Indian Football League ଇଣ୍ଡିଆନ ଫୁଟବଲ ଲିଗ୍ ମ୍ୟାଚ: ନାଗାଲାଣ୍ଡ ୟୁନାଇଟେଡ୍ ୨-୦ ଗୋଲରେ ବିଜୟୀ

3 hours ago 3
ARTICLE AD BOX

ରାଉରକେଲାର ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଇଣ୍ଡିଆନ ଫୁଟବଲ ଲିଗ୍ ମ୍ୟାଚରେ ନାଗାଲାଣ୍ଡ ୟୁନାଇଟେଡ୍ ୨-୦ ଗୋଲରେ ସମଲେଶ୍ୱରୀ ସ୍ପୋର୍ଟିଂକୁ ହରାଇଲା।

 ନାଗାଲାଣ୍ଡ ୟୁନାଇଟେଡ୍ ୨-୦ ଗୋଲରେ ବିଜୟୀ

ରାଉରକେଲା: ରାଉରକେଲାସ୍ଥ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ଆଜି (ଗୁରୁବାର) ଖେଳାଯାଇଥିବା ଇଣ୍ଡିଆନ ଫୁଟବଲ ଲିଗ୍ ମ୍ୟାଚରେ ଘରୋଇ ଦଳ ସମଲେଶ୍ୱରୀ ସ୍ପୋର୍ଟିଂକୁ ଆଉ ଏକ ନୈରାଶ୍ୟଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପ୍ରତିପକ୍ଷ ନାଗାଲାଣ୍ଡ ୟୁନାଇଟେଡ୍ ସ୍ପୋର୍ଟସ୍ କ୍ଲବ୍ ନିକଟରୁ ସମଲେଶ୍ୱରୀ ସ୍ପୋର୍ଟିଂ ୨-୦ ଗୋଲରେ ପରାସ୍ତ ହେବା ସହ ଚଳିତ ଲିଗରେ ଘରୋଇ ପଡ଼ିଆରେ ହ୍ୟାଟ୍ରିକ୍ ପରାଜୟ ବରଣକରିଛି । ମ୍ୟାଚର ଆରମ୍ଭରୁ ହିଁ ଘରୋଇ ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ତେବେ ନାଗାଲାଣ୍ଡ ଦଳର ସୁଦୃଢ଼ ରକ୍ଷଣଭାଗ ସମଲେଶ୍ୱରୀ ସ୍ପୋର୍ଟିଂର ସମସ୍ତ ଆକ୍ରମଣକୁ ବେଶ୍ ସଫଳତାର ସହ ପ୍ରତିହତ କରିଦେଇଥିଲା ।

Indian Football League: ରାଉରକେଲାରେ ଇଣ୍ଡିଆନ ଫୁଟବଲ୍‌ ଲିଗ୍‌ : ଘରୋଇ ପଡ଼ିଆରେ ହାରିଲା ସମଲେଶ୍ୱରୀ ସ୍ପୋର୍ଟିଂ
ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହେବା ପରେ ଦ୍ୱିତୀୟାର୍ଦ୍ଧରେ ନାଗାଲାଣ୍ଡ ଦଳ ଚମତ୍କାର ପ୍ରତ୍ୟାବର୍ତନ କରି ଆଧିପତ୍ୟ ବିସ୍ତାର କରିଥିଲା। ମ୍ୟାଚର ୫୪ତମ ମିନିଟ୍‌ରେ ନାଗାଲାଣ୍ଡ ୟୁନାଇଟେଡ୍ ପକ୍ଷରୁ ଜୋମୁଆନସାଙ୍ଗା ସାଥୀ ଖେଳାଳି ମାଲସାୱମଜୁଆଲା ତ୍ଲାଙ୍ଗେଙ୍କ ଏକ ଚମତ୍କାର ପାସକୁ ଗୋଲରେ ପରିଣତ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ମ୍ୟାଚର ଅନ୍ତିମ ପର୍ଯ୍ୟାୟ ଅର୍ଥାତ୍ ୯୦ତମ ମିନିଟରେ ଜୋମୁଆନସାଙ୍ଗା ଆଉ ଏକ ଗୋଲ୍ ଦେଇ ସ୍କୋରକୁ ୨-୦ରେ ପହଞ୍ଚାଇଥିଲେ। ଶେଷ ଭାଗରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସମଲେଶ୍ୱରୀ ସ୍ପୋର୍ଟିଂର ଖେଳାଳିମାନେ କଡ଼ା ସଂଘର୍ଷ କରିଥିଲେ ମଧ୍ୟ ବିଫଳ ହୋଇ ଘରୋଇ ଦର୍ଶକଙ୍କ ସମ୍ମୁଖରେ ପରାଜୟ ସ୍ୱୀକାର କରିଥିଲେ।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.