IPO: ଚଳିତ ସପ୍ତାହରେ ୯ଟି ଆଇପିଓ: ୧୧ହଜାର କୋଟି ସଂଗ୍ରହ ଲକ୍ଷ୍ୟ

2 hours ago 1
ARTICLE AD BOX

ନୂଆଦିଲ୍ଲୀ: ପୁଞ୍ଜି ବଜାର ମାଧ୍ୟମରେ ପାଣ୍ଠି ସଂଗ୍ରହ କରିବା ଲାଗି ଆସନ୍ତା ସପ୍ତାହରେ ୯ଟି କମ୍ପାନି ସେମାନଙ୍କ ଇନିସିଆଲ ପବ୍ଲିକ୍‌ ଅଫରିଂ (ଆଇପିଓ) ଜାରି କରିବେ। ମଣିପାଲ ହେଲ୍‌ଥ ଏଣ୍ଟରପ୍ରାଇଜେସ୍‌ ବଜାର ଜରିଆରେ ୯୨୭୫ କୋଟି ଟଙ୍କା ସଂଗ୍ରହ କରିବାକୁ ଆଇପିଓ ଆଣିବ। କମ୍ପାନିର ସେୟାର ମୂଲ୍ୟ ୫୬୦-୫୯୦ ଟଙ୍କା ମଧ୍ୟରେ ରହିବ। ଜୁନିପର୍‌ ଗ୍ରିନ୍‌ ଏନର୍ଜି ୧୮୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।

ଆହୁରି ପଢନ୍ତୁ: Adharapana 2026: ପଣା ରୂପକ ଅମୃତକୁ ପାନ କରାଇ ଶରୀରୀ ଓ ଅଶରୀରୀଙ୍କୁ ତୋଷ କରାଇବେ ମହାପ୍ରଭୁ

ଏମ୍‌ଭି ଇଲେକ୍ଟ୍ରୋସିଷ୍ଟମ୍‌ସର ଆଇପିଓ ମଧ୍ୟ ଏହି ସପ୍ତାହରେ ଖୋଲିବ।ଏସ୍‌ଏମ୍‌ଇ କ୍ଷେତ୍ରର କମ୍ପାନି ମଧ୍ୟରେ ଆଡ୍‌ଭାନ୍‌ସ ଟେକ୍ନୋଫୋର୍ଜ, ପ୍ରପ୍‌ସପ୍‌ ଇଭେଣ୍ଟ୍‌ସ ଆଣ୍ଡ୍‌ ଏକ୍‌ଜିଭିସନ୍‌, ପୂଜା ପ୍ରେସିସନ୍‌ ଇଞ୍ଜିନିୟରିଂ, ଏଚ୍‌ ଆର୍ ହାଇଜିନ୍‌ ପ୍ରଡକ୍ଟସ୍‌, ଧବଲ ପ୍ୟାକେଜିଂ ଓ ଫ୍ୟୁଜନ କ୍ଲାସ୍‌ରୁମ୍‌ ଏଡୁଟେକ୍‌ ମଧ୍ୟ ଆଇପିଓ ଆଣିବେ। ଚଳିତ ମାସ ୨୭ରୁ ୩୧ ତାରିଖ ମଧ୍ୟରେ ଏହି ଆଇପିଓ ସବ୍‌ସ୍କ୍ରିପ୍‌ସନ୍‌ ପାଇଁ ଖୋଲିବ। ତେଣୁ ଷ୍ଟକ୍‌ ବଜାର ଜରିଆରେ ନିବେଶ କରିବାକୁ ଚାହୁଥିବା ନିବେଶକମାନଙ୍କ ପାଇଁ ଆସନ୍ତା ସପ୍ତାହରେ ଆଇପିଓରେ ନିବେଶ କରିବାର ବ୍ୟାପକ ସୁଯୋଗ ମିଳିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.