ARTICLE AD BOX
ଇଣ୍ଡିଗୋ ବିମାନର ଜଣେ ମେଣ୍ଟେନାନ୍ସ ଇଞ୍ଜିନିୟର ଆଜି ଲେହ ବିମାନବନ୍ଦରରେ ଗିରଫ ହୋଇଛନ୍ତି। ଏଏନ୍ଟିଏଫ୍ (ନାର୍କୋଟିକ୍ସ ନିରୋଧୀ ଟାସ୍କ ଫୋର୍ସ) ଦ୍ବାରା ଉକ୍ତ ଇଞ୍ଜିନିୟରଙ୍କ ପାଖରୁ ହେରୋଇନ ମିଳିବାରେ ତାଙ୍କୁ ଗିରଫ କରାଯାଇଛି।
/sambad/media/media_files/2026/07/13/13bbs_75_13072026_112-2026-07-13-23-03-27.jpg)
ଲେହ: ଇଣ୍ଡିଗୋ ବିମାନର ଜଣେ ମେଣ୍ଟେନାନ୍ସ ଇଞ୍ଜିନିୟର ଆଜି ଲେହ ବିମାନବନ୍ଦରରେ ଗିରଫ ହୋଇଛନ୍ତି। ଏଏନ୍ଟିଏଫ୍ (ନାର୍କୋଟିକ୍ସ ନିରୋଧୀ ଟାସ୍କ ଫୋର୍ସ) ଦ୍ବାରା ଉକ୍ତ ଇଞ୍ଜିନିୟରଙ୍କ ପାଖରୁ ହେରୋଇନ ମିଳିବାରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ୨୨ ବର୍ଷୀୟ ଅଜୟ ଠାକୁର। ସେ ହିମାଚଳପ୍ରଦେଶର ମଣ୍ଡି ଜିଲ୍ଲା ବାସିନ୍ଦା। ଇଣ୍ଡିଗୋରେ ସେ ବର୍ତ୍ତମାନ ଲେହ ବିମାନବନ୍ଦରରେ କାର୍ଯ୍ୟରତ ଥିଲେ। ସହରରେ ଏକ ରୁଟିନ୍ ପାଟ୍ରୋଲିଂ ସମୟରେ ଏଏନ୍ଟିଏଫ୍ ଏକ ଗାଡ଼ିକୁ ଅଟକାଇଥିଲେ ଏବଂ ଅଜୟ ଠାକୁରଙ୍କ ପାଖରୁ ୨.୨୭ ଗ୍ରାମ୍ ହେରୋଇନ ଜବତ କରିଥିଲେ। ଏହି ଘଟଣାରେ ଠାକୁରଙ୍କ ବିରୋଧରେ ଏନ୍ଡିପିଏସ୍ ଅଧୀନରେ ଏକ ଏତଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ତେବେ ଏହି ହେରୋଇନ କେଉଁଠାରୁ ଆସିଲା ଏବଂ ବିମାନବନ୍ଦର କର୍ମଚାରୀଙ୍କ ସହ ଏହାର କିଛି ସମ୍ଭାବ୍ୟ ଲିଙ୍କ୍ ରହିଛି କି ନା’ ତା ଉପରେ ଏବେ ତଦନ୍ତ ଚାଲିଛି।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

6 hours ago
1


