ISRO: ଇସ୍ରୋରେ ଚିନ୍ତା: ଗତ କିଛି ମାସରେ ମହାକାଶ ଗବେଷଣା ସଂସ୍ଥା ଛାଡ଼ିଲେଣି ଶତାଧିକ ବୈଜ୍ଞାନିକ

13 hours ago 1
ARTICLE AD BOX

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଗଗନାୟନ ଓ ଚନ୍ଦ୍ରାୟନ-୩ ପରି ମହତ୍ବାକାଂକ୍ଷୀ ଓ ଗୁରୁତ୍ବପୂର୍ଣ୍ଣ ମିଶନ ସହିତ ଜଡ଼ିତ ବୈଜ୍ଞାନିକଙ୍କ ଇସ୍ତଫା ମହାକାଶ ବିଭାଗର ଚିନ୍ତା ବଢ଼ାଇ ଦେଇଛି। ଗତ କିଛି ମାସ ହେଲା ୧୦୦ରୁ ଅଧିକ ବୈଜ୍ଞାନିକ ଚାକିରି ଛାଡ଼ି ଦେଇଛନ୍ତି। ବିଭାଗ ବୈଜ୍ଞାନିକଙ୍କ ପଳାୟନ ରୋକିବାକୁ ବଡ଼ ପଦକ୍ଷେପ ନେଇଛି। ଜୁଲାଇ ୧୪ ତାରିଖରେ ଜାରି ଏକ ନୂଆ ବିଭାଗୀୟ ଚିଠି ଜରିଆରେ ବୈଜ୍ଞାନିକଙ୍କ ସ୍ବେଚ୍ଛାକୃତ ସେବାନିବୃତି (ଭିଆର୍‌ଏସ୍) ଓ ଇସ୍ତଫାକୁ ନେଇ ରହିଥିବା ନିୟମକୁ ଅଧିକ କଠୋର କରାଯାଇଛି। ଟାଇମ୍ସ ଅଫ୍‌ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ମହାକାଶ ବିଭାଗ ବୈଜ୍ଞାନିକଙ୍କ ଚାକିରି ଛାଡ଼ିବା ଉପରେ କୌଣସି ସଂଖ୍ୟା ପ୍ରଦାନ କରିନାହିଁ। କିନ୍ତୁ ସୂତ୍ର ଅନୁସାରେ ଏହି ସଂଖ୍ୟା ୧୦୦ରୁ ୧୨୦ ଭିତରେ ହେବ। ୟୁଆର୍‌ଏସ୍‌ସି (ୟୁଆର୍‌ ରାଓ ସାଟେଲାଇଟ ସେଣ୍ଟର)ରୁ ପାଖାପାଖି ୮୦ ଜଣ ଓ ଭିଏସ୍‌ଏସ୍‌ସି (ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର) ଅତିକମ୍‌ରେ ୨୦ ଜଣ ବୈଜ୍ଞାନିକ ଇସ୍ତଫା ଦେଇଛନ୍ତି। ଏହାବ୍ୟତୀତ ଅନେକ ଇସ୍ତଫା ଏବେ ତର୍ଜମା ପର୍ଯ୍ୟାୟରେ ରହିଛି। ସୂଚନାଯୋଗ୍ୟ, ୟୁଆର୍‌ଏସ୍‌ସି ଇସ୍ରୋର ଏକ ପ୍ରମୁଖ କେନ୍ଦ୍ର, ଯାହା ସାଟେଲାଇଟ ଡିଜାଇନ୍‌, ବିକାଶ, ନିର୍ମାଣ ଓ ପରୀକ୍ଷଣ ସହିତ ଜଡ଼ିତ। ଅନ୍ୟପକ୍ଷରେ ଭିଏସ୍‌ଏସ୍‌ସି ରକେଟ ଟେକ୍ନୋଲୋଜି ଡିଜାଇନ ଓ ବିକାଶ ପାଇଁ ଏକ ପ୍ରମୁଖ କେନ୍ଦ୍ର। ଇସ୍ତଫା ପ୍ରଦାନକାରୀ ବୈଜ୍ଞାନିକଙ୍କ ମଧ୍ୟରେ ଭିଏସ୍‌ଏସ୍‌ସିରୁ ଏଲଭିଏମ୍‌-୩ ପ୍ରକଳ୍ପର ନିର୍ଦ୍ଦେଶକ ଭିକ୍ଟର ଯୋଶେଫ ଇସ୍ତଫା ଅଛନ୍ତି। ସେହିପରି ୟୁଆରଏସ୍‌ସିର ସ୍ପାଡେକ୍ସ ପ୍ରକଳ୍ପର ନିର୍ଦ୍ଦେଶକ ମଧ୍ୟ ଚାକିରି ଛାଡ଼ି ଦେଇଛନ୍ତି। ଐତିହାସିକ ଚନ୍ଦ୍ରାୟନ-୩ ମିସନର ଅଂଶ ଥିବା ଆଦିତ୍ୟ ରାଲାପଲ୍ଲୀ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ମିସନର ପ୍ରୋଜେକ୍ଟ ପରିଚାଳକ (ସିମୁଲେସନ) ଥିଲେ ଓ ତାଙ୍କ ଟିମ୍‌ ଚନ୍ଦ୍ରରେ ଅବତରଣକୁ ଭ୍ୟାଲିଡେଟ୍‌ କରିବାକୁ ୧ ଲକ୍ଷରୁ ଅଧିକ ପରୀକ୍ଷା କରି ପାଖାପାଖି ୨୫ ଟେରାବାଇଟ ଡାଟା ପ୍ରସ୍ତୁତ କରିଥିଲେ।

ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

ଇସ୍ତଫାର ଧାରାକୁ ଦେଖି ସରକାର ୨୦୨୦‌ରେ ଆଣିଥିବା ନୂଆ ନିୟମକୁ ବଦଳାଇ ଦେଇଛନ୍ତି। ପୂର୍ବରୁ ଇସ୍ରୋର ସେଣ୍ଟର ନିର୍ଦ୍ଦେଶକଙ୍କୁ ଗ୍ରୁପ ‘ଏ’ ର ବୈଷୟିକ ଓ ବୈଜ୍ଞାନିକ କର୍ମୀଙ୍କ ଇସ୍ତଫା ଓ ଭିଆର୍‌ଏସ୍‌ ମଞ୍ଜୁର କରିବାର ଅଧିକାର ଥିଲା। କିନ୍ତୁ ନୂଆ ଆଦେଶ ପରେ ଗଗନାୟନ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ରାଷ୍ଟ୍ରୀୟ ମିଶନ ସହିତ ଜଡ଼ିତ ବୈଜ୍ଞାନିକଙ୍କ ଇସ୍ତଫା କେନ୍ଦ୍ରର ନିର୍ଦ୍ଦେଶକ ରୁଟିନ୍‌ ଅନୁଯାୟୀ କରିପାରିବେ ନାହିଁ। ଏବେ ଇସ୍ତଫା ପାଇଁ ନିର୍ଦ୍ଦେଶକଙ୍କ ସୁପାରିସ୍‌ ସହିତ ଚୂଡ଼ାନ୍ତ ନିଷ୍ପତ୍ତି ମହାକାଶ ବିଭାଗ ନିକଟକୁ ପଠାଇବାକୁ ପଡ଼ିବ। ରିପୋର୍ଟ ଅନୁଯାୟୀ ଇସ୍ରୋର ଅଧ୍ୟକ୍ଷ ଭି ନାରାୟଣନ ଇସ୍ତଫା କଥାକୁ ସ୍ବୀକାର କରିଛନ୍ତି ଓ କହିଛନ୍ତି ଯେ, ଇସ୍ରୋ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ। ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ତଥା ବଡ଼ ପ୍ରକଳ୍ପ ଯେପରି ବାଧାପ୍ରାପ୍ତ ହେବନାହିଁ ସେଥିପାଇଁ ଯେତେବେଳେ ଜଣେ ଇସ୍ତଫା ଦେଲେ ଅନ୍ୟ ଜଣେ ସେହି ଦାୟିତ୍ବ ନେବାକୁ ଯେପରି ପ୍ରସ୍ତୁତ ଥିବେ,ସେ ଉପରେ ଗୁରୁତ୍ବ ଦେବା ଦିଗରେ ଆମେ ଧ୍ୟାନ ଦେଉଛୁ। ଇସ୍ରୋରେ ବର୍ତ୍ତମାନ ୧୪,୬୦୦ରୁ ଅଧିକ କର୍ମଚାରୀ ଅଛନ୍ତି। ଗତ ଆର୍ଥିକ ବର୍ଷର ଶେଷରେ ୟୁଆର୍‌ଏସ୍‌ସିରେ ୧,୩୩୯ ଜଣ କର୍ମଚାରୀ ଥିଲେ ଓ ଇସ୍ରୋର ସବୁଠାରୁ ବଡ଼ କେନ୍ଦ୍ର ଭିଏସ୍‌ଏସ୍‌ସିରେ ୪,୫୭୭ ଜଣ କର୍ମଚାରୀ ଥିଲେ। ତେବେ ଇସ୍ରୋରୁ କର୍ମଚାରୀ ଚାକିରି ଛାଡ଼ିବା କିଛି ନୂଆ କଥା ନୁହେଁ। ୨୦୧୨ରୁ ୨୦୨୪ ଭିତରେ ପାଖାପାଖି ୭୦୦ କର୍ମଚାରୀ ଇସ୍ତଫା ଦେଇଛନ୍ତି। ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ୨୦୦୪ ରୁ ୨୦୦୭ ମଧ୍ୟରେ ଏଜେନ୍ସିର ପ୍ରାୟ ଅଧା ନୂତନ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଇସ୍ତଫା ଦେଇଥିଲେ।

ଅନ୍ୟପକ୍ଷରେ ଇସ୍ରୋର ୨୦୨୫-୨୬ ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ, ପ୍ରାୟ ୧,୦୫୦ ବୈଜ୍ଞାନିକ, ବୈଷୟିକ ଓ ପ୍ରଶାସନିକ ପଦବୀ ପାଇଁ ନିଯୁକ୍ତି ଉନ୍ନତ ପର୍ଯ୍ୟାୟରେ ଅଛି। ଗତବର୍ଷ ଅନୁମୋଦିତ କ୍ୟାଡର ସମୀକ୍ଷା ୪୬୬ ପ୍ରକଳ୍ପ ପଦବୀକୁ ନିୟମିତ କରିଛି ଓ ପ୍ରାୟ ୪୬୦ ଉଚ୍ଚ-ଗ୍ରେଡ୍ ପଦବୀ ସୃଷ୍ଟି କରିଛି। ତେବେ ସଦ୍ୟତମ ମହାକାଶ ବିଭାଗ ନିର୍ଦ୍ଦେଶ ସୂଚାଇ ଦିଏ ଯେ, ଜାତୀୟ ମିଶନରେ କାର୍ଯ୍ୟରତ ଅଭିଜ୍ଞ ବୈଜ୍ଞାନିକଙ୍କୁ ବଦଳାଇବା ଖାଲି ପଦବୀ ପୂରଣ କରିବା ଭଳି ସରଳ ନୁହେଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.