Indravati Reservoir ଲଗାଣ ବର୍ଷା, ’ବିପଦସ୍ତର’ ନିକଟରେ ଇନ୍ଦ୍ରାବତୀ ଜଳଭଣ୍ଡାର ଜଳ

1 hour ago 1
ARTICLE AD BOX

ନବରଙ୍ଗପୁର(ସୁରେଶ ନାଇଡ଼ୁ): ଗତ କିଛି ଦିନ ହେବ ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଅବିଭକ୍ତ‌ କୋରାପୁଟ ଜିଲ୍ଲାର ନଦୀ ନାଳରେ ପାଣି ଭରି ହୋଇଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ସମ୍ପୁର୍ଣ୍ଣ ଜଳଭଣ୍ଡାରର କ୍ଷମତା ୬୪୨ମିଟର। ତେବେ ବିପଦସଂକୁଳ ଠାରୁ ୨.୬୪ମିଟର କମ୍ ୬୩୯.୩୬୦ମିଟରରେ ପାଣି ପହଞ୍ଚିଛି। ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ବନ୍ଧର ତଳମୁଣ୍ଡର ବାସିନ୍ଦା ଚିନ୍ତାରେ ଅଛନ୍ତି। 

ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପର ପୋଡାଗଡ ଡ୍ୟାମ ଡିଭିଜନର ନିର୍ବାହୀ ଯନ୍ତ୍ରୀଇଂ ସୁଦର୍ଶନ ପଟ୍ଟନାୟକ  କହିଛନ୍ତି, ଡ୍ୟାମର ଜଳ ୬୪୦ମିଟରରେ ପହଞ୍ଚିଲେ ପାଣି ଛଡ଼ାଯିବ। 

Heavy Rain: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ନଦୀର ପାଣି ବଢ଼ିଲା, ୨ ଗ୍ରାମର ୧୫୦୦ ଲୋକ ଜଳବନ୍ଦୀ

ମିଳିଥିବା ତଥ୍ୟାନୁସାରେ, ଗତ ବର୍ଷ ଆଜିର  ଦିନ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ୬୩୬.୭୧୦ ମିଟର ଜଳ ଗଛିତ ରହିଥିଲା।  ଗତ କିଛି ମାସ ମଧ୍ୟରେ ବାରମ୍ବାର ଲଘୁଚାପ ବର୍ଷା ଓ ଲଗାଣବର୍ଷା ସହ ଉପରମୁଣ୍ଡର ପ୍ରଭାବରେ ୨.୬୫ମିଟରର ଜଳସ୍ତର ବଢ଼ିଛି। ଆଜି(ରବିବାର) ସକାଳୁ ଜଳଭଣ୍ଡାରରେ ୧୧୬୭୭୫ହେକ୍ଟ ମିଟର ୮୮.୫୪ ପ୍ରତିଶତ ଜଳ ଗଛିତ ରହିଛି। ଗତ ବର୍ଷ ସ୍ୱଳ୍ପ ବୃଷ୍ଟପାତ ଯୋଗୁଁ ଇନ୍ଦ୍ରାବତୀ ଜଳ ଭଣ୍ଡାରରେ କମ୍ ପରିମାଣରେ ଜଳ ଗଛିତ ହୋଇଥିଲା। ଫଳରେ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହାର ପ୍ରଭାବ ପଡିଥିଲା। ତେବେ ଗତ ୩ମାସରେ ବୃଷ୍ଟିପାତ ବଢ଼ିବା ସହ ଉପରମୁଣ୍ଡ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡା, ରାୟଗଡ଼ା ଜିଲ୍ଲାର କାଶୀପୁର, ଟିକିରୀ, କୋରାପୁଟଜିଲ୍ଲାର ଦଶମନ୍ତପୁର,‌ବୋରିଗୁମ୍ମା ବ୍ଲକର କାଠରଗୁଡା, କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର ଆଦି ଅଂଚଳରେ ବର୍ଷା ‌ହେବା ଫଳରେ   ଜଳଭଣ୍ଡାରର ସ୍ଥିତି ସୁଧିରିଛି। 

