Iran: ହରମୁଜ ପ୍ରଣାଳୀ ଇରାନର ‘ଲାଲ ରେଖା’: କୌଣସି ବାହ୍ୟ ଶକ୍ତିର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହଁ

12 hours ago 1
ARTICLE AD BOX

ତେହେରାନ/ୱାଶିଂଟନ୍: ଆମେରିକାଇରାନ ମଧ୍ୟରେ ସାମରିକ ବିବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ତେହେରାନ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଜଳପଥ ‘ହରମୁଜ ପ୍ରଣାଳୀ’ ଉପରେ ନିଜର ଆଭିମୁଖ୍ୟ ଆହୁରି କଠୋର କରିଛି। ଇରାନର ଖାତମ ଅଲ-ଆନବିୟା କେନ୍ଦ୍ରୀୟ ମୁଖ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ହରମୁଜ ପ୍ରଣାଳୀରେ ଆମେରିକା ଭଳି କୌଣସି ବାହ୍ୟ ଶକ୍ତିର ହସ୍ତକ୍ଷେପକୁ କୌଣସି ମୂଲ୍ୟରେ ବରଦାସ୍ତ କରାଯିବ ନାହିଁ ଏବଂ ଏହା ଦେଶର "ଲାଲ ରେଖା" ଅଟେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭିତ୍ତିଭୂମି ଧ୍ୱଂସ କରିବା ଧମକର ଜବାବ ଦେଇ ଇରାନ ଚେତାବନୀ ଦେଇଛି ଯେ, ଆକ୍ରମଣ ହେଲେ ସମଗ୍ର ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଥିବା ଆମେରିକୀୟ ସୁରକ୍ଷିତ ଘାଟିଗୁଡ଼ିକୁ ବିନାଶକାରୀ ଢଙ୍ଗରେ ଟାର୍ଗେଟ୍ କରାଯିବ।

ଡାକିଲାଣି ଗୁଣ୍ଡିଚା ଘର...ଭାଇଭଉଣୀଙ୍କୁ ଧରି ଧାଇଁ ଆସୁଛନ୍ତି କାଳିଆ ସାଆନ୍ତ

ଅପରପକ୍ଷେ, ଇରାନ ସଂସଦର ବାଚସ୍ପତି ତଥା ଆଲୋଚନା ଦଳର ମୁଖ୍ୟ ମହମ୍ମଦ ବାଘେର ଗାଲିବାଫ କହିଛନ୍ତି ଯେ ହରମୁଜ ପ୍ରଣାଳୀ ଉପରେ ନିୟନ୍ତ୍ରଣ ସିଧାସଳଖ ଇରାନର ଜାତୀୟ ସୁରକ୍ଷା ସହ ଜଡ଼ିତ। ଇରାନ ଯୁଦ୍ଧ ଚାହୁଁନଥିଲେ ବି ନିଜ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି। ଆମେରିକା ନିଜ ପ୍ରତିଶ୍ରୁତି ଭାଙ୍ଗିଥିବାରୁ ପୂର୍ବରୁ ହୋଇଥିବା ବୁଝାମଣାପତ୍ର ପାଳନ କରିବାର କୌଣସି ଅର୍ଥ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ଏହି ବାକଯୁଦ୍ଧ ମଧ୍ୟରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ନିଶ୍ଚିତ କରିଛି ଯେ, ସାମୁଦ୍ରିକ ଜାହାଜ ଚଳାଚଳ ପ୍ରତି ବିପଦ ସୃଷ୍ଟି କରୁଥିବା ଇରାନର ପ୍ରମୁଖ ସାମରିକ ଘାଟିଗୁଡ଼ିକ ଉପରେ ଆମେରିକୀୟ ସେନା ପୁଣି ଏକ ବଡ଼ ଧରଣର ବିମାନ ଆକ୍ରମଣ କରିଛି, ଯାହା ସମଗ୍ର ଅଞ୍ଚଳକୁ ଯୁଦ୍ଧ ଆଡ଼କୁ ଠେଲି ଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.