India Canada trade: ଆଜିଠୁ ୫ଦିନିଆ ବୈଠକ-ଡିସେମ୍ବର ସୁଦ୍ଧା ଚୂଡ଼ାନ୍ତ ହେବା ଆଶା

1 hour ago 3
ARTICLE AD BOX

ନୂଆଦିଲ୍ଲୀ: ବ୍ୟାପକ ଅଥନୈତିକ ସହଯୋଗିତା ଚୁକ୍ତି (ସିଇପିଏ)କୁ ନେଇ ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ଆଲୋଚନାର ପଞ୍ଚମ ପର୍ଯ୍ୟାୟ ଆଜି ଠାରୁ କାନାଡାର ଓଟାୱାର ଆରମ୍ଭ ହେବ। ଚଳିତବର୍ଷ ଡିସେମ୍ବର ସୁଦ୍ଧା ଆଲୋଚନାକୁ ଚୂଡ଼ାନ୍ତ କରିବାକୁ ଉଭୟ ପକ୍ଷ ଲକ୍ଷ୍ୟ ରଖିଛନ୍ତି। ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ୫ଦିନିଆ ଆଲୋଚନା ଚଳିତ ମାସ ୯ରେ ଶେଷ ହେବ। ଗତ ସେପ୍ଟେମ୍ବର ୧୮ରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଥିଲା।

ଚଳିତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାନାଡା ଗସ୍ତରେ ଯିବେ ବୋଲି ଗତ ମାସରେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସୂଚନା ଦେଇଥିଲେ। ତେଣୁ ଉଭୟ ନେତାଙ୍କ ଉପସ୍ଥିତିରେ ଦ୍ବିପାକ୍ଷିକ ବାଣିଜ୍ୟ ବୁଝାମଣା ଘୋଷଣା ହେବ ବୋଲି ଆଶା କରାଯାଉଛି। ବାଣିଜ୍ୟ ଆଲୋଚନାକୁ ତ୍ବରାନ୍ବିତ କରିବା ଲାଗି ଗତ ମାସରେ କାନାଡାର ବାଣିଜ୍ୟ ମନ୍ତ୍ରୀ ମନିନ୍ଦର ସିଦ୍ଧୁ ୩୦୦ ଜଣିଆ ବ୍ୟବସାୟ ପ୍ରତିନିଧି ଦଳ ସହ ଭାରତ ଆସିଥିଲେ। ସେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲଙ୍କ ସହ ଆଲୋଚନା କରିଥିଲେ।

ସିଇପିଏ‌ ହେଉଛି ଏକ ପ୍ରକାର ବାଣିଜ୍ୟ ଚୁକ୍ତି ଯେଉଁଥିରେ ଉଭୟ ଦେଶ ମଧ୍ୟରେ କାରବାର ହେଉଥିବା ସାମଗ୍ରୀ ଉପରେ ସୀମା ଶୁଳ୍କ କମ୍‌ କରାଯାଇଥାଏ କିମ୍ବା ଉଚ୍ଛେଦ କରାଯାଇଥାଏ। ବାଣିଜ୍ୟ ଚୁକ୍ତିକୁ ନେଇ ଦୁଇଦେଶ ମଧ୍ୟରେ ୨୦୧୫ରୁ ଆଲୋଚନା ଆରମ୍ଭ ହୋଇଥିଲା। ଦୁଇ ବର୍ଷ ମଧ୍ୟରେ ୬ରୁ ଅଧିକ ଥର ଆଲୋଚନା ହୋଇଥିଲା। ତାପରେ ହଠାତ୍‌ ଆଲୋଚନା ବନ୍ଦ ହୋଇଯାଇଥିଲାଯାହା ପୁନର୍ବାର ୨୦୨୨ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। କିନ୍ତୁ ହରଦୀପ ସିଂହ ନିଜର ହତ୍ୟା ମାମଲାରେ ଭାରତ ହାତ ଥିବା କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିବା ପରେ ୨୦୨୩ରେ ଆଲୋଚନା ପୁଣି ବନ୍ଦ ହୋଇଥିଲା। ପୁଣି ଥରେ ୨୦୨୫ ନଭେମ୍ବରରେ ଉଭୟ ଦେଶ ବାଣିଜ୍ୟ ଆଲୋଚନା ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ।

ChatGPT: ସ୍କୁଲ ଗୁଳିକାଣ୍ଡ ଅଭିଯୁକ୍ତଙ୍କୁ ସହାୟତା କରିଥିବା ଅଭିଯୋଗ: କାନାଡାରେ ଚାଟ୍ ଜିପିଟି ବିରୋଧରେ ମାମଲା ରୁଜୁ

୨୦୨୫-୨୬ରେ ଭାରତ ଓ କାନାଡା ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୮.୨୩ ପ୍ରତିଶତ ହ୍ରାସ ପାଇ ୭.୯୫ ବିଲିଅନ ଡଲର ରହିଛି। କାନାଡାକୁ ଭାରତରୁ ରପ୍ତାନି ୧୦.୬୩ ପ୍ରତିଶତ ବୃଦ୍ଧି ପାଇ ୪.୬୭ ବିଲିଅନ ଡଲାର ଓ ଆମଦାନି ୨୬.୧୪ ପ୍ରତିଶତ ହ୍ରାସ ପାଇ ୩.୨୮ ବିଲିଅନ ଡଲାର ହୋଇଥିଲା। କାନାଡାରେ ୨୯ ଲକ୍ଷରୁ ଅଧିକ ପ୍ରବାସୀ ଭାରତୀୟ ଓ ୪,୨୭,୦୦୦ ଭାରତୀୟ ଛାତ୍ରଛାତ୍ରୀ ଅଛନ୍ତି। କାନାଡାକୁ ଭାରତ ମୁଖ୍ୟତଃ ଔଷଧ, ଲୁହା ଓ ଇସ୍ପାତ, ସିଫୁଡ୍‌, ପୋଷାକ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଓ ରାସାୟନିକ ସମଗ୍ରୀ ପଠାଉଛି। କାନାଡାରୁ ଏହା ଡାଲି, ମୋତି, କୋଇଲା, ସାର, କାଗଜ ଓ ଅଶୋଧିତ ପେଟ୍ରୋଲିୟମ ଆମଦାନି କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.