ARTICLE AD BOX
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଜେଲ୍ରୁ ମୁକ୍ତି ପାଇଁ ଶେହବାଜ ସରିଫଙ୍କ ସରକାର ପ୍ରସ୍ତାବ ଦେଇଥିବା ତାଙ୍କ ପୁଅ କାସିମ୍ ଖାନ୍ ସଙ୍କେତ ଦେଇଛନ୍ତି। କାସିମ୍ ଏକ ସାକ୍ଷାତକାର ସମୟରେ ଇଙ୍ଗିତ ଦେଇ କହିଥିଲେ ଯେ, ସରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ଇମ୍ରାନ୍ଙ୍କୁ ତାଙ୍କ ମାମଲା ସମାଧାନ କରିବା ଓ ତାଙ୍କୁ ମୁକ୍ତ କରିବା ପାଇଁ ଏକ ଚୁକ୍ତି ପ୍ରସ୍ତାବ ଦେଇଥାଇପାରେ।
ମାମଲା ସମାଧାନ ଓ ମୁକ୍ତ କରିବା ପାଇଁ ଚୁକ୍ତି
କାସିମ୍ କହିଛନ୍ତି, ସେ ତାଙ୍କ ବାପାଙ୍କୁ ପୁଣି ଥରେ ଦେଖିବେ ବୋଲି ଚିନ୍ତା କରିବା କଷ୍ଟକର ଥିଲା। ବାପାଙ୍କୁ ଜେଲ୍ରୁ ମୁକ୍ତ କରିବା ପାଇଁ ସେ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ। ତାଙ୍କ ବାପା ନିଜ ସ୍ବାଧୀନତା ପାଇଁ ପାକିସ୍ତାନ ସରକାରଙ୍କ ସହିତ ଚୁକ୍ତି କରନ୍ତୁ ବୋଲି ସେ ଚାହୁଥିଲେ କହିଛନ୍ତି। ତେବେ ପାକିସ୍ତାନ କର୍ତ୍ତୃପକ୍ଷ ଇମ୍ରାନଙ୍କୁ କୌଣସି ପ୍ରସ୍ତାବ ଦେଇଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ। ଏହି ପ୍ରସଙ୍ଗ ଉପରେ ପାକିସ୍ତାନ ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାର କୌଣସି ଜବାବ ରଖିନାହାନ୍ତି। ନିକଟରେ ଇମ୍ରାନଙ୍କ ଚକ୍ଷୁରେ ସମସ୍ୟା ଯୋଗୁ ତାଙ୍କୁ ବାରମ୍ବାର ହସ୍ପିଟାଲ ନେବାକୁ ପଡ଼ୁଛି।

1 hour ago
1


