Imran's ex-wife: ପୁଣି ବାହାହେଲେ ଇମ୍ରାନଙ୍କ ପୂର୍ବତନ ପତ୍ନୀ ଜେମିମା

7 hours ago 2
ARTICLE AD BOX

ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନ କ୍ରିକେଟର୍‌ ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପତ୍ନୀ ଜେମିମା ଗୋଲ୍‌ଡସ୍ମିଥ୍‌ ପୁଣି ଥରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଚଳଚ୍ଚିତ୍ର ନିର୍ମାତା ଓ ମାନବ ଅଧିକାର ଆଇନଜୀବୀ ଜେମିମା ଦ୍ବିତୀୟ ଥର ଲାଗି ଅଷ୍ଟ୍ରେଲିଆର କୋଟିପତି ଫାଇନାନ୍‌ସିଅର ୬୨ ବର୍ଷୀୟ କାମେରନ ଓ’ରିଲିଙ୍କ ହାତ ଧରିଛନ୍ତି। ଗତ ସପ୍ତାହାନ୍ତରେ ଏହି ବିବାହ ଉତ୍ସବ ଧୁମ୍‌ଧାମରେ ହୋଇଥିଲା। 

Supremecourt: ହିନ୍ଦୀରେ ‘ଜନ ସୂଚନା ସେବା’ ଆରମ୍ଭ କରିବେ ସୁପ୍ରିମ୍‌କୋର୍ଟ

୫୨ ବର୍ଷୀୟ ଜେମିମା ଓ ଇମ୍ରାନଙ୍କ ମଧ୍ୟରେ ୨୦୦୪ରେ ବିବାହ ବିଚ୍ଛେଦ ହୋଇଥିଲା। ବିବାହ ବିଚ୍ଛେଦର ୯ ବର୍ଷ ପରେ ଇମ୍ରାନ୍‌ କ୍ରିକେଟର୍‌ରୁ ରାଜନେତା ହୋଇଥିଲେ। ଉଭୟଙ୍କ ୨ ପୁଅ ସୁଲେମାନ ଓ କାସିମ୍‌ ଅଛନ୍ତି। ଇମ୍ରାନ ରାଓଲପିଣ୍ଡି ଜେଲ୍‌ରେ ଥିଲା ବେଳେ ବାପାଙ୍କ ପାଇଁ ଦୁଇ ପୁଅ ପ୍ରଚାର କରିଥିଲେ। ‌ଜେମିମା ଓ କାମେରନ୍‌ଙ୍କ ବିବାହ ବିଷୟରେ ଜେମିମାଙ୍କ ଭାଉଜ ଜେମିମା ଜୋନ୍ସ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ଜଣାଇଛନ୍ତି। ସେ ଲେଖିଛନ୍ତି, ‘ଜେମିମା ଓ କାମେରନ୍‌ଙ୍କ ବିବାହ ଉତ୍ସବ ପାଳନ କଲୁ, ମୋର ପସନ୍ଦର ଦିନ, ବହୁତ ଖୁସି ଥିଲା’’।

Nuakhai 2026: ‘ଭେଦଭାବ ଦୂର କରି ଆମକୁ ଏକାଠି କରେ ନୂଆଁଖାଇ’

Read Entire Article
LEFT SIDEBAR AD

Hidden in mobile, Best for skyscrapers.