ARTICLE AD BOX
ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସପ୍ତାହରେ ପାଞ୍ଚଟି କମ୍ପାନି ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜାରି କରି ୭୪୪୩ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। ଧୁତ୍ ଟ୍ରାନ୍ସମିସନ, ମୋଲବିଓ ଡାଏଗ୍ନୋଷ୍ଟିକ୍ସ, ମିଲ୍କି ମିଷ୍ଟ ଡେରି ଫୁଡ୍, ସିପ୍ରକେଟ୍ ଓ ବେହାରି ଲାଲ୍ ଇଞ୍ଜିନିୟରିଂ ନିଜର ଆଇପିଓ ଆଣିବେ। ଆସନ୍ତାକାଲି ଧୁତ୍ ଟ୍ରାନ୍ସମିସନ ଓ ମୋଲ୍ବିଓ ଡାଏଗ୍ନୋଷ୍ଟିକ୍ସର ଆଇପିଓ ଆସିବ।
ଆହୁରି ପଢନ୍ତୁ: Deepak Dhar: ୨୦୨୬ ପାଇଁ ଡିରାକ୍ ମେଡାଲ ଜିତିଲେ ପ୍ରଫେସର ଦୀପକ ଧର୍
ଅଗଷ୍ଟ ୧୧ରେ ମିଲ୍କି ମିଷ୍ଟ ଡେରି ଫୁଡ୍ ଓ ଅଗଷ୍ଟ ୧୨ରେ ସିପ୍ରକେଟ୍ ଓ ବେହାରି ଲାଲ୍ ଇଞ୍ଜିନିୟରିଂ ନିଜର ଆଇପିିଓ ଆଣିବେ। ଏହି କମ୍ପାନିଗୁଡ଼ିକ ସଂଗ୍ରହ କରିବାକୁ ଥିବା ପାଣ୍ଠିକୁ ସମ୍ପ୍ରସାରଣ, ପୁଞ୍ଜି ବ୍ୟୟ, ଋଣ ପରିଶୋଧ ଓ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବେ। ଆଗାମୀ ଦିନରେ ହରାଇଜନନ୍ ଇଣ୍ଡଷ୍ଟ୍ରିଆଲ୍ ପାର୍କ ଓ ଶଙ୍କେଶ ଜୁଏଲର୍ସ ମଧ୍ୟ ନିଜର ଆଇପିଓ ଆଣିବାକୁ ଯୋଜନା ରଖିଛନ୍ତି।

1 hour ago
3


