India raises taxes on diesel: ଡିଜେଲ, ବିମାନ ଇନ୍ଧନ ରପ୍ତାନି ଶୁଳ୍କ ବଢ଼ିଲା

13 hours ago 1
ARTICLE AD BOX

ନୂଆଦିଲ୍ଲୀ: ଆମେରିକାଇରାନ ମଧ୍ୟରେ ପୁଣି ଉତ୍ତେଜନା ପ୍ରକାଶ ପାଇବା ପରେ ତୈଳ ଯୋଗାଣ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଡିଜେଲ ଓ ବିମାନ ଇନ୍ଧନ ରପ୍ତାନି ଉପରେ ଲଗାଯାଇଥିବା ଶୁଳ୍କକୁ ବଢ଼ାଇଛନ୍ତି। ଡିଜେଲ ରପ୍ତାନି ଶୁଳ୍କ ଲିଟର ପିଛା ୮ ଟଙ୍କା ୫୦ ପଇସାରୁ ବଢ଼ି ୧୫ ଟଙ୍କା ୫୦ ପଇସା ହୋଇଛି। ଆଭିଏସନ ଟର୍ବାଇନ୍‌ ଫୁଏଲ୍‌ (ଏଟିଏମ୍‌) ରପ୍ତାନି ଶୁଳ୍କ ଲିଟର ପିଛା ୭ ଟଙ୍କା ୫୦ ପଇସାରୁ ବଢ଼ି ୧୪ ଟଙ୍କା ୫୦ ପଇସା ହୋଇଛି। ଉଭୟ ଶୁଳ୍କରେ ପାଖାପାଖି ଦୁଇ ଗୁଣା ବୃଦ୍ଧି କରାଯାଇଛି।

 ତେବେ ପେଟ୍ରୋଲ ରପ୍ତାନି ଶୁଳ୍କକୁ ୪ ଟଙ୍କାରୁ ୨ ଟଙ୍କା ୫୦ ପଇସାକୁ ହ୍ରାସ କରାଯାଇଛି।ରପ୍ତାନି ବଢ଼ାଇବା ପଛର ଉଦ୍ଦେଶ୍ୟ ହେଉଛି ଦେଶ ଭିତରେ ପେଟ୍ରୋଲ, ଡିଜେଲ ଓ ଏଟିଏଫ୍‌ ଉପଲବ୍ଧତା ବଢ଼ାଇବା। ଗତ କିଛି ଦିନ ହେଲାଣି ଭାରତ ବିପୁଳ ପରିମାଣର ତେଲ ରପ୍ତାନି କରୁଥିଲା। ଏଭଳିକି ରୁଷକୁ ମଧ୍ୟ ଏହା ଡିଜେଲ ବିକ୍ରି କରୁଥିଲା। ପେଟ୍ରୋଲ ପମ୍ପରେ ବିକ୍ରି ହେଉଥିବା ତେଲ ତୁଳନାରେ ତୈଳ କମ୍ପାନିଗୁଡ଼ିକ ରପ୍ତାନିରୁ ଅଧିକ ଲାଭ ପାଆନ୍ତି। ସେଥିପାଇଁ ସେମା‌ନେ ରପ୍ତାନି ବଢ଼ାଇଥିଲେ।

ରାୟପୁର ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଆୟୋଜନ

 ଶୁଳ୍କ ପୁଣି ଥରେ ବଢ଼ିଥିବାରୁ ଆଗାମୀ ଦିନରେ ତେଲ ରପ୍ତାନି ହ୍ରାସ ପାଇବା ଆଶା କରାଯାଉଛି। ଭାରତ ସରକାର ପ୍ରତି ୧୫ ଦିନରେ ତେଲ ରପ୍ତାନି ଶୁଳ୍କର ସମୀକ୍ଷା କରୁଛନ୍ତି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଓ ଦେଶରେ ତେଲ ଉପଲବ୍ଧତା ବିଚାରକୁ ନେଇ ଶୁଳ୍କରେ ହ୍ରାସ କିମ୍ବା ବୃଦ୍ଧି ନିଷ୍ପତ୍ତି ନିଆଯାଉଛି। ଭାରତରେ ବିଶ୍ବର ଚତୁର୍ଥ ସର୍ବାଧିକ ତେଲ ବିଶୋଧନ କରାଯାଉଛି ଏବଂ ଏହା ନିଜ ଆବଶ୍ୟକତାର ୮୫ ପ୍ରତିଶତ ତେଲ ଆମଦାନି କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.