ISRO: ଘରୋଇକରଣ ପାଇଁ ଇସ୍ରୋକୁ ମୋଦୀ ସରକାର ଦୁର୍ବଳ କରୁଥିବା କଂଗ୍ରେସର ଅଭିଯୋଗ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ମୋଦୀ ସରକାର ଅତି ସକ୍ରିୟ ଭାବେ ମହାକାଶ କ୍ଷେତ୍ରରେ ଘରୋଇକରଣ ଏଜେଣ୍ଡା ଅନୁସରଣ କରୁଥିବା ସୋମବାର କଂଗ୍ରେସ ଅଭିଯୋଗ କରିଛି। କେନ୍ଦ୍ର ସରକାର ଘରୋଇ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରୁଥିବା ବେଳେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଭୂମିକାକୁ ସୀମିତ କରିବା ପଛରେ କ’ଣ ଯୁକ୍ତି ରହିଛି ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି। କଂଗ୍ରେସ ମହାସଚିବ ଜୟରାମ ରମେଶ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି, ବିକ୍ରମ ସରାଭାଇ, ସତୀଶ ଧାୱନ, ବ୍ରହ୍ମ ପ୍ରକାଶ, ୟୁଆର୍‌ ରାଓ, ଏପିଜେ ଅବଦୁଲ କଲାମ ଓ ଅନ୍ୟ ବିଶିଷ୍ଟ ବୈଜ୍ଞାନିକ ଓ ପ୍ରଯୁକ୍ତିବିଜ୍ଞାନୀଙ୍କ ଦୃଷ୍ଟିକୋଣ, ସମର୍ପଣ ଓ କଠିନ ପରିଶ୍ରମ ସହିତ ଗଠିତ ସଙ୍ଗଠନକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଇସ୍ରୋ ୧୯୬୯ ମସିହାରେ ପ୍ରତି‌ଷ୍ଠା ହୋଇଥିଲା। ସରାଭାଇ ଏହାର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Abhimata: ଦିଗ୍‌ବଳୟର ଏ ପାଖରେ: ଆମ ଶିକ୍ଷାନୁଷ୍ଠାନ ଓ ଆମର ପିଲାମାନେ

ରମେଶ ଅଭିଯୋଗ କରିଛନ୍ତି ଯେ, ସରକାର ପରମାଣୁ ଶକ୍ତି କ୍ଷେତ୍ରରେ ଯେପରି କରିଥିଲେ ସେହିପରି ମହାକାଶ କାର୍ଯ୍ୟକ୍ରମରେ ‘ଆକ୍ରମଣାତ୍ମକ ଘରୋଇକରଣ ଏଜେଣ୍ଡା’ ଅନୁସରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟରୁ ଏଥିପାଇଁ ପ୍ରୋତ୍ସାହନ ଆସୁଛି। ରକେଟ ବିକାଶ ଓ ଉତ୍ପାଦନରେ ଇସ୍ରୋର ଭୂମିକାକୁ ଯଥେଷ୍ଟ ହ୍ରାସ କରାଯାଉଛି ଓ ଏହାର ଅଧିକାଂଶ ଉପଗ୍ରହ-ସମ୍ବନ୍ଧୀୟ ସମ୍ବଳକୁ ସମ୍ପୂର୍ଣ୍ଣ ଭାବରେ ଘରୋଇ କମ୍ପାନିଗୁଡ଼ିକୁ ହସ୍ତାନ୍ତର କରାଯାଉଛି ବୋଲି ରମେଶ କହିଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ, ପ୍ରାୟ ୧୦୦୦ କୋଟି ଟଙ୍କା ନିବେଶରେ ତାମିଲନାଡୁରେ ବିକଶିତ ହେଉଥିବା ଦ୍ୱିତୀୟ ମହାକାଶ ବନ୍ଦରକୁ ଏକ ଘରୋଇ କମ୍ପାନିକୁ ହସ୍ତାନ୍ତର କରାଯିବ। ଏଥିରୁ ଆନ୍ଧ୍ର ପ୍ରଦେଶର ଐତିହାସିକ ଶ୍ରୀହରିକୋଟା ମହାକାଶ ବନ୍ଦରର ଭବିଷ୍ୟତ ଯେ କେହି ଅନୁମାନ କରିପାରିବେ ବୋଲି ରମେଶ କହିଛନ୍ତି।

Accident: ନାଳରେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ

ରମେଶ କହିଛନ୍ତି, ଇସ୍ରୋ ଦେଶକୁ ଏହାର ସଫଳତାରେ ଗର୍ବିତ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ବହୁ ସମୟରେ ଏହାର ସଫଳତାର ପ୍ରଶଂସା କରିଛନ୍ତି। ମହାକାଶ ଷ୍ଟାର୍ଟଅପ୍ ନିଶ୍ଚିତ ଭାବରେ ପ୍ରୋତ୍ସାହନ ଓ ସମର୍ଥନ ପାଇବାକୁ ଯୋଗ୍ୟ। କିନ୍ତୁ ଦୀର୍ଘ ସମୟ ଧରି ଘରୋଇ କ୍ଷେତ୍ର ସହିତ ଉତ୍ପାଦନକ୍ଷମ ସହଭାଗିତା କରିଆସୁଥିବା ଇସ୍ରୋକୁ ଏବେ କାହିଁକି ଦୁର୍ବଳ କରାଯାଉଛି? ଗତ କିଛି ମାସରେ ଇସ୍ରୋର ୧୦୦ରୁ ୧୨୦ ବୈଜ୍ଞାନିକ ସଙ୍ଗଠନ ଛାଡ଼ୁଛନ୍ତି। ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଜି ମାଧବନ ନାୟାରଙ୍କ ସମ୍ପର୍କରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରି ରମେଶ କହିଛନ୍ତି ଯେ, ମୋଦୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଅକ୍ଟୋବର ୨୦୧୮ରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଇସ୍ରୋ ମୁଖ୍ୟ ମଧ୍ୟ ନୂତନ ଘରୋଇକରଣ ପ୍ରଚେଷ୍ଟା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନ୍ୟ ପାଞ୍ଚ ଜଣ ଜୀବିତ ବିଶିଷ୍ଟ ଅଧ୍ୟକ୍ଷ ମଧ୍ୟ କାହିଁକି ମୁହଁ ଖୋଲିବେ ନାହିଁ ବୋଲି ରମେଶ କହିଛନ୍ତି। ସେ ଭାରତର ମହାକାଶ ଯାତ୍ରା ଉପରେ ସେପ୍ଟେମ୍ବର ୨୦୨୩ ରାଜ୍ୟସଭାରେ ଦେଇଥିବା ଭାଷଣର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.