Income Tax: ଆୟକର ବିଭାଗର ଟିକସଦାତା ହବ୍‌-୨୦୨୬ ଆରମ୍ଭ

2 hours ago 1
ARTICLE AD BOX

ଭୁବନେଶ୍ବର: ଓଡ଼ିଶା ଆୟକର ବିଭାଗର ତିନିଦିନିଆ ‘ଟିକସଦାତା ହବ୍‌-୨୦୨୬’ କାର୍ଯ୍ୟକ୍ରମ ଆଜିଠାରୁ ଓଡ଼ିଶା ପ୍ରେସ୍‌ କ୍ଲବ୍‌ରେ ବୁଧବାର ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ତଥା ପଶ୍ଚିମବଙ୍ଗ ଓ ସିକ୍କିମ୍‌ର ଆୟକର ପ୍ରଧାନ ମୁଖ୍ୟ ଆୟୁକ୍ତ ସୁରଭି ବର୍ମା ଗର୍ଗ ଯୋଗଦେଇଥିଲେ। ସମ୍ବଲପୁର ଓ କଟକର ଆୟକର ମୁଖ୍ୟ ଆୟୁକ୍ତ ସରୋଜ କୁମାର ମହାପାତ୍ର, ଭୁବନେଶ୍ୱରର ଆୟକର ତଦନ୍ତ ପ୍ରଧାନ ନିର୍ଦ୍ଦେଶକ ଡ. ସନ୍ଦୀପ ଗୋଏଲ, ଅଭିନେତା ଅନୁଭବ ମହାନ୍ତି ଓ ଜାତୀୟ ହକି ତାରକା ଅମିତ ରୋହିଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଗର୍ଗ ସେବା କିଓସ୍କଗୁଡ଼ିକର ଉଦ୍‌ଘାଟନ କରିବା ସହ ଅତିଥିମାନଙ୍କ ସହ ମିଶି ବିଭିନ୍ନ ଷ୍ଟଲ୍ ଓ ଲାଉଞ୍ଜ ପରିଦର୍ଶନ କରିଥିଲେ। ଷ୍ଟଲ୍‌ଗୁଡ଼ିକରେ ପାନ୍‌, ଟାନ୍‌ ସମ୍ବନ୍ଧୀୟ ସେବା, ଇ-ଫାଇଲିଂ, ଟିଡିଏସ୍‌ ଓ ଅନ୍ୟାନ୍ୟ ଡିଜିଟାଲ୍ କରଦାତା ସେବା ସମ୍ପର୍କରେ ସହାୟତା ଓ ମାର୍ଗଦର୍ଶନ ଯୋଗାଇ ଦିଆଯାଉଛି।

ଆୟକର ସାକ୍ଷରତା ବୃଦ୍ଧି, କର ସମ୍ପର୍କିତ ସଚେତନତା ସୃଷ୍ଟି ଏବଂ ସ୍ୱେଚ୍ଛାକୃତ ଭାବେ କର ପରିପାଳନକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ କରଦାତା, କର ପରାମର୍ଶଦାତା, ପେସାଦାର ବ୍ୟକ୍ତିବିଶେଷ, ଛାତ୍ରଛାତ୍ରୀ ଓ ସାଧାରଣ ନାଗରିକମାନେ ଆୟକର ବିଭାଗ ସହ ସିଧାସଳଖ ଭାବେ ଭାବ ବିନିମୟ କରିବାର ସୁଯୋଗ ପାଇଛନ୍ତି। କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶିଷ୍ଟ ଡାକ୍ତର, ସମାଜସେବୀ, ଷ୍ଟାର୍ଟଅପ୍ ଉଦ୍ୟୋଗୀ, କଳାକାର ଓ ବରିଷ୍ଠ କରଦାତାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 

ପ୍ରଥମ ଦିନର କାର୍ଯ୍ୟକ୍ରମରେ ଗଣନାୟକ ଓଡ଼ିଶୀ ନୃତ୍ୟ ପରିବେଷଣ, ଯାଦୁ ପ୍ରଦର୍ଶନ, ନୁକ୍କଡ଼ ନାଟକ ଓ ବିଶିଷ୍ଟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଡଃ ମନୋଜ ଫୋଗଲାଙ୍କ ଦ୍ୱାରା ‘କର ଛାଡ଼’ ବିଷୟ ଉପରେ ଏକ ବୈଷୟିକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହି ତିନିଦିନିଆ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଏଫ୍‌ଏଏସ୍‌ଟି-ଡିଏସ୍‌, ଟିଡିଏସ୍‌ ଓ ଷ୍ଟାର୍ଟଅପ୍ ସମ୍ପର୍କିତ ବିଷୟ ଉପରେ ବୈଷୟିକ ଆଲୋଚନାଚକ୍ର ଆୟୋଜିତ ହେବ। ଶେଷ ଦିନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀମାନଙ୍କ ପାଇଁ ଚିତ୍ରାଙ୍କନ, କୁଇଜ୍ ଓ ବିତର୍କ ପ୍ରତିଯୋଗିତା ଆୟୋଜିତ ହେବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.