Interest in studying: ଗଣିତ ପଢ଼ିବାର ଆଗ୍ରହ କମୁଛି!

2 hours ago 3
ARTICLE AD BOX

କୃତ୍ତିମ ବୁଦ୍ଧିମତ୍ତା ବା ଏଆଇର ଦ୍ରୁତ ଅଗ୍ରଗତି ଏବେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ବଡ଼ ଆହ୍ୱାନ ସୃଷ୍ଟି କରିଛି। ବିଶ୍ୱର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି)ର ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏଆଇ ଜଟିଳ ଗଣିତ ସମସ୍ୟାଗୁଡ଼ିକୁ ସହଜରେ ସମାଧାନ କରିଦେଉଥିବାରୁ ଉଚ୍ଚଶିକ୍ଷା ପ୍ରାପ୍ତ ଗ୍ରାଜୁଏଟ୍‌ ଓ ଗବେଷକମାନେ ଗଣିତ ପଢ଼ିବା ବିଶେଷ ଆବଶ୍ୟକ‌ ବୋଲି ମନେ କରୁ ନାହାନ୍ତି। ଏହି କାରଣରୁ ଯୁବ ଗଣିତଜ୍ଞଙ୍କ ମଧ୍ୟରେ ନିଜ ଭବିଷ୍ୟତ ଓ କ୍ୟାରିଅର୍‌କୁ ନେଇ ଚିନ୍ତା ପ୍ରକାଶ ପାଇଛି।

Volunteers: ଗଞାମ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ଏକାଠି ହେଲେ ଗୁଣପୁରିଆ

‘ଏମ୍‌ଆଇଟି’ର ତିନି ଗବେଷକ ଆନ୍ନା ବ୍ରାଣ୍ଡେନବର୍ଗର୍‌, ହାନ୍ନା ମୁଲାର୍ଜିକ୍‌ ଓ ଡୋରା ଉଡ୍ରଫ୍‌ ଏହି ଅଧ୍ୟୟନ କରିଥିଲେ, ଯାହାର ଶୀର୍ଷକ ଥିଲା ‘ଅର୍ଲି କ୍ୟାରିଅର୍‌ ରିସର୍ଚ୍ଚର୍‌ ରେସ୍‌ପନ୍‌ସେସ୍‌ ଟୁ ଏଆଇ ଇନ୍‌ ମ୍ୟାଥ୍‌’। ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶର ପ୍ରାୟ ୬୦ଟି ବିଶ୍ୱବିଦ୍ୟାଳୟର ୨୬୮ ଜଣ ଯୁବ ଗଣିତଜ୍ଞ ଓ ପୋଷ୍ଟ୍‌-ଡକ୍ଟରାଲ୍‌ ସ୍କଲାର୍‌ଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା। ଏଥିରୁ ପ୍ରାୟ ୮୫ ପ୍ରତିଶତ ସ୍ନାତକ ଛାତ୍ର ଓ ବାକି ୧୫ ପ୍ରତିଶତ ଡକ୍ଟରେଟ୍‌ ସାରିଥିବା ଗବେଷକ ଥିଲେ। ସର୍ଭେରେ ସାମିଲ୍‌ ପ୍ରାୟ ୭୦ ପ୍ରତିଶତ ଯୁବ ଗଣିତଜ୍ଞ କହିଥିଲେ ଯେ, ସେମାନେ ଆଉ ଗଣିତରେ କାମ ଜାରି ରଖିବା ସମ୍ଭାବନା କମ୍‌। ସେହିପରି ୯ ପ୍ରତିଶତ କହିଥିଲେ, ଏ କ୍ଷେତ୍ରରେ ରହିବାର ସମ୍ଭାବନା ଅଧିକ।

ଆଉ ୭୬.୩ ପ୍ରତିଶତଙ୍କ ଆଶଙ୍କା ହେଲା, ଏଆଇ ସେମାନଙ୍କ ପାଇଁ ଏକ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ ଶିକ୍ଷାଦାନ ତଥା ଗବେଷଣାମୂଳକ ଚାକିରି ପାଇବା କଷ୍ଟକର କରିଦେବ। ଅଧ୍ୟୟନ ଅନୁଯାୟୀ, ଏଆଇ ମଧ୍ୟ ଗବେଷଣା ପ୍ରତି ଥିବା ଉତ୍ସାହକୁ ପ୍ରଭାବିତ କରୁଛି। ପ୍ରାୟ ୭୬.୫ ପ୍ରତିଶତ କହିଥିଲେ ଯେ, ଏଆଇ ଗାଣିତିକ ସମସ୍ୟା ଉପରେ କାମ କରିବାକୁ ଉତ୍ସାହ କମାଇ ଦେଉଛି। ଆଶ୍ଚର୍ଯ୍ୟର କଥା ହେଲା, ଏଥିରୁ ଅନେକେ ମୁଖ୍ୟତଃ ଲେଖା ସମ୍ପାଦନା ଓ ଗାଣିତିକ ତ୍ରୁଟି ଯାଞ୍ଚ ଆଦି ପାଇଁ ପୂର୍ବରୁ ଏଆଇର ବ୍ୟବହାର କରୁଛନ୍ତି, ତଥାପି ତାଙ୍କ ଭିତରୁ ୫୪.୮ ପ୍ରତିଶତ ଗବେଷଣା ପାଇଁ ଏଆଇର ବ୍ୟବହାରକୁ ନାପସନ୍ଦ କରନ୍ତି।

PSU Land Monetisation: କେନ୍ଦ୍ରୀୟ ଉଦ୍ୟୋଗ ଜମି ବିକ୍ରିରୁ ୧୫ ହଜାର କୋଟି ସଂଗ୍ରହ ଲକ୍ଷ୍ୟ

ଭବିଷ୍ୟତରେ ଗଣିତ ତା’ର ଅର୍ଥ ହରାଇବା ନେଇ ଚିନ୍ତା ପ୍ରକାଶ ପାଇଛି। ଏସବୁ ଭିତରେ ପ୍ରାୟ ୬୯ ପ୍ରତିଶତ ଆଶଙ୍କା କଲେଣି ଯେ, ଗବେଷଣା ପାଣ୍ଠି ବିଶ୍ୱବିଦ୍ୟାଳୟରୁ ଘରୋଇ ଏଆଇ କମ୍ପାନିଗୁଡ଼ିକୁ ସ୍ଥାନାନ୍ତର ହୋଇପାରେ। ସେହିପରି ୫୯ ପ୍ରତିଶତ ଆଗାମୀ ୧୦ ବର୍ଷ ମଧ୍ୟରେ ଗଣିତ ଏକ ଉପଭୋଗ୍ୟ ଓ ଅର୍ଥପୂର୍ଣ୍ଣ କ୍ୟାରିଅର୍‌ ହୋଇ ରହିବ କି ନାହିଁ, ତାକୁ ନେଇ ସେମାନେ ଦ୍ବନ୍ଦ୍ବରେ ଅଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.