ARTICLE AD BOX
ଭୁବନେଶ୍ବର: ଚଳିତ ଆଇଡବ୍ଲ୍ୟୁଏଲ୍୨ ଫୁଟ୍ବଲ୍ ପ୍ରତିଯୋଗିତାରେ ସ୍ପୋର୍ଟ୍ସ ଓଡ଼ିଶା ପରାଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ସ୍ଥାନୀୟ କ୍ୟାପିଟାଲ ଏରିନାରେ ଖେଳାଯାଇଥିବା ଗ୍ରୁପ୍-ବି’ ମ୍ୟାଚ୍ରେ ସ୍ପୋର୍ଟ୍ସ ଓଡ଼ିଶା ୨-୩ ଗୋଲ୍ରେ ଇମ୍ଫାଲର ୟୁଥ୍ ୱେଲ୍ଫେୟାର କ୍ଲବ୍ଠୁ ହାରି ଯାଇଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍ର ୨୫ତମ ମିନିଟ୍ରେ ମନୀଷା ନାୟକଙ୍କ ଗୋଲ୍ରେ ସ୍ପୋର୍ଟ୍ସ ଓଡ଼ିଶା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।
ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା ସ୍ପୋର୍ଟ୍ସ ଓଡ଼ିଶା
ପ୍ରଥମାର୍ଦ୍ଧରେ ୧-୦ରେ ଶେଷ ହେବା ପରେ ୫୬ତମ ମିନିଟ୍ରେ ୟୁଥ୍ ୱେଲ୍ଫେୟାର କ୍ଲବ୍ର ଫାଞ୍ଜୌବାମ ଅବେମା ଦେବୀ ଗୋଲ୍ଟି ଶୁଝି ସ୍ଥିତି ବରାବର କରିଥିଲେ। ୭୨ତମ ମିନିଟ୍ରେ ସତ୍ୟବତୀ ଖଡ଼ିଆଙ୍କ ଗୋଲ୍ରେ ଓଡ଼ିଶା ପୁଣି ଆଗୁଆ ହୋଇଥିଲେ। ହେଲେ ଏହାପରେ ରୋଜି ଥାଙ୍ଗା (୭୪ ମିନିଟ୍) ଓ ହେରିନା ବାସୁମତାରି (୮୩ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ କରି ୟୁଥ୍ ୱେଲଫେୟାରକୁ ବିଜୟ ଦେଇଥିଲେ।
FIFA U15 World Cup: ଫିଫା ୧୫ ବର୍ଷରୁ କମ୍ ବିଶ୍ବକପ୍: ଗ୍ରେନାଡା ସହ ପଏଣ୍ଟ ବାଣ୍ଟିଲା ଭାରତ

1 hour ago
2


