ARTICLE AD BOX
ଭୁବନେଶ୍ବର/କାଳିଆପାଣି: କ୍ରୋମ୍ ଉପତ୍ୟକା ଯାଜପୁରଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ବ୍ଲକ୍ର କଂସ ପଞ୍ଚାୟତର ହାତୀହୁଡି ଏବଂ କମର୍ଦ୍ଦା ମୁଣ୍ଡାସାହି ଅଞ୍ଚଳରେ ଚାଲିଥିବା ଅନିୟନ୍ତ୍ରିତ ଖଣି ଖନନ(କମର୍ଦ୍ଦା ଏବଂ ସାରୁଆବିଲ ଦୈତ ଖଣି) ଯୋଗଁ ଉଭୟ ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀ ହେଉଛନ୍ତି। ଖଣି ଅଞ୍ଚଳରେ ଲଗାତାର ଅନିୟନ୍ତ୍ରିତ ବ୍ଲାଷ୍ଟିଂ ଫଳରେ ଗ୍ରାମବାସୀଙ୍କ ଘର ଗୁଡିକରେ ବଡ଼ବଡ଼ ଫାଟ ସୃଷ୍ଟି ହୋଇଛି । ଏପରିକି ଛାତଘର ମଧ୍ୟ ସୁରକ୍ଷିତ ନୁହେଁ । ଅନେକ ପରିବାର ପାଇଁ ଘର ବସବାସ ପାଇଁ ଅସୁରକ୍ଷିତ ହୋଇପଡିଥିବାରୁ ଗ୍ରାମବାସୀ ଭୟ ଏବଂ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଛନ୍ତି । ଏହି ପ୍ରସଙ୍ଗରେ ପୂର୍ବତନ ମନ୍ତ୍ରୀ ଇଂପ୍ରୀତିରଞ୍ଜନ ଘଡ଼ାଇ ଦାବି କରିଛନ୍ତି। ଏହି ସମ୍ବେଦନଶୀଳ ପସଙ୍ଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଶତାଧିକ ଆଦିବାସୀ ପରିବାରକୁ ନ୍ୟାୟ ପ୍ରଦାନ କରି ସୁରକ୍ଷା ଦେବାକୁ ଇଂ ଘଡ଼ାଇ ଚିଠି ଲେଖିଛନ୍ତି।
Birds Decreased Sukinda ସୁକିନ୍ଦାରେ ପକ୍ଷୀ ଗଣନା, ବର୍ଷକରେ ଚଢ଼େଇ ସଂଖ୍ୟା ଅଧାରୁ ବି କମ୍ !
ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବତନମନ୍ତ୍ରୀ ଇଂ ଘଡ଼ାଇ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଖଣିର ଡମ୍ପିଂୟାର୍ଡରୁ ନିର୍ଗତ କ୍ରୋମାଇଟ୍ ମିଶ୍ରିତ ବର୍ଜ୍ଜ୍ୟଜଳ ନିକଟସ୍ଥ ଚାଷଜମି, ନାଳ ଓ ପୋଖରୀରେ ମିଶୁଥିବାରୁ ଚାଷଜମିର ଉର୍ବରତା ହ୍ରାସ ପାଉଛି, ଫସଲ ନଷ୍ଟ ହେଉଛି ଏବଂ ଜଳ ପ୍ରଦୁଷଣ ଗୁରୁତର ଆକାର ଧାରଣ କରିଛି । ଏହାର ପ୍ରଭାବରେ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରକାର ଚର୍ମ, ଶ୍ୱାସକ୍ରିୟା, ବୃକକ ଓ ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡିତ ହେଉଛନ୍ତି।
Chromite mining: ଅକାଳ ମୃତ୍ୟୁ ଅପେକ୍ଷାରେ ରତ୍ନଗର୍ଭା ସୁକିନ୍ଦା: ଏବେ ବି ଚାଲିଛି ବେଆଇନ କ୍ରୋମାଇଟ୍ ଉତ୍ତୋଳନ
ଏ ସମ୍ପର୍କରେ ଖଣି ଖନନ ସଂସ୍ଥା ତଥା କମ୍ପାନି ପକ୍ଷରୁ ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଆବଶ୍ୟକୀୟ ଦାୟିତ୍ୱ ପାଳନ କରାଯାଉନାହିଁ । ଫଳସ୍ୱରୂପ ସ୍ଥାନୀୟ ଲୋକମାନେ ନିଜ ଜୀବନ, ଜୀବିକା, ସ୍ୱାସ୍ଥ୍ୟ ଓ ସମ୍ପତିର କ୍ଷତି ସହୁଛନ୍ତି । ଏହି ସମସ୍ୟାନେଇ ସ୍ଥାନୀୟ ଜନସାଧାରଣ ଓ ଲୋକପ୍ରତିନିଧି ବାରମ୍ବାର ପ୍ରଶାସନ ଏବଂ ଖଣି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।
ଏହି ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଇ ଅନିୟନ୍ତ୍ରିତ ବ୍ଲାଷ୍ଟିଂ ଓ ପ୍ରଦୂଷଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହିତ କ୍ଷତିଗ୍ରସ୍ତ ପରିବାରଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି। ନିରୀହ ଆଦିବାସୀ ଜନସାଧାରଣଙ୍କ ଜୀବନ, ଜୀବିକା, ସ୍ୱାସ୍ଥ୍ୟ, ସୁରକ୍ଷା ଓ ପରିବେଶର ଉନ୍ନତି ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ପୂର୍ବତନମନ୍ତ୍ରୀ ଇଂ ଘଡ଼ାଇ ଅନୁରୋଧ କରିଛନ୍ତି। ସେହିପରି ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷ, ଖଣିସୁରକ୍ଷା ମହାନିର୍ଦ୍ଦେଶକ, ଟାଟା ଷ୍ଟିଲର କମର୍ଦ୍ଦା ଓ ସାରୁବିଲ ଖଣିମୁଖ୍ୟଙ୍କୁ ଅବଗତି କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

1 day ago
5


