୟା ଚଳିତ ମାସରେ ୧୦ ଜଣଙ୍କର ହିଂସାରେ ମୃତ୍ୟୁ
ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରତିକ୍ରିୟା ଦେଇଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭିଡିଓକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି କହିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆମ୍ ଆଦମୀ ପାର୍ଟି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ‘ବେଟି ବଚାଓ’ ସ୍ଲୋଗାନ୍କୁ ଉଲ୍ଲେଖ କରି ପ୍ରଶ୍ନ ଉଠାଇଛି। ତୃଣମୂଳ କଂଗ୍ରେସ ମଧ୍ୟ ଘଟଣାକୁ ନିନ୍ଦା କରିଛି। ଜାତୀୟ ମହିଳା କମିସନ୍ ନିଜଆଡ଼ୁ ମାମଲାରେ ହସ୍ତକ୍ଷେପ କରି ବିହାର ଡିଜିପିଙ୍କୁ ଚିଠି ଲେଖିଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବା ସହ ସମୟବଦ୍ଧ ଓ ନିରପେକ୍ଷ ତଦନ୍ତ ପାଇଁ କମିସନ୍ ଦାବି କରିଛି।

1 week ago
6


