Iran Nuclear: ଇରାନର ପରମାଣୁ ଶକ୍ତି ନେଇ ଟ୍ରମ୍ପଙ୍କ ବିସ୍ଫୋରକ ବୟାନ!

2 days ago 4
ARTICLE AD BOX

ୱାଶିଂଟନ୍: ଇରାନର ପରମାଣୁ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବାର କ୍ଷମତା ପ୍ରାୟ ୮୫ ପ୍ରତିଶତ କମିଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି। ଏଥିସହିତ ଯଦି ପରିସ୍ଥିତି ଆବଶ୍ୟକ କରେ, ତେବେ ଆମେରିକୀୟ ସେନା ପୁଣିଥରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ସେ ଚେତାବନୀ ଦେଇଛନ୍ତି। ଇରାନ ଉପରେ ଚାପ ପ୍ରୟୋଗ ଜାରି ରହିଥିବା ବେଳେ ଏହି ବିବାଦର ସମାଧାନ ପାଇଁ ଚାଲିଥିବା କୂଟନୈତିକ ପ୍ରୟାସ ଏବେ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି।

ଇରାନର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ଟ୍ରମ୍ପ କହିଛନ୍ତି ଯେ, ସେମାନଙ୍କର ଉତ୍ପାଦନ କ୍ଷମତା ପ୍ରାୟ ୮୫ ପ୍ରତିଶତ ଶେଷ ହୋଇଯାଇଛି। ସେମାନେ ଆମ ସହିତ କଥାବାର୍ତ୍ତା କରୁଛନ୍ତି ଏବଂ ବେଶ୍ ଭଦ୍ର ଭାବେ ଆଚରଣ କରୁଛନ୍ତି, ଆଗକୁ ଦେଖାଯାଉ କ'ଣ ହେଉଛି। ଏହି ସଂଘର୍ଷର ଅନ୍ତ ଘଟିବାର ସମ୍ଭାବନା ରହିଛି ବୋଲି ସେ ମତ ଦେଇଥିବା ବେଳେ ସାମରିକ କାର୍ଯ୍ୟାନୁଷ୍ଠାନର ବିକଳ୍ପ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ବୋଲି ଭାବିବା ଭୁଲ୍ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଯଦି ଆମକୁ ପୁଣିଥରେ ସେଠାକୁ ଯିବାକୁ ପଡ଼େ, ତେବେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ଟ୍ରମ୍ପ କହିଛନ୍ତି। 

ଇରାନ ସ୍ଥିତି ନେଇ ଆଲୋଚନା 
'ଟ୍ରୁଥ୍ ସୋସିଆଲ୍'ରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ, ସେ କତାରର ପ୍ରଧାନମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲରହମାନ୍ ଅଲ୍ ଥାନୀଙ୍କ ସହ ଏକ ଉତ୍କୃଷ୍ଟ ଆଲୋଚନା କରିଛନ୍ତି, ଯେଉଁଥିରେ ଇରାନ ସ୍ଥିତି ନେଇ ଆଲୋଚନା ହୋଇଥିଲା। କତାର, ସୌଦି ଆରବ, ୟୁଏଇ, ବାହାରିନ୍ ଏବଂ କୁଏତ୍ ଆମେରିକାର ନୌସେନା ଅବରୋଧ ଏବଂ ନୂତନ ଭାବେ ଘୋଷିତ ''ଅପରେସନ୍ ଆଇରନ୍ ଗେଟ୍'' ଜାରି ରହୁ ବୋଲି ଚାହୁଁଛନ୍ତି ବୋଲି ସେ ଦାବି କରିଛନ୍ତି। ଇରାନ କଦାପି ପରମାଣୁ ଅସ୍ତ୍ର ହାସଲ କରିପାରିବ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଅପରିବର୍ତ୍ତନୀୟ ବୋଲି ଟ୍ରମ୍ପ ପୁନର୍ବାର ସ୍ପଷ୍ଟ କରିଛନ୍ତି।

ବର୍ତ୍ତମାନ ନୂତନ ଆକ୍ରମଣର ଆଉ ଆବଶ୍ୟକତା ନାହିଁ

ମଧ୍ୟପ୍ରାଚ୍ୟରେ ଯଦି କୌଣସି ପରିବର୍ତ୍ତନ ଘଟେ, ତେବେ ଆମେରିକା କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସେ ଚେତାବନୀ ଦେଇଛନ୍ତି। ଇରାନକୁ ସାମଗ୍ରୀ ଏବଂ ସମ୍ବଳ ପ୍ରାପ୍ତିରୁ ବଞ୍ଚିତ କରିବା ପାଇଁ ଆମେରିକା ଜଳପଥ ଏବଂ ସ୍ଥଳପଥରେ କଟକଣା ଜାରି ରଖିଛି। ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ଯେକୌଣସି ଚୁକ୍ତିର ମୁଖ୍ୟ ସର୍ତ୍ତ ହୋଇ ରହିବ ବୋଲି ୱାଶିଂଟନ୍ ସ୍ପଷ୍ଟ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.