ARTICLE AD BOX
ତେହେରାନ/ୱାସିଂଟନ: ଇରାନର ବର୍ତ୍ତମାନର ଶାସକ ପରମାଣୁ ଅସ୍ତ୍ର ହାସଲ କରିବାକୁ କାମ କରୁଥିବା ଜଣାପଡ଼ିଛି। ଗୁଇନ୍ଦା ଅଧିକାରୀଙ୍କ ଆଧାରରେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଛି ଯେ, ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନି ତାଙ୍କ ପିତା ପୂର୍ବତନ ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲି ଖେମିନିଙ୍କ ତୁଳନାରେ ପରମାଣୁ ଅସ୍ତ୍ର ହାସଲ କରିବାକୁ ବହୁ ଆଗ୍ରହୀ। ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ଅନୁସାରେ ମୋଜତାବା ପରମାଣୁ ଅସ୍ତ୍ର ହାସଲ କରିବା ପାଇଁ ମହତ୍ତ୍ୱାକାଂକ୍ଷା ରଖିଛନ୍ତି। ତେବେ ଚଳିତ ବର୍ଷ ମାର୍ଚ୍ଚରେ ସର୍ବୋଚ୍ଚ ନେତା ହେବା ପରଠାରୁ ସେ ପରମାଣୁ ଅସ୍ତ୍ର ବିକାଶ ବିଷୟରେ କୌଣସି ବିବୃତି ଦେଇ ନାହାନ୍ତି।
H1B Visa: ଟ୍ରମ୍ପଙ୍କୁ ବଡ଼ ଝଟକା ଦେଲେ କୋର୍ଟ: ଲକ୍ଷେ ଡଲାର ଏଚ୍-୧-ବି ଭିସା ଫି ଉପରେ ଲାଗିଲା ରୋକ୍
ଅନୁମାନ କରାଯାଉଛି ମୋଜତାବା ଏକ ଏପରି ଯୁଦ୍ଧାସ୍ତ୍ର ଖୋଜୁଛନ୍ତି ଯାହାକୁ ଏକ ଦୂରଗାମୀ କ୍ଷେପଣାସ୍ତ୍ରରେ ଫିଟ୍ କରାଯାଇପାରିବ। ସେ ଏହା ଉପରେ କାମ ମଧ୍ୟ କରୁଛନ୍ତି। ନ୍ୟୁୟର୍କ ଟାଇମ୍ସ ଲେଖିଛି, ଯଦି ଏହା ପ୍ରମାଣିତ ହେବ ଯେ ଇରାନର ସର୍ବୋଚ୍ଚ ନେତା ପରମାଣୁ ବୋମା ହାସଲ କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ବୃଦ୍ଧି ପାଇଁ ଏହା ଏକ କାରଣ ହୋଇପାରେ। ଆମେରିକୀୟ ଖବରକାଗଜ, ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଦାବି କରିଛି ଯେ, ଇରାନ ପିକାକ୍ସ ମାଉଣ୍ଟେନ୍ରେ ଏକ ଭୂତଳ କମ୍ପ୍ଲେକ୍ସରେ ସେଣ୍ଟ୍ରିଫ୍ୟୁଜ୍ ସଂରକ୍ଷଣ କରିଛି।
ଇରାନ ସ୍ଥଳସେନା ମୁତୟନ
ରିପୋର୍ଟ ଅନୁଯାୟୀ, ଫୋର୍ଡୋର ଗୁପ୍ତ ପରମାଣୁ କେନ୍ଦ୍ରରେ ବୋମା ବିସ୍ଫୋରଣ ପରେ, ଇରାନ ଆମେରିକୀୟ ବୋମା କେତେ ଗଭୀରତା ପର୍ଯ୍ୟନ୍ତ ପ୍ରଭାବାଶାଳୀ ହେଉଛି ତାହା ପରୀକ୍ଷା କରିଥିଲା। ତେହେରାନ ସେଣ୍ଟ୍ରିଫ୍ୟୁଜଗୁଡ଼ିକୁ ପିକାକ୍ସ ପର୍ବତକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା। କାରଣ ଏହା ଭୂପୃଷ୍ଠର ବହୁ ଗଭୀରତାରେ ଅବସ୍ଥିତ। ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ କରାଇ ଦେଇଛନ୍ତି ଯେ, ସମ୍ଭାବ୍ୟ କମାଣ୍ଡୋ ଅପରେସନର ଆଶଙ୍କାରେ ଇରାନ ସେଠାରେ ସ୍ଥଳସେନା ମୁତୟନ କରିଛି। ଏହି ଗୁଇନ୍ଦା ରିପୋର୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢ଼ାଇ ଦେଇଛି।

52 minutes ago
1


