ARTICLE AD BOX
ନାଗୋୟା: ଭାରତୀୟ ସ୍କ୍ବାସ୍ ଖେଳାଳି ଅଭୟ ସିଂହ, ବୀର ଚୋଟରାଣୀ ଓ ତନ୍ବୀ ଶର୍ମା ବୁଧବାର ନିଜ ନିଜର ଏକକ ମ୍ୟାଚ୍ ଜିତି ଚଳିତ ଏସୀୟ କ୍ରୀଡ଼ାର ରାଉଣ୍ଡ-୧୬ରେ ପ୍ରବେଶ କରିଛନ୍ତି। ପୁରୁଷ ଏକକରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଅଭୟ ୧୧-୧, ୧୧-୦, ୧୧-୨ରେ ଥାଇଲାଣ୍ଡର ଅର୍କାରାଦେତ ଅର୍କାରାହିରୁନୟଙ୍କୁ ପରାସ୍ତ କରିଥିଲେ।
ମହିଳା ଏକକ ପ୍ରଥମ ରାଉଣ୍ଡରେ ତନ୍ବୀ
ସେହିଭଳି ବୀର ୧୧-୮, ୧୧-୩, ୧୧-୩ରେ ଶ୍ରୀଲଙ୍କାର ଶାମିଲ ୱାକିଲ୍ଙ୍କୁ ହରାଇଥିଲେ। ମହିଳା ଏକକ ପ୍ରଥମ ରାଉଣ୍ଡରେ ତନ୍ବୀ ୧୧-୫, ୧୧-୭, ୧୧-୫ରେ ଦକ୍ଷିଣ କୋରିଆର ଦାମି କିମ୍ଙ୍କୁ ମାତ୍ ଦେଇଥିଲେ। ଶୀର୍ଷ ମାନ୍ୟତାପ୍ରାପ୍ତ ଅନାହାତ୍ ସିଂହ ସିଧାସଳଖ ଗୁରୁବାର ରାଉଣ୍ଡ-୧୬ରେ ଓହ୍ଲାଇବେ। ସେ ସିଙ୍ଗାପୁରର ଆଉ ୟିଓଙ୍ଗ ୱାଇ ଲିନ୍ଙ୍କୁ ଭେଟିବେ।

5 days ago
6


