International Youth Day: ଆନ୍ତର୍ଜାତିକ ଯୁବ ଦିବସ

3 days ago 4
ARTICLE AD BOX

ଆଜି ଆନ୍ତର୍ଜାତିକ ଯୁବ ଦିବସ। ଏହା ମିଳିତ ଜାତିସଂଘ ଦ୍ବାରା ପରିକଳ୍ପିତ ଏକ ଯୁବ ସଚେତନତା ଦିବସ। ୧୯୯୮ ମସିହାରେ ପର୍ତ୍ତୁଗାଲର ରାଜଧାନୀ ସହର ଲିସବନ୍‌ଠାରେ ‘ମିନିଷ୍ଟର୍‌ସ ରେସ୍‌ପନ୍‌ସିବଲ୍ ଫର୍ ୟୁଥ୍‌’ ନାମକ ବିଶ୍ବ ସମ୍ମିଳନୀ ଦେଇଥିବା ସୁପାରିସକୁ ଗ୍ରହଣ କରି ୧୯୯୯ ଡିସେମ୍ବର ୧୭ରେ ଜାତିସଂଘର ସାଧାରଣ ପରିଷଦ ଯୁବ ଦିବସ ପାଳନ ପାଇଁ ସଂକଳ୍ପ ପାରିତ କରିଥିଲା। ୨୦୦୦ ମସିହାରୁ ପ୍ରତି ବର୍ଷ ଆନ୍ତର୍ଜାତିକ ଯୁବ ଦିବସ ପାଳିତ ହୋଇ ଆସୁଛି। ସମଗ୍ର ବିଶ୍ବରେ ଯୁବକମାନଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରସଙ୍ଗ ନେଇ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ଲକ୍ଷ୍ୟ। ଗୋଷ୍ଠୀର ବିକାଶ, ପରିବେଶର ସୁରକ୍ଷା ଓ ବିଭିନ୍ନ ସାମାଜିକ ପ୍ରକଳ୍ପରେ ଯୁବକଯୁବତୀମାନେ ସ୍ବେଚ୍ଛାସେବୀ ପାଲଟି, ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଲାଗି ଏହା ଏକ ଉତ୍କୃଷ୍ଟ ଅବସର।

Dumper new rules: ଟିପର ଓ ଡମ୍ପର ପାଇଁ କଡ଼ା ନିୟମ ଜାରି କଲା କେନ୍ଦ୍ର

ସେହିପରି ବିଶ୍ବରେ ମୌଳିକ ଶିକ୍ଷାରୁ ବଞ୍ଚିତ ଏବଂ ଭୋକ ଓ ଦାରିଦ୍ର୍ୟର ଶିକାର ହେଉଥିବା କୋଟି କୋଟି ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ନେବା ଏହି ଦିବସର ଏକ ଗୁରୁତ୍ବପୂର୍ଣ୍ଣ ଆହ୍ବାନ। ମିଳିତ ଜାତିସଂଘର ଏହି ପ୍ରୟାସରେ ଯୋଗଦେଇ ଯୁବ ସମାଜର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସାହାଯ୍ୟ କରିବାକୁ ଏହି ଦିବସ ସମସ୍ତଙ୍କୁ ଆହ୍ବାନ କରୁଛି। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି ‘ସ୍ଥିତି ଅଲଗା, ଲକ୍ଷ୍ୟ ସମାନ’। ଏହା ଦର୍ଶାଉଛି ଯେ ଭିନ୍ନ ଭିନ୍ନ ଜାତୀୟ ଓ ସ୍ଥାନୀୟ ପରିସ୍ଥିତି ପୃଥିବୀର ଯୁବକଯୁବତୀଙ୍କ ଜୀବନକୁ ଆକାର ଦେଉଥିବା ବେଳେ ସମସ୍ତଙ୍କ ଲକ୍ଷ୍ୟ ସମାନ। ସବୁ ଦେଶର ଯୁବପିଢ଼ି ଆତ୍ମସମ୍ମାନ, ସୁଯୋଗ, ଅର୍ଥପୂର୍ଣ୍ଣ ଅଂଶଗ୍ରହଣ, ଉତ୍ତମ ଶିକ୍ଷା, ନିଯୁକ୍ତି ଓ ସ୍ଥାୟୀ ଭବିଷ୍ୟତ ଚାହାନ୍ତି।

Cyber Safety Awareness: ଶିକ୍ଷାନୁଷ୍ଠାନରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ଗୁରୁମନ୍ତ୍ର ଦେଲା ପୁଲିସ

Read Entire Article
LEFT SIDEBAR AD

Hidden in mobile, Best for skyscrapers.