Illegal Encroachments: ଆର୍‌ଏମ୍‌ସିର ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ବ୍ୟାପକ

1 hour ago 1
ARTICLE AD BOX

ରାଉରକେଲା (ଦେବବ୍ରତ ଗଡ଼ତିଆ): ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ବେଆଇନ ଜବରଦଖଲ ଉଚ୍ଛେଦ ଅଭିଯାନକୁ ବ୍ୟାପକ କରାଯାଇଛି। ସିଭିଲ୍ ଟାଉନସିପ୍‌ଠାରୁ ଆରମ୍ଭ କରି କୋଏଲନଗର ଏ’ ବ୍ଳକ ପର୍ଯ୍ୟନ୍ତ, ନାଳ ଉପରେ ହୋଇଥିବା ବେଆଇନ ପକ୍କା ନିର୍ମାଣକୁ ବୁଲଡୋଜର୍‌ ସାହାଯ୍ୟରେ ଭାଙ୍ଗି ଦିଆଯାଉଛି। 

ବର୍ଷା ଦିନେ ସହରର ବର୍ଷା ଜଳ ନିଷ୍କାସନ ସ୍ବାଭାବିକ ରଖିବା ଓ ନାଳ ସଫେଇ କାର୍ଯ୍ୟକୁ ସହଜ କରିବା ପାଇଁ କର୍ତ୍ତୃପକ୍ଷ ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍‌ଏମ୍‌ସିର ଏନଫୋର୍ସ୍‌ମେଣ୍ଟ୍ ସ୍କ୍ୱାଡ୍ ଓ ପୁଲିସ ପ୍ରଶାସନ ର ମିଳିତି ସହଯୋଗରେ ଏହି ବେଆଇନ ପାଚେରି, ଦୋକାନ ଓ ସମ୍ପ୍ରସାରିତ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ହଟାଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୮୮ ଟି ଘର ସମ୍ମୁଖରୁ ବେଆଇନ ନିର୍ମାଣକୁ ହଟାଯାଇସାରିଲାଣି।

ସହରର ବିଭିନ୍ନ ଅଞ୍ଚଳରେ ମୁଖ୍ୟ ତଥା ଛୋଟ ଛୋଟ ନାଳକୁ ଜବରଦଖଲକୁ ନେଇ ଘର ନିର୍ମାଣ କରାଯାଇଛି। ଘର ମାଲିକ ନାଳକୁ ଅବରୋଧ କରି ବେଆଇନ କଂକ୍ରିଟ୍ ସ୍ଲାବ୍‌, ବେଆଇନ ପାଚେରି ନିର୍ମାଣ କରୁଛନ୍ତି। ନାଳ ଜବରଦଖଲ ଯୋଗୁ ପାଣି ସ୍ରୋତ ବନ୍ଦ ହୋଇ ସ୍ଥାନୀୟ ଅଞ୍ଚଳରେ କୃତ୍ରିମ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେଉଥିବାର ଏକାଧିକ ନଜିର ରହିଛି। 

Ranga Bazar: ରଙ୍ଗବଜାରରୁ ଜବରଦଖଲ ଉଚ୍ଛେଦ: ପୂରଣପଧାନ ଓ ବୁଦ୍ଧିପଡ଼ାରେ ଜବରଦଖଲକାରୀଙ୍କୁ ଜରିମାନା

ଉଲ୍ଲେଖଯୋଗ୍ୟ, ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଠିକ୍‌ ମାସକ ପୂର୍ବେ, ଅର୍ଥାତ୍‌ ଜୁନ ୨୫ ତାରିଖରେ ସିଭିଲଟାଉନସିପ୍‌ରୁ ଆରମ୍ଭ ହୋଇଥିଲା। ଉକ୍ତ ଦିନ ସିଭିଲ୍ ଟାଉନସିପ୍ ଅଞ୍ଚଳରେ ୩୦ଟି ଘର ସମ୍ମୁଖରେ ନାଳ ଉପରେ ହୋଇଥିବା ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇଥିଲା। ଏହାପରେ ଜୁନ ୩୦ ତାରିଖରେ ଛେଣ୍ଡ୍‌ କଳିଙ୍ଗ ବିହାରରେ ୧୭ଟି ଘର ସମ୍ମୁଖରୁ ଜବରଦଖଲ ଉଚ୍ଛେଦ କରାଯାଇଥିବାବେଳେ ଜୁଲାଇ ୭ ତାରିଖରେ ବାହସନ୍ତୀକଲୋନିର ୨୧ଟି ଓ ଗତ ୨୨ ତାରିଖରେ କୋଏଲନଗର ଏ’ ବ୍ଲକ ଅଂଚଳର ୨୦ଟି ଘର ସମ୍ମୁଖରୁ ବେଆଇନ୍ ନିର୍ମାଣକୁ ଭଙ୍ଗା ଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.