India vs West Indies: ଭାରତ ଆଗରେ ୨୯୬ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ୱେଷ୍ଟଇଣ୍ଡିଜ୍‌; ୪ୱିକେଟ୍‌ ଅକ୍ତିଆର କଲେ କୁଲଦୀପ

11 hours ago 2
ARTICLE AD BOX

ତିରୁବନନ୍ତପୁରମ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ କ୍ରିକେଟ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି ଖେଳାଯାଉଛି। ଉଭୟ ଟିମ୍‌ ମଧ୍ୟରେ ଏହି ମ୍ୟାଚ୍‌ ତିରୁବନନ୍ତପୁରମସ୍ଥିତ ଗ୍ରିନଫିଲ୍ଡ ଷ୍ଟାଡିୟମରେ ଜାରି ରହିଛି। ମୁକାବିଲାରେ ଟସ୍‌ ଜିଣି ଭାରତୀୟ ଟିମ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୯୫ ରନ୍‌ ସଂଗ୍ରହ କରିଛି। ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୯୬ ରନ୍‌ର ଲକ୍ଷ୍ୟ ମିଳିଛି। ଭାରତ ପାଇଁ କୁଲଦୀପ ଯାଦବ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୱେଷ୍ଟଇଣ୍ଡିଜର ୪ଜଣ ଖେଳାଳିଙ୍କୁ ସେ ପାଭିଲିଅନ ଫେରାଇଛନ୍ତି। 

ୱେଷ୍ଟଇଣ୍ଡିଜ୍‌ ପାଇଁ ଜନ୍‌ କ୍ୟାମ୍ପବେଲ ଏବଂ ଜଷ୍ଟିନ୍‌ ଗ୍ରେଭ୍‌ସ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ଯଥାକ୍ରମେ ଅର୍ଦ୍ଧଶତକ ଏବଂ ଶତକ ହାସଲ କରିଥିଲେ। ବ୍ୟକ୍ତିଗତ ଭାବେ ଜଷ୍ଟିନ୍‌ ୧୦୮ଟି ବଲ୍‌ ଖେଳି ୧୨ଟି ଚୌକା ସହାୟତାରେ ୧୦୧ ରନ୍‌ ସଂଗ୍ରହ କରିଥିଲେ। ସେହିପରି ଜନ୍‌ ୬୦ଟି ବଲ୍‌ ଖେଳି ୬୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୬ଟି ଚୌକା ଏବଂ ୩ଟି ଛକା ସାମିଲ କରିପାରିଥିଲେ। ଅମିର ଜାଙ୍ଗୋ ଅର୍ଦ୍ଧଶତକ ହାସଲ କରିଥିଲେ। 

Asian Games: ମହିଳା କ୍ରିକେଟ୍‌ରୁ ପ୍ରଥମ ସ୍ବର୍ଣ୍ଣ

ୱେଷ୍ଟଇଣ୍ଡିଜର ପ୍ରାରମ୍ଭିକ ବ୍ୟାଟିଂ ମଜବୁତ ଥିଲା। ୧୯.୧ ଓଭରରେ ସ୍କୋର ୧୩୫ ରନ୍‌ରେ ପ୍ରଥମ ୱିକେଟ୍‌ ହରାଇଥିଲା। ଦ୍ବିତୀୟ ୱିକେଟ୍‌ ବେଳକୁ ଅତିଥି ଦଳର ସ୍କୋର ୧୭୬ ରନ୍‌ରେ ପହଞ୍ଚି ସାରିଥିଲା। ଏହା ପରେ ଦଳର ଖେଳାଳିମାନେ କ୍ରିଜ୍‌ ଅଧିକ ସମୟ ରହିବାକୁ ଅସମର୍ଥ ହୋଇଥିଲେ। କେଆସି କାର୍ଟି ୧୩, ସାଇ ‌ହୋପ୍‌ ୧୨ ରନ୍‌, ରୋଷ୍ଟନ୍‌ ଚେଜ୍‌ ୨୪ ରନ୍‌, ମ୍ୟାଥ୍ୟୁ ଫୋର୍ଡେ ୭ ରନ୍‌ ସଂଗ୍ରହ କରି ଆଉ୍‌ଟ ହୋଇଥିଲେ। ଜେୱେଲ୍‌ ଆଣ୍ଡ୍ର୍ୟୁ ଶୂନ୍ୟ ଖାତା ଖୋଲିପାରି ନଥିଲେ। 

ଭ‌ାରତ ପାଇଁ କୁଲଦୀପ ଯାଦବ ୪ଟି ୱିକେଟ୍‌ ଅକ୍ତିଆର କରିଥିବା ବେଳେ ପ୍ରସିଦ୍ଧ କୃଷ୍ଣା ୨ଟି ଏବଂ ନିଶିତ କୁମାର ରେଡ୍ଡୀ ଗୋଟିଏ ୱିକେଟ୍‌ ନେଇଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.