Imran Khan: ଇମ୍ରାନଙ୍କ ଭଉଣୀ ଉଜ୍‌ମା ଓ ନୌରିନ୍‌ ୩୦ ଦିନ ପାଇଁ ଅଟକ

1 week ago 7
ARTICLE AD BOX

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପିଟିଆଇ ପ୍ରତିଷ୍ଠାତା ଇମ୍ରାନ୍‌ ଖାନ୍‌ଙ୍କ ଭଉଣୀ ଡ ଉଜ୍‌ମା ଖାନ୍‌ ଓ ନୌରିନ୍‌ ନିଆଜିଙ୍କୁ ସୋମବାର ୩୦ ଦିନ ପାଇଁ ଅଟକ ରଖାଯାଇଛି। ଉଭୟଙ୍କୁ ମେଣ୍ଟେନାନ୍ସ ଅଫ୍ ପବ୍ଲିକ୍ ଅର୍ଡର (ଏମ୍‌ପିଓ) ଅର୍ଡିନାନ୍ସର ଧାରା ୩ ଅନୁସାରେ ଅଟକ ରଖାଯାଇଛି। ଲାହୋର ଡେପୁଟି କମିସନର ପୁଲିସର ସୁପାରିସ ଆଧାରରେ ଏହି ଆଦେଶ ଦେଇଥିବା ଅଧିକାରୀମାନେ କହିଛନ୍ତି। ଉଭୟଙ୍କୁ କୋଟ୍‌ ଲଖପତ୍‌ ଜେଲ୍‌କୁ ପଠାଯାଇଛି।

ଆହୁରି ପଢନ୍ତୁ :Odisha HC Emphasizes Guidelines for DJ ଡିଜେ ପାଇଁ ଗାଇଡଲାଇନ ପ୍ରଣୟନ କରିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

ଏହାର ଦିନକ ପୂର୍ବରୁ ଇମ୍ରାନଙ୍କ ଅନ୍ୟ ଭଉଣୀ ଅଲିମା ଖାନ୍‌ଙ୍କୁ ମଧ୍ୟ ୩୦ ଦିନ ପାଇଁ ଅଟକ ରଖାଯାଇ କୋଟ୍‌ ଲଖପତ୍‌ ଜେଲ୍‌କୁ ପଠାଯାଇଥିଲା। ସେପ୍ଟେମ୍ବର ୨୭ରେ ପିଟିଆଇ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଓ ଇସଲାମାବାଦ ଅଭିମୁଖେ ମାର୍ଚ୍ଚ ଡାକରା ଦିଆଯାଇଥିବା ବେଳେ ଏହି ଅଟକ ଘଟଣା ଘଟିଛି। ପ୍ରତିବାଦରେ ଇମ୍ରାନଙ୍କୁ ଜେଲ୍‌ରୁ ମୁକ୍ତ କରିବା ଓ ସମ୍ବିଧାନର ପ୍ରାଧାନ୍ୟ ଦାବି କରାଯିବ ବୋଲି ପିଟିଆଇ କହିଛି।

ଆହୁରି ପଢନ୍ତୁ :CJP in Odisha ଓଡ଼ିଶା‌ରେ ଅସରପା ଦଳ: ସ୍କୁଲ ବୁଲିଲେ, ଆନ୍ଦୋଳନ ପାଇଁ ଡାକରା ଦେଲେ

 ରବିବାର ଅଲିମାଙ୍କ ଅଟକକୁ ପିଟିଆଇର ବାରିଷ୍ଟର ଗୋହର ଅଲ୍ଲୀ ଖାନ୍‌ ନିନ୍ଦା କରିଥିଲେ। ଏହା ପରିସ୍ଥିତିକୁ ଆହୁରି ଖରାପ କରିବାର ପ୍ରଥମ ପଦକ୍ଷେପ ବୋଲି କହି ସେ ଅଲିମାଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ଅଲିମାଙ୍କ ପୁଅ ଶାହରେଜ୍‌ ଖାନ୍‌ ମଧ୍ୟ ଅଭିଯୋଗ କରିଥିଲେ ଯେ, ରବିବାର ସକାଳେ ଘରୁ ବାହାରିବା ପରେ ତାଙ୍କ ମା’ଙ୍କୁ ଅପହରଣ କରାଯାଇଥିଲା ଏବଂ ପରିବାରକୁ ତାଙ୍କ ସମ୍ପର୍କରେ ସୂଚନା ମିଳିନଥିଲା। ଇତି ମଧ୍ୟରେ, ଉଜ୍‌ମା, ନୌରିନ୍‌ ଓ ଅଲିମାଙ୍କ ଅଟକ ଆଦେଶକୁ ଚ୍ୟାଲେଞ୍ଜ କରି ଲାହୋର ହାଇକୋର୍ଟରେ ଆବେଦନ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.