Rain in Odisha: ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ବୃଦ୍ଧି, ବିଦ୍ୟୁତ ଉତ୍ପାଦନ କମିଲା

ମୂଖିଗୁଡାସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଥିବା ୧୫୦ କ୍ଷମତା ସମ୍ପନ୍ନ ବିଶିଷ୍ଟ ଚାରୋଟି ଟରବାଇନ୍  କାର୍ଯ୍ୟକାରୀ ହୋଇ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଛି। ଜଳ ଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ ରେ ୨୯୦.୧୬୦  କ୍ୟୁମେକ୍ସ  ଜଳ ପ୍ରବେଶ କରୁଛି।  ମୂଖିଗୁଡା ସ୍ଥିତ ପାୱାରହାଉସରୁ ବିଦ୍ୟୁତ ଉତ୍ପାଦନ ୬୫୬୨.୫ମେଘାୱାଟ୍(ଏମଡବ୍ଲୁ)ହାରାହାରି ଘଣ୍ଟା ପ୍ରତି ୨୭୩.୪୩୮ଏମଡବ୍ଲୁ/ଏଚ ଉତ୍ପାଦନ ହେଉଛି। ଜଳଭଣ୍ଡା‌ରରୁ ୯୯.୮୭୨କ୍ୟୁମେକ୍ସ ପାଣି ବାହାରୁଛି। ଏଥିରୁ ୯୧.୧୪୫ କ୍ୟୁମେକ୍ସ  ଉଦବୃତ୍ତ ଜଳ ହାତୀ ବ୍ୟରେଜରେ ଗଚ୍ଛିତ ହେବାପରେ ତେଲନଦୀ ଏବଂ ଏହାପରେ ମହାନଦୀରେ ମିଶୁଛି। ଇନ୍ଦ୍ରାବତୀ ସ୍ଲୁଇସ ଗେଟ ଦେଇ ପ୍ରତି ସେକେଣ୍ଡ ରେ ୫.୧୫ ଜଳ ନିଷ୍କାସିତ ହେଉଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ । ତେବେ ଆଜି କିମ୍ବା ଆସନ୍ତା କିଛି ଦିନ ଧରି ପ୍ରବଳ ବର୍ଷା ଲାଗି ରହିବା ସହ ୬୪୦ମିଟରରେ ପହଚିଂଲେ ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି ଓ ଛତିଶଗଡର ଜଗଦଲପୁର(ବସ୍ତର) ଜିଲ୍ଲାର ଜିଲ୍ଲାପାଳ, ବାରିଣୀପୁଟରେ ଥିବା ମୁଖ୍ୟଯନ୍ତ୍ରୀ ଆଦିଙ୍କୁ ନେଇ ବୈଠକ କରି ପାଣି କେବେ ଛଡାଯିବ ସେ ନେଇ ଘୋଷଣା ହେବ‌େ ବାଲି କହିଛନ୍ତି ଇଂ ପଟ୍ଟନାୟକ। 

Flood in Nabarangpur: ନବରଙ୍ଗପୁରରେ ଜଳପ୍ରଳୟ: ନବରଙ୍ଗପୁର-ଡାବୁଗାଁ, ଇନ୍ଦ୍ରାବତୀ-ଖାତିଗୁଡ଼ା ବିଚ୍ଛିନ୍ନ

ନଦୀବନ୍ଧରେ ବଢ଼ୁଥିବା ଜଲକୁ ନେଇ ଜିଲ୍ଲାର ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ୧୦୦କିଲୋମିଟର ପରିବ୍ୟାପ୍ତ ଅଞ୍ଚଳରେ ଲୋକ ଆଶଙ୍କାରେ ଅଛନ୍ତି।  ପାଣି ଛାଡିଲେ ଜମିକୁ ମାଡିବା ସମ୍ଭାବନା ରହିଛି ବୋଲି କହିଛନ୍ତି ଚାଷୀ । 

Read Entire Article
LEFT SIDEBAR AD

Hidden in mobile, Best for skyscrapers